କେନ୍ଦ୍ରାପଡ଼ାରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ମହିଳା କନେଷ୍ଟବଳ ମାଡ଼ ମାରିବା ଘଟଣାକୁ ସୁକିନ୍ଦା ପ୍ରେସ ଫୋରମର ନିନ୍ଦା, କାର୍ଯ୍ୟାନୁଷ୍ଠାନ ଦାବି I

ଯାଜପୁର (କଳିଙ୍ଗନଗର): - କେନ୍ଦ୍ରାପଡ଼ାର ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଜନୈକା ମହିଳା କନେଷ୍ଟବଳ ଗତ 22ତାରିଖରେ ବିଚ ରାସ୍ତାରେ ମାଡମାରିବା ଓ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବlରୁ କେନ୍ଦ୍ରାପଡ଼ାର ସାମ୍ବାଦିକ ଭାଇମାନେ ଆନ୍ଦୋଳନକୁ ଓଲ୍ଲାହିଛନ୍ତି lରାଜ୍ୟର ବିଭିନ୍ନ ଜିଲା ଓ ବ୍ଲକ ସ୍ତରୀୟ ସାମ୍ବାଦିକ ସଂଗଠନ ପକ୍ଷରୁ ଏହାକୁ ସମର୍ଥନ ଜଣାଇ ସମ୍ପୃକ୍ତ ମହିଳା କନେଷ୍ଟବଳଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନିମନ୍ତେ ଦାବି ଜୋର ଧରୁଛି l ଯାଜପୁର ଜିଲ୍ଲାର ସୁକିନ୍ଦା ପ୍ରେସ ଫୋରମ ପକ୍ଷରୁ ମଧ୍ୟ ଏହି ଆନ୍ଦୋଳନକୁ ସମର୍ଥନ ଜ୍ଞାପନ କରାଯାଇଛି l ଫୋରମର ମୁଖ୍ୟ ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ରଙ୍କ ନେତୃତ୍ୱରେ ସଦସ୍ୟମାନେ ଡ଼ୁବୁରୀ ଏକ୍ସପ୍ରେସ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଆଇନକୁ ହାତକୁ ନେଇଥିବା ସମ୍ପୃକ୍ତ ମହିଳା କନେଷ୍ଟବଳଙ୍କୁ ଚାକିରିରୁ ବହିଷ୍କାର କରିବାକୁ ଦାବିକରି ନାରାବାଜି ଦେଇଥିଲେ l ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ସାମ୍ବାଦିକଙ୍କ ଉପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆକ୍ରମଣ କରାଯାଇ ସେମାନଙ୍କ କଣ୍ଠରୋଧପାଇଁ ହେଉଥିବା ଉଦ୍ୟମକୁ ତୀବ୍ର ନିନ୍ଦା କରାଯିବା ସହ ରାଜ୍ୟ ସରକାର ତୁରନ୍ତ ସାମ୍ୱାଦିଜ ସୁରକ୍ଷା ଆଇନ କାର୍ଯ୍ୟଜାରୀ କରିବାକୁ ଫୋରମ ପକ୍ଷରୁ ଦାବି କରାଯାଇଥିଲା l
Sukinda Press Forum condemns the beating of a female constable by a journalist working in Kendrapara. 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !