ଯାଜପୁର ରୋଡ ତାଲୁକ ଆଇନସେବା ତରଫରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

ଯାଜପୁର (ବ୍ୟାସନଗର) :- ଯାଜପୁର ରୋଡ ତାଲୁକ ଆଇନସେବା ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଶୁକ୍ରବାର ମୁଣ୍ଡମାଳ ଗୋଷ୍ଟି ଉନ୍ନୟନ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି l  ବରିଷ୍ଠ ଆଇନଜୀବୀ ସୁବାଷ ଚନ୍ଦ୍ର ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଯାଜପୁର ରୋଡର ମାନ୍ୟବର ଅତିରିକ୍ତ ଦୌରାଜଜ ଶ୍ରୀଯୁକ୍ତ ମାନସ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଗରିବ ନିରୀହ ନିଷ୍ପେସିତ ଆଦିବାସୀ ଦଳିତ ହରିଜନ ଓ ବୟସ୍କ ଲୋକଙ୍କ ପାଇଁ ମାଗଣାରେ ଆଇନ ସେବା ଯୋଗାଇ ଦେବା ପାଇଁ ଲୋକମାନଙ୍କୁ ମାର୍ଗଦର୍ଶନ ଦେଖାଇଥିଲେ l
 ଆଇନସେବା ପ୍ରାଧିକରଣ ତରଫରୁ ସହାୟକ ରୂପେ ରାଜେଶ କୁମାର ରାଉତ ଏବଂ ଶିଶିର କୁମାର ରଥ ଙ୍କ ସହ ଆଡ଼ଭୋକେଟ ରବି ନାୟକ, ସୁବାଷ ବଳ ସାମନ୍ତ, ପୁଷ୍ପା ଓଝା, ପ୍ରଦୀପ ସ୍ୱାଇଁ ଓ ଶୁଭେନ୍ଦୁ ଦାସ ଯୋଗଦାନ କରିଥିଲେ l ଏହି କର୍ଯ୍ୟକ୍ରମ ରେ ଶତାଧିକ  ଗ୍ରାମବାସୀ ଯୋଗଦାନ କରି ମାନ୍ୟବର ବିଚାର ପତିଙ୍କଠାରୁ ଆଇନସେବା ପ୍ରାଧିକରଣ ସମ୍ପର୍କରେ ସମସ୍ତେ ଅବଗତ ହୋଇଥିଲେ l କାର୍ଯ୍ୟକ୍ରମରେ ଅୟୋଜକଭାବେ ସମାଜସେବୀ ବସନ୍ତ କୁମାର ପାତ୍ର ଓ ଅସୀତଦାସ  ସହଯୋଗ କରିଥିଲେ l ବ୍ୟାସନଗର ଅଞ୍ଚଳର ବରିଷ୍ଠ ସାମ୍ବାଦିକ ନିତ୍ୟାନନ୍ଦ ମହାଳିକ ଓ ଦୁଷ୍ମନ୍ତ କୁମାର ରାଉତ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମ ର ସଫଳରୂପାୟନ ପାଇଁ ଅଇନସେବା ଯାଜପୁରରୋଡ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା l 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !