ପୃଥିବୀ ଆଡ଼କୁ ଦ୍ରୁତଗତିରେ ମାଡ଼ି ଆସୁଛି ଗୋଟିଏ ବିରାଟ ଉଲକା ପିଣ୍ଡ।(ନାସା)

ୱାଶିଂଟନ(ବ୍ୟୁରୋ ରିପୋର୍ଟ) : - ପୃଥିବୀ ଆଡ଼କୁ ଦ୍ରୁତଗତିରେ ମାଡ଼ି ଆସୁଛି ଗୋଟିଏ ବିରାଟ ଉଲକା ପିଣ୍ଡ। ଏହାର ଆକାର ଗୋଟିଏ ଷ୍ଟାଡିୟମ ଭଳି। ଏଥିରୁ ଅନୁମାନ କରିପାରୁଥିବେ, ଏହା କେତେ ବଡ଼ ଉଲକାପିଣ୍ତ। 2008Go20 ନାମକ ଏହି ଉଲକା ପିଣ୍ଡ ଜୁଲାଇ ୨୪ରେ ପୃଥିବୀକୁ ଅତିକ୍ରମ କରିବ ବୋଲି ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି। ଏହା ବିପର୍ଯ୍ୟୟ ଘଟାଇବାର ଆଶଙ୍କା ଥିବାରୁ ନାସା ପକ୍ଷରୁ ଏହା ବିପଦଜ୍ଜନକ କ୍ୟାଟାଗୋରୀରେ ରଖାଯାଇଛି।
ସୂଚନା ଅନୁସାରେ, ଏହି ଉଲକାପିଣ୍ଡଟି ସେକେଣ୍ଡ ପିଛା ୮ କିମି ବେଗରେ ଗତି କରୁଛି। ଏହାର ଅର୍ଥ ଘଣ୍ଟାପ୍ରତି ବେଗ ୨୮,୮୦୦ ରହିଛି। ଗତି ଖୁବ ଅଧିକ ଥିବାରୁ ଏହାର ସାମ୍ନାରେ ଯାହା ବି ଆସିବ, ସେଗୁଡ଼ିକ ଧ୍ୱଂସ ପାଇଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ନାସା ଏହାର ଗତିପଥ ଉପରେ ନଜର ରଖିଛି।
ଜୁନ୍‌ ମାସରେ ୨୦୨୧କେଟି୧ ନାମକ ଗୋଟିଏ ଉଲକା ପିଣ୍ଡ ପୃଥିବୀ ନିକଟରେ ପହଞ୍ଚିଥିଲା। ଏହାର ଆକାରର ଇଫେଲ ଟାୱାର ଭଳି ରହିଥିଲା। ଏହା ପୃଥିବୀ ଠାରୁ ୪.୫ ମିଲିୟନ ଦୂରତାରେ ଯାଇଥିଲା। ପୃଥିବୀ ଠାରୁ ୪.୬ ମିଲିୟନ ଦୂର ଦେଇ ଗତି କରୁଥିବା ସମସ୍ତ ବସ୍ତକୁ ବିପଦଜ୍ଜନକ ତାଲିକାରେ ରଖାଯାଇଥାଏ।

ଏହି ଷ୍ଟାଡିୟମ ଆକାରର ଉଲକା ପିଣ୍ଡର ନିୟର ଆର୍ଥ ଅବଜେକ୍ଟ(ଏନଇଓ) ୨୦ ମିଟର ଚଉଡ଼ା ଓ ଏହା ୨୮,୭୦,୮୪୭,୬୦୭ କିଲୋମିଟର ଦୂରରୁ ଦୃଶ୍ୟମାନ ହେବ। ଯାହା ପୃଥିବୀ ଏବଂ ଚନ୍ଦ୍ରର ମୋଟ ଦୂରତା ଠାରୁ ୮ ଗୁଣ ଅଧିକ। ଜୁଲାଇ ୨୪ ତାରିଖ ରାତିରେ ଏନଇଓ ଆପୋଲୋ ନାମକ ଏକ କକ୍ଷପଥ ଦେଇ ଗତି କରିବ।

ଅବଶ୍ୟ ଏହା ପୃଥିବୀରେ ମାଡ଼ ହେବାର କୌଣସି ଆଶଙ୍କା ନଥିବା ବୈଜ୍ଞାନିକମାନେ କହିଛନ୍ତି। ତଥାପି ସେମାନେ ଏହାକୁ ସମ୍ଭାବ୍ୟ ବିପଜ୍ଜନକ ଉଲକା ପିଣ୍ଡ ଶ୍ରେଣୀରେ ରଖିଛନ୍ତି।

ବୃହସ୍ପତି ଗ୍ରହର କକ୍ଷପଥରେ ସାଧାରଣତ ଉଲକା ପିଣ୍ଡ ମିଳିଥାଏ। କିଛି ଉଲକା ପିଣ୍ଡ ଅନ୍ୟ ଗ୍ରହର କକ୍ଷରେ ପ୍ରବେଶ କରିଥିବା ଜଣାପଡ଼ିଥିବା ବେଳେ ସେହି ଗ୍ରହ ସହ ସୂର୍ଯ୍ୟ ଚାରିପଟେ ମଧ୍ୟ ପରିକ୍ରମା କରିଥାଆନ୍ତି। ଏବେ ବୈଜ୍ଞାନିକମାନଙ୍କର ପ୍ରାୟ ୧୦ ଲକ୍ଷ ଉଲକା ପିଣ୍ଡର ତଥ୍ୟ ରହିଛି। ଏହା ମଧ୍ୟରୁ ୨୨ଟି ଆସନ୍ତା ୧୦୦ ବର୍ଷ ମଧ୍ୟରେ ପୃଥିବୀ ପାଇଁ ବିପଦ ସାଜି ପାରନ୍ତି।
A giant meteorite is fast approaching Earth. (NASA). 
WASHINGTON(Beuro Report) : - A huge meteorite is fast approaching Earth. It looks like a stadium. As you can see, this is a big deal. Scientists say the 2008 Goo mass will cross the Earth on July 27. It has been placed in a dangerous category by NASA as it is likely to cause catastrophe.
 According to reports, the meteorite is traveling at a speed of 8 km per second. That means the speed is 24,800 per hour. Because of the high speed, there is a risk that anything that comes in front of it will be destroyed. NASA is monitoring its progress.

 In June, a body called 2021KT1 reached Earth. It was shaped like an Eiffel Tower. It was 4.5 million miles from Earth. All objects passing through the Earth at a rate of 6.6 million Earths are listed as endangered.
 The stadium-sized Ulker Pindar Neer Earth Object (NEO) will be 20 meters wide and will be visible at a distance of 28,60,7,440 km. Which is 4 times the total distance of the Earth and the Moon. On the night of July 28, the NEO will pass through an orbit called Apollo.

 Of course, there is no risk of it being hit on Earth, scientists say. Yet they have classified it as a potentially dangerous meteorite.

 Jupiter is usually found in the orbit of Jupiter. Some meteorites appear to have entered the orbits of other planets, orbiting the same orbits around the sun. Scientists now have data on about one million volcanoes. Of these, 22 could be life-threatening in the next 100 years.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !