ଚଳିତ ମାସ ୧୨ ତାରିଖରେ କେଶରୀୟା ହିନ୍ଦୁ ବାହିନୀ ଓଡ଼ିଶା ପ୍ରଦେଶ ପକ୍ଷରୁ ପାଳିତ ହେବାକୁ ଥିବା ଯୁବ ଦିବସ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ l



 ଯାଜପୁର - କେଶରୀୟା ହିନ୍ଦୁ ବାହିନୀ ଓଡ଼ିଶା ପ୍ରଦେଶ ର ସମସ୍ତ ଜିଲ୍ଲା ରେ ଆସନ୍ତା ତାରିଖ ୧୨/୦୧/୨୦୨୧ ଦିନ ବିବେକାନନ୍ଦଜି ଙ୍କ ଜନ୍ମ ଦିବସକୁ ଯୁବ ଦିବସ ରୂପେ ପାଳନ କରିବେ। ପ୍ରଦେଶ ମହାମନ୍ତ୍ରୀ ଓ ସୂଚନା ପ୍ରମୁଖ ଓଡ଼ିଶା ପ୍ରଦେଶ ପକ୍ଷରୁ ଦିଆଯାଉଥିବା ନିର୍ଦ୍ଦେଶ କ୍ରମେ ଆଜି ଯାଜପୁର ଜିଲ୍ଲାର ଜିଲ୍ଳା ଅଧ୍ୟକ୍ଷ ଙ୍କ ସଭାପତିତ୍ବରେ ଆୟୋଜିତ ଜରୁରୀକାଳୀନ ପ୍ରସ୍ତୁତ ବୈଠକରେ ରାଜ୍ଯ ଅଧ୍ୟକ୍ଷ ଜ୍ଞାନରଞ୍ଜନ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ । ଏହି ଅବସରରେ ଯାଜପୁର ଜିଲ୍ଲା ପାଇଁ ଚଳିତ ଜାନୁଆରୀ ମାସ ୧୨ ତାରିଖରେ କେଶରୀୟା ହିନ୍ଦୁ ବାହିନୀ ଯାଜପୁର ଜିଲ୍ଲା ପକ୍ଷରୁ ଯାଜପୁର ଟାଉନ ଠାରେ ଯୁବ ଦିବସ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଛି l 
ଏହି ବୈଠକରେ ରାଜ୍ଯ ମାର୍ଗଦର୍ଶକ- ରବିନ୍ଦ୍ର କୁମାର ଶତପଥି, ସୁମନ୍ତ କୁମାର ନାୟକ- ଜିଲ୍ଲା ସ୍ୱାସ୍ଥ୍ୟ ପ୍ରମୁଖ, ଶ୍ରୀକାନ୍ତ ମହାପାତ୍ର ଜିଲ୍ଳା ସଚିବ (୧),ରବିନ୍ଦ୍ର ବରାଳ - ପ୍ରବକ୍ତା ଯୁବ ବାହିନୀ ଧର୍ମଶାଳା ବ୍ଳକ ,ଅଭୟ କୁମାର ସାହୁ -ସଚିବ (୧) ଧର୍ମଶାଳା ବ୍ଳକ, ପ୍ରଶାନ୍ତ କୁମାର ଜେନା - ସଂଯୋଜକ ଧର୍ମଶାଳା ବ୍ଳକ, ସଞ୍ଜୟ କୁମାର ଲେଙ୍କା ସଙ୍ଗଠନ ମନ୍ତ୍ରୀ,ସୁଶାନ୍ତ କୁମାର ବେହେରା - ଧର୍ମଶାଳା ବ୍ଳକ ଅଧ୍ୟକ୍ଷ ଏବଂ ଉମାକାନ୍ତ ମହାପାତ୍ର - ମିଡିଆ ପ୍ରଭାରୀ ଦାନଗଦି ବ୍ଲକ ଉପସ୍ଥିତ ଥିଲେ l ଯାଜପୁର ଜିଲ୍ଲାର ସମସ୍ତ କାର୍ଯ୍ୟକର୍ତ୍ତା ମାନଙ୍କୁ ମଧ୍ୟ ଅନୁରୋଧ ସେମାନେ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ ମଣ୍ଡିତ କରିବେ।
 
 


Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !