ରାସ୍ତା ଦୁରାବସ୍ଥା ପାଇଁ ଅଭିଯୋଗ ଆଣିଲେ ବେଙ୍ଗପାଟିଆ ଗ୍ରାମବାସୀ l

          ରାସ୍ତା ଦୁରାବସ୍ଥା  ର ଦୃଶ୍ୟ 
ଯାଜପୁର (କଳିଙ୍ଗନଗର) :- ଦାନଗଦି ବ୍ଲକ ଅନ୍ତର୍ଗତ ଧୂଳିଗଡ଼ ଗ୍ରାମପଞ୍ଚାୟତର ୧ନଂ ୱାର୍ଡ ବେଙ୍ଗପାଟିଆ ଗ୍ରାମ l ଗ୍ରାମରେ ବାସକରନ୍ତି କରନ୍ତି ୨୧୦ ପରିବାର, ଭୋଟର ସଂଖ୍ୟା ୪୩୮ l ଗାଁ ରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ , ଅଙ୍ଗନୱାଡ଼ି କେନ୍ଦ୍ର ମଧ୍ୟ ଅଛି l ଗାଁ ର ପ୍ରତ୍ୟେକ ଲୋକ ପନିପରିବା ଚାଷ ଉପରେ ନିର୍ଭର କରି ଚଳନ୍ତି l ଏହି ଗାଁ କୁ ଯାତାୟତ ପାଇଁ ମାନଗୋବିନ୍ଦ ପୁର ଗ୍ରାମରୁ ଗୋଟିଏ ମାତ୍ର  ୨ କିଲୋମିଟର ରାସ୍ତା ଅଛି l ସେହି ରାସ୍ତାଦେଇ ପ୍ରତ୍ୟେକ ଦିନ ସ୍କୁଲ ପିଲା ଚାଷୀମାନେ ଯାତାୟାତ କରିଥାନ୍ତି I ରାସ୍ତାଟି ପ୍ରଥମେ ମାଟି ରାସ୍ତା ଥିଲା ଏବଂ ମଝିରେ ଏକ ଗଣ୍ଡା ନାଳ ଉପରେ ଏକ ସଂକୀର୍ଣ ପୋଲ ଅଛି I ବିଗତ ଦିନ ପରେ ଆଜକୁ ୮ ବର୍ଷ ତଳେ ମାନଗୋବିନ୍ଦ ପୁର ଗ୍ରାମରୁ  ରାସ୍ତା ର କିଛି ଭାଗ ପଞ୍ଚାୟତ ତରଫରୁ କଙ୍କ୍ରିଟ୍ ରାସ୍ତା ନିର୍ମାଣ ହୋଇଛି l ଆଉ ପ୍ରାୟ ଏକ କିଲୋମିଟର ବ୍ୟାପୀ ରାସ୍ତା ପୂର୍ବପରି ଅକ୍ଷୁର୍ଣ୍ଣ ଅବସ୍ଥାରେ ରହିଛି l ଗଣ୍ଡା ନାଳ ପାଖରୁ ରାସ୍ତା ଅବସ୍ଥା ଶୋଚନୀୟ ହୋଇଥିବାରୁ ଅସଳାଏ ବର୍ଷା ହେଲେ ମାନଗୋବିନ୍ଦ ପୁର ରୁ ବେଙ୍ଗପାଟିଆ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଉଛି l ଗୋଟିଏ ଗାଁ ରୁ ଆଉ ଗୋଟେ ଗାଁ ଯାତାୟତ ବନ୍ଦ ହୋଇଗଲେ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଗ୍ରାମବାସୀ ଙ୍କ ଯାତାୟତ ସୁବିଧା ପାଇଁ ତୁରନ୍ତ ସ୍ଥାନୀୟ ଲୋକପ୍ରତିନିଧି ଓ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ବେଙ୍ଗପାଟିଆ ବାସୀ I 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !