ଦାନଗଦି ରେ କୋଭିଡ୍ ନିୟମାନୁସାରେ ପାଳନ ହେଲା ବାହୁଡ଼ା ଯାତ୍ରା l

ଯାଜପୁର :- ସାରା ବିଶ୍ୱରେ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଳନ କରାଯାଉଛି l ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଘୋଷଯାତ୍ରା ପରେ ବାହୁଡ଼ା ଯାତ୍ରା ବା ବାହୁଡ଼ା ଯାତ ଅନୁଷ୍ଠିତ ହୋଇଯାଇଛି l ପ୍ରତ୍ୟେକ ପୁରପଲ୍ଲୀରେ ଏହାକୁ ପାଳନ କରାଯାଇଥାଏ l ଏହି ଅବସରରେ ଦାନଗଦି ତ୍ରିରଙ୍ଗା ଜଗନ୍ନାଥ କଲୋନୀ ରେ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡା଼ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ରୀତିନୀତି ଅନୁସାରେ ସକାଳୁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । ସଂଧ୍ୟାରେ ଶତାଧିକ ଶ୍ରଦ୍ଧାଳୁ ପ୍ରସାଦ ସେବନ କରିଥଲେ । ମନ୍ଦିର ପରିଚାଳନା କମିଟିର ସଭାପତି ଭାସ୍କର ଚରଣ ପୃଷ୍ଟି ଓ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ ବୋଲି ମନ୍ଦିର କମିଟିର ପରିଚାଳକ ସୂଚନା ଦେଇଛନ୍ତି l
The Bahuda pilgrimage was observed in Danagadi as per the Covid rules. 
Jajpur: - The world-famous rath yatra is being celebrated all over the world. On the occasion, the fourth idol was worshiped in the morning as per the custom. In the evening, hundreds of devotees drank prasad. Bhaskar Charan Pristi, chairman of the temple management committee, and all the members were present, the temple committee manager said. 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !