ଇମ୍ଫା ମହାଗିରି ଖଣିରେ ଜଳ ବିଶୋଧନ ପ୍ଲାଣ୍ଟ ଉଦଘାଟିତ l

 ଯାଜପୁର (ସୁକିନ୍ଦା):-ଇମ୍ଫା ପରିଚାଳିତ ସୁକିନ୍ଦା ଉପତ୍ୟକାସ୍ଥିତ ମହାଗିରି କ୍ରୋମାଇଟ ଖଣିଠାରେ ଘଣ୍ଟା ପ୍ରତି 6ହଜାର ଲିଟର ବିଶୋଧନ କ୍ଷମତା ବିଶିଷ୍ଟ ଜଳ ବିଶୋଧନ ପ୍ଲାଣ୍ଟ (ଡବ୍ଲୁଟିପି)ଗତ ୭ ତାରିଖରେ ଉଦଘାଟିତ ହୋଇଯାଇଛି l ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ ଏହାକୁ ଉଦଘାଟନକରି ଆଧୁନିକ ଜ୍ଞାନ କୌଶଳରେ ନିର୍ମିତ ପାନୀୟଜଳ ଉପଯୋଗୀ ଏହି ପ୍ଲାଣ୍ଟର ଉଚ୍ଚ ପ୍ରଶଂସା କରି ଅନ୍ୟ ଖଣି ମାନଙ୍କ ପାଇଁ ଏହା ଉଦାହରଣ ହେବ ବୋଲି କହିଥିଲେ l ଉଦଘାଟନୀ ଉତ୍ସବରେ ଇମ୍ଫାର ବରିଷ୍ଠ ଉପସଭାପତି ତଥା ଖଣି ବ୍ୟବସାୟ ୟୁନିଟ ମୁଖ୍ୟ ସଞ୍ଜୀବ ଦାସ ଯୋଗଦେଇ ନୂତନଭାବେ ସ୍ଥାପିତ ଏହି ପ୍ଲାଣ୍ଟର ଉପାଦେୟତା ବର୍ଣ୍ଣନାକରି ଖଣିରୁ ନିର୍ଗତ ଭୁତଳ ଜଳ କୌଣସି ରାସାୟନିକ ବିନା ବ୍ୟବହାର ଉପଯୋଗୀ ହୋଇପାରିବ ବୋଲି କହିଥିଲେ l କାଳିଆପାଣି ସରପଞ୍ଚ କଳ୍ପନା ଜେନା ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ l ଖଣି ଉପ ସଭାପତି ସୁଧାଂଶୁ ପାଟନୀ ଧନ୍ୟବାଦ ଅର୍ପଣ କରିଥିଲେ l (ସୁକିନ୍ଦାରୁ ଜୟ ନାରାୟଣ ମହାପାତ୍ରଙ୍କ ରିପୋର୍ଟ)l
Water treatment plant inaugurated at Impha Mahagiri mine. 
Jajpur (Sukinda): A water treatment plant (WTP) with a capacity of 6,000 liters per hour has been inaugurated at the Mahagiri chromite mine in the Sukinda Valley, administered by Impha, on the 7th of this month. He lauded the plant and said it would be an example for other miners. Joined as the guest of honor Sudhanshu Paltini, Vice President of Mines, offered his thanks. (Reporting by Jay Narayan Mohapatra from Sukinda). 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !