ସୁକିନ୍ଦାର ସମସ୍ତ ପେଟ୍ରୋଲ ପମ୍ପରୁ ମୋଦିଙ୍କ ହୋର୍ଡିଙ୍ଗ ହଟାଇଲା ଯୁବ କଂଗ୍ରେସ l

ଯାଜପୁର (ସୁକିନ୍ଦା) : ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ମୂଲ୍ୟ ବୃଦ୍ଧି ଯୋଗୁ ସାଧାରଣ ଜନତା ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଏଥିଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀର ଦର ମଧ୍ୟ ହୁ ହୁ ହୋଇ ବୃଦ୍ଧି ପାଉଛି l ତୈଳ ଓ ଗ୍ୟାସର ମୂଲ୍ୟବୃଦ୍ଧିକୁ ବିରୋଧକରି ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ପକ୍ଷରୁ ସୁକିନ୍ଦା ଓ ଦାନଗଦୀ ବ୍ଲକର ବିଭିନ୍ନ ସ୍ଥାନରେଥିବା ପେଟ୍ରୋଲ ପମ୍ପ ଗୁଡିକରେ ଲାଗିଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ହୋର୍ଡିଙ୍ଗରେ କଳା ବୋଳାଯିବା ସହ ସେଗୁଡିକୁ ହଟାଇ ଦିଆକାଇଥିଲା l ସୁକିନ୍ଦା ଯୁବ କଂଗ୍ରେସ ସଭାପତି କୃପାସିନ୍ଧୁ ସlମନ୍ତରାୟଙ୍କ ନେତୃତ୍ୱରେ ଚଞ୍ଚଳ ମହାପାତ୍ର,ସାମନ୍ତ ନିରଞ୍ଜନ ଜେନାମଣି, ଅଭିମନ୍ୟୁ ଘଡ଼ାଇ, ଅଭିରାମ କାଣ୍ଡି, ଅଜିତ ନାୟକ,ରାକେଶ କୁମାର ନାଟିଆ,ଉମାକାନ୍ତ ଜେନାମଣି, ବାବୁଲି ପୂର୍ତ୍ତୀ, ମଳୟ ପାତ୍ର, ଅଜିତ ଜେନା,ସୁଶାନ୍ତ ପାତ୍ର, ଭବାନୀ ଦେଓ, ଅମୁଲ୍ୟ ପାତ୍ର, ନିଲୁ ଦେଓ, ଅରୁଣ ମଲ୍ଲିକ, ପ୍ରସନ୍ନ ନାୟକ, ଶେଖ ସବୀର କଳ୍ପତରୁ ଧଳ ପ୍ରମୁଖ ବହୁ ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ ଓ କଂଗ୍ରେସ କର୍ମୀ ଦାନଗଦୀ, ଡ଼ୁବୁରି, ବାଘୁଆପାଳ,ବାଘବlହlଳି (ସୁକିନ୍ଦା), ମୁଲଖମ୍ବ (କୁହିକା)ଆଦି ସ୍ଥାନରେଥିବା ପେଟ୍ରୋଲ ପମ୍ପ ସମ୍ମୁଖରେ ମୋଦି ସରକାର ବିରୋଧୀ ନାରାଡେଇ ମୋଦିଙ୍କ ହୋର୍ଡିଙ୍ଗ ଗୁଡିକୁ ହଟାଇ ଦେଇଥିଲେ l (ଜୟ ନାରାୟଣ ମହାପାତ୍ରଙ୍କ ରିପୋର୍ଟ )
The Youth Congress has removed Modi's hoardings from all petrol pumps in Sukinda
Jajpur (Sukinda): The general public is facing the problem of unreasonable price hikes due to unreasonable hike in petrol, diesel and cooking gas. Prime Minister Narendra Modi's hoardings at the petrol pumps were removed and they were removed. Ajit Jena, Sushant Patra, Bhavani Deo, Amulya Patra, Nilu Deo, Arun Mallick, Prasanna Nayak, Sheikh Sabir Kalpataru Dhal are the leaders of many young Congress, Student Congress and Congress activists Danagadi, Duburi, Baghuapal, Baghbhali (Sukinda) Anti-Modi anti-government slogans in front of petrol pumps in Adi. 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !