ଆହାତ ଗୋମାତାର ଚିକିତ୍ସା କରାଇଲେ ସ୍ଵେଚ୍ଛାସେବୀ l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ....

କୋରାପୁଟ /ଜୟପୁର (ବ୍ୟୁରୋ) - ଜୟପୁର ଅଞ୍ଚଳର ଡଙ୍ଗାଗୁଡା ଅଞ୍ଚଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା l ଗତକାଲି ପୂର୍ବାହ୍ନରେ ଗୋଟଏ ଗାଈ କୁ କୌଣସି ଦୁର୍ବୃତ୍ତ ଏକ ଟାଙ୍ଗିଆ ଦ୍ବାରା ଆକ୍ରମଣ କରିଥିବା ଦେଖିବାକୁ ପାଇଥିଲେ ସ୍ଵେଚ୍ଛାସେବୀ ମହିଳା ଶ୍ରୀମତୀ ପଦ୍ମିନୀ କୃତିବାସ ପାତ୍ର (ଡଲି) l ସେ ଟାଙ୍ଗିଆ ଟି ଗାଈ ର ପଛ ପାଖରେ ଲାଗିରହିଥିବା ଯୋଗୁଁ ସେ ଯନ୍ତ୍ରଣା ରେ ଦୌଡୁଥିବା ଦେଖିବାକୁ ମିଳିଥିଲା l ଶ୍ରୀମତୀ ପାତ୍ର ସଙ୍ଗେ ସଙ୍ଗେ ଆଉ ଜଣେ ସ୍ଵେଚ୍ଛାସେବୀ କାଳିଚରଣ ଦାଶଶର୍ମା ଙ୍କୁ ଅବଗତ କରାଇଥିଲେ l ଗୋମାତାର ରକ୍ଷା କରିବା ପାଇଁ ଆଉ ଦୁଇ ସ୍ଵେଚ୍ଛାସେବୀ ଲାଲୁ ଶର୍ମା ଓ ରଜନୀ ନାୟକ ଙ୍କ ସହଯୋଗ ରେ ଗାଈଟିକୁ ଧରି ପଶୁ ଚିକିତ୍ସା ଅଧିକାରୀ ଙ୍କୁ ଡାକି ଗାଈ ଦେହରୁ ଟାଙ୍ଗିଆ ବାହାର କରି କ୍ଷତ ସ୍ଥାନ କୁ ସିଲାଇକରି ଥିଲେ l ଏହି ମହାନ୍ କାର୍ଯ୍ୟ ପାଇଁ ସାରା ଅଞ୍ଚଳରେ ସମ୍ପୃକ୍ତ ସ୍ଵେଚ୍ଛାସେବୀ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି l ଆକ୍ରମଣକାରୀ କୁ ଚିହ୍ନଟ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା କୁ ସାଧାରଣରେ ଦାବି ହେଉଛି l Rita vision News 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !