ଜାତୀୟ ରାଜପଥରୁ ଗୋମାଂସ ବୋଝେଇ କଣ୍ଟେନର ଜବଦ l


ଯାଜପୁର (ବ୍ୟୁରୋ ରିପୋର୍ଟ) :- ଗାଡି ନମ୍ବର( DL1G-C4302) କଟକ ରୁ ବେଙ୍ଗଲ ଅଭିମୁଖେ ଯାଉଥିଲା l କୁଆଖିଆ ନିକଟସ୍ଥ ବିଲିପଡ଼ା ଠାରେ NH 16 ର କଡ଼ରେ  ଠିଆ ହୋଇଥିଲା ବେଳେ ଗାଡ଼ିରୁ ରକ୍ତ ବାହାରିବାର ଦେଖି ଗୋମାଂସ ଯାଉଥିବାର ସନ୍ଧେହରେ ବିଲିପଡା ଗ୍ରାମବାସୀ ଓ ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗୀ ଦଳ ର ସହଯୋଗ ରେ ଗାଡି କୁ ଜବତ କରିଥିଲେ l
 ଗାଡିକୁ କୁଆଖିଆ ପୋଲିସ କୁ ହସ୍ତାନ୍ତର କରିଥିଲେ l କୁଆଖିଆ ପୋଲିସ ଡ୍ରାଇଭର ଓ ହେଲପର କୁ ନିଜ କବଜା କୁ ନେଇ କେସ୍ ନଂ 313/21 ରେ ମାମଲାରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା l ଗାଡ଼ିରେ କଣ ଅଛି ଜାଣିବା ପାଇଁ ସ୍ଥାନୀୟ ତହସିଲଦାର, ଆରାଇ, ବିଶ୍ଵହିନ୍ଦୁ ପରିଷଦ ର ସଭ୍ୟ,ପାଣିକୋଇଲି ଆଇଆଇସି ,ଜନସାଧାରଣ ଉପସ୍ଥିତି ରେ କଣ୍ଟେନର ଖୋଲାଯାଇଥିଲା l

 ଗାଡି ଭିତରେ ଗୋମାଂସ ର ପ୍ୟାକେଟ୍ ଥିବା ଦେଖିବାକୁ ମିଳିଥିଲା l ଯାହାର ଆନୁମାନିକ ଓଜନ ୩୦କେଜି ଓଜନ ର ୬୦୦ ପ୍ୟାକେଟ୍ ଗୋମାଂସା ଥିବାର ଅନୁମାନ କରାଯାଉଛି l ଶେଷରେ ଜବଦ ହୋଇଥିବା ଗୋମାଂସ କୁ ଛଡେଇଧାର ନିକଟ ପଡିଆରେ ପୋତା ହୋଇଯାଇଛି l 
ବାରମ୍ବାର ଏହିଭଳି ଭାବରେ ଗୋମାଂସ ଚାଲାଣ ହେଉଥିବାର ଦେଖା ଯାଉଛି l ଆଗକୁ କିଭଳି ଭାବରେ ଏହି ଭଳି ଅପରାଧ ନହେବ ସେଥିପାଇଁ ଯାଜପୁର ପ୍ରଶାସନ ଦୃଷ୍ଟି ଦେବା ନିହାତି ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି l ଯଦି ଏହିଭଳି ଗୋ ଚାଲାଣ ଓ ଗୋ ମାଂସ ଚାଲାଣ ଅପରାଧିକ କାାର୍ଯ୍ୟ ଆଗାମୀ ଦିନରେ ହୁଏ ତାହେଲେ ବଜରଙ୍ଗ ଦଳ ତରଫରୁ ଏକ ବଡ ଆନ୍ଦୋଳନ କରାଯିବ ବୋଲି ସୂଚନା ଦେଇଅଛନ୍ତି ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ମାନେ l ପୋଲିସ୍ ପ୍ରଶାସନ ର ପରୋକ୍ଷ ସହଯୋଗ ରେ ଏହି କାର୍ଯ୍ୟ ହେଉଥିବା ନେଇ ଜନସାଧାରଣ ସନ୍ଦେହ ପ୍ରକଟ କରିଛନ୍ତି l 


Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !