ଭାରତୀୟ ମହାକାଶ ଗବେଷଣା ସଂଥାନ ଯିବେ ଉପାନ୍ତ ଅଞ୍ଚଳର ଛାତ୍ର l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ....

କୋରାପୁଟ (ବ୍ୟୁରୋ) - ମାଲକାନଗିରି ଜିଲ୍ଲାର ଗୌରବ । ଉପାନ୍ତ ମାଓ ପ୍ରବଣ ଅଞ୍ଚଳର ଛାତ୍ର ଯିବେ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) । ନିଜର ଦୃଢ ଇଚ୍ଛାଶକ୍ତି ଏବଂ ପ୍ରତିଭା ବଳରେ ଏଭଳି ଅସମ୍ଭବକୁ ସମ୍ଭବ କରିଛନ୍ତି ମାଲକାନଗିରି ଜିଲ୍ଲା ବାଲିମେଳା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର 10ମ ଶ୍ରେଣୀ ଛାତ୍ର ଅବିନାଶ ବେହେରା ।ରାଜ୍ୟସ୍ତରୀୟ ଯୁବ ଜ୍ୟୋର୍ତିବିଜ୍ଞାନ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମରେ ବିଜେତା 20 ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ସେ ।ଚଳିତବର୍ଷ ଟାଟା ଷ୍ଟିଲ୍ କମ୍ପାନୀ ପକ୍ଷରୁ ଭୁବନେଶ୍ବର ପଠାଣି ସାମନ୍ତ ପ୍ଲାନେଟୋରିୟମରେ ଆୟୋଜିତ ହୋଇଥିଲା ଯୁବ ଜ୍ୟୋର୍ତିବିଜ୍ଞାନ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ । ଏଥିରେ ରାଜ୍ୟର ମୋଟ ୩୦୦ଟି ବିଦ୍ୟାଳୟରୁ 62 ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ହେଲେ ସେମାନଙ୍କ ମଧ୍ୟରୁ ନିଜର ପ୍ରତିଭା ଦେଖାଇ ସଫଳ ହୋଇଥିବା 20 ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଅବିନାଶ ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !