ଡ଼ୁବୁରୀ - ଚଣ୍ଡିଖୋଲ ୫୩ ନମ୍ବର ଜାତୀୟ ରାଜପଥ ପାଲଟିଛି ମୃତ୍ୟୁ ଯନ୍ତା l ଦେଖନ୍ତୁ ପୂରା ରିପୋର୍ଟ

ଯାଜପୁର - ଡ଼ୁବୁରୀ - ଚଣ୍ଡିଖୋଲ ଜାତୀୟ ରାଜପଥର ପାଲଟିଛି ମୃତ୍ୟୁ ଯନ୍ତା କାରଣ ପ୍ରାୟ ପ୍ରତ୍ୟେକ ଦିନ ଏହି ରାସ୍ତାରେ ଘଟୁଛି ଦୁର୍ଘଟଣା l ଏହି ରାସ୍ତା ଲୋକମାନଙ୍କ ପାଇଁ ସାଜିଛି ଯମଦୂତ l କିଛି ସମୟ ମଧ୍ୟରେ ଚାଲିଯାଉଛି ସାଧାରଣ ଲୋକଙ୍କ ଜୀବନ l କିଏ ହରାଇ ବସୁଛି ପୁଅ, କିଏ ହରାଉଛି ସ୍ୱାମୀକୁ କ୍ଷଣିକ ପାଇଁ ପୁତ୍ରହରା ଓ ସଙ୍ଖା ସିନ୍ଦୂର ହରାଇ ବିଧବା ସାଜୁଥିବା ଏହି ଲୋକମାନଙ୍କୁ କିଏ ହେବ ଶାହା କିଏ ବା ପୋଛିବ ତାଙ୍କ ଆଖିରୁ ଲୁହ l ଏହିଭଳି ଦୁଇଟି ଦୁର୍ଘଟଣା ଘଟି ଯାଇଛି ଏକ ଜାଗାରେ I ଖବରରୁ ପ୍ରକାଶ ଯେ ଆଜି ଦିନରେ ଚଢେଇଧରା ଥାନା ଅନ୍ତର୍ଗତ ବାଘୁଆ - ବାଲି ସାହି ନିକଟରେ ସୁକିନ୍ଦା ଅଞ୍ଚଳର ଜଣେ ଯୁବକ ମୋଟରସାଇକେଲ ରେ ଦୁର୍ଘଟଣାଗ୍ରସ୍ତ ହୋଇ ପଡିରହିଥିବା ବେଳେ ତାଙ୍କୁ ସାହାଯ୍ୟ କରିବାକୁ ଯାଇ କବାଟବନ୍ଧ ର ଯୁବକ ଜଣକ ରାସ୍ତା କଡ଼ରେ ଛିଡା ହୋଇ ଆମ୍ବୁଲାନ୍ସ କୁ ଫୋନ୍ କରୁଥିବା ବେଳେ ଅନ୍ୟଏକ ଗାଡ଼ି ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା l ଯାହାଫଳରେ ତାହାର ସେହିଠାରେ ମୃତ୍ୟୁ ଘଟିଛି l ଅନ୍ୟର ଜୀବନ ରକ୍ଷା କରିବା ପାଇଁ ଆଗେଇ ଆସିଥିବା ଲୋକ ନିଜର ଜୀବନ ହାରି ଥିଲା l ଏହିଭଳି ଦୁଇଟି ଦୁର୍ଘଟଣା ସ୍ଥାନୀୟ ଲୋକଙ୍କ ମାନକୁ ଦୁଃଖିତ କରାଇଛି l ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି l ପ୍ରଶାସନର ଦୃଷ୍ଟି ଏହା ଉପରେ କେବେ ପଡ଼ିବ ତାହା ସମୟ କହିବ l Rita vision News 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !