ଆମ୍ବୁଲାନ୍ସକୁ ପିଟିଲା ଟ୍ରକ ଆମ୍ବୁଲାନ୍ସ ଡ୍ରାଇଭର ଗୁରୁତ୍ତର l

 ଯାଜପୁର:- ଜିଲ୍ଲା ର 16 ନମ୍ବର ଜାତୀୟ ରାଜପଥର ପାଣିକୋଇଲି ଟୋଲଗେଟ ନିକଟରେ ଟ୍ରକ ଓ ଆମ୍ବୁଲାନ୍ସ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା l ସୂଚନା ମୁତାବକ ଏକ ଆମ୍ବୁଲାନ୍ସ ପଶ୍ଚିମବଙ୍ଗରେ ରୋଗୀ ଛାଡି ଭୁବେନେଶ୍ୱର ଫେରୁଥିବା ବେଳେ କାଲି ରାତି ପ୍ରାୟ ୯ଟା ସମୟରେ ସୋତୀ ନିକଟରେ ଥିବା ଏକ ଡିଭାଇଡ଼ର ନିକଟରେ ସାମ୍ନାପଟୁ ଆସୁଥିବା ଏକ ଟ୍ରକ ଧକ୍କା ଦେଇଥିଲା I ଫଳରେ ଘଟଣା ସ୍ଥଳରେ ଆମ୍ବୁଲାନ୍ସ ଟି ନଷ୍ଟ ହୋଇଯାଇଥିବାବେଳେ ଆମ୍ବୁଲାନ୍ସ ଡ୍ରାଇଭର ଗୁରୁତ୍ତର ଆହତ ହୋଇଛନ୍ତି I ସୂଚନା ପାଇଁ ପାଣିକୋଇଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଡ୍ରାଇଭରକୁ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି I ଅନ୍ୟପଟେ ଟ୍ରକ ଡ୍ରାଇଭର ଘଟଣା ସ୍ଥଳରୁ ଟ୍ରକ ନେଇ ଫେରାର ହୋଇଯାଇଛି l 


Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !