କରୋନା କୁ ମାତ୍ ଦେବାକୁ , ବଜାରକୁ ଅସୁଛି କୋଭିଡ଼ ବଟିକା l


(ବ୍ୟୁରୋ ରିପୋର୍ଟ ):-  ଆସୁଛି କୋଭିଡ୍‌ ବଟିକା। ଖୁବ୍ ଶୀଘ୍ର ଉପଲବ୍ଧ କରାଇବା ପାଇଁ ଚାଲିଛି ପ୍ରୟାସ l କୋଭିଡ୍‌କୁ ହରାଇବାକୁ ଟିକା ଉପରେ ଫୋକସ ଥିବା ବେଳେ ପ୍ରସ୍ତୁତ ହେଲାଣି କୋଭିଡ୍‌ ବଟିକା। ଆମେରିକୀୟ କମ୍ପାନୀ ମର୍କ ଆଣ୍ଡ କୋ ପିଲ୍‌ ନିର୍ମାଣ କରିଛି। ଏହାର ନାଁ ରହିଛି ମୋଲ୍‌ନୁପିରାଭିର। କମ୍ପାନୀର ଦାବି ଏହି ପିଲ୍‌ ଦ୍ୱାରା ରୋଗୀଙ୍କ ମୃତ୍ୟୁ ଓ ହସ୍ପିଟାଲରେ ଆଡମିଟ୍‌ ହେବା ଭଳି ଆଶଙ୍କାକୁ ୫୦ ପ୍ରତିଶତ କମାଇ ଦେବ। ତୃତୀୟ ପର୍ଯ୍ୟାୟ ଟ୍ରାଏଲର ଅନ୍ତରୀଣ ସମୀକ୍ଷା ପରେ ଏହି ଦାବି କରିଛି କମ୍ପାନୀ।
କମ୍ପାନୀ ସୂଚନା ମୁତାବକ ମୋଲ୍‌ନୁପିରାଭିର ବଟିକା ଖାଇଥିବା ରୋଗୀଙ୍କ ମଧ୍ୟରୁ ମାତ୍ର ୭.୩ ପ୍ରତିଶତ ହସ୍ପିଟାଲ ଚିକିତ୍ସା ପାଇଁ ଯାଇଥିଲେ କିମ୍ବା ମୃତ୍ୟୁ ହୋଇଥିଲା। ସେପଟେ ପରୀକ୍ଷଣରେ ଯେଉଁମାନେ ପ୍ଲାସିବୋ ଜରିଆରେ ଚିକିତ୍ସିତ ହୋଇଥିଲେ, ସେମାନଙ୍କ ମଧ୍ୟରୁ ୧୪.୧ ପ୍ରତିଶତ ହସ୍ପିଟାଲ ଯାଇଥିଲେ କିମ୍ବା ମୃତ୍ୟୁ ହୋଇଥିଲା। ଖୁବଶୀଘ୍ର ମୋଲ୍‌ନୁପିରାଭିରର ଜରୁରୀକାଳୀନ ବ୍ୟବହାର ଲାଗି ଆମେରିକା ଏଫ୍‌ଡିଏର ଅନୁମତି ଲୋଡିବ କମ୍ପାନୀ। ଯଦି ଅନୁମତି ମିଳେ ତେବେ କୋଭିଡ୍‌ ଚିକିତ୍ସାରେ ମୋଲନୁପିରାଭିର ବିଶ୍ୱର ପ୍ରଥମ କୋଭିଡବଟିକା ହେବ। କେବଳ ମର୍କ ନୁହଁ, ଆମେରିକାର ଫାଇଜର ଏବଂ ସ୍ୱିସ୍‌ ଫାର୍ମାଚ୍ୟୁଟିକାଲ କମ୍ପାନୀ ରୋଚେ ମଧ୍ୟ କୋଭିଡ୍‌ ପିଲ୍‌ ତିଆରି କରୁଛନ୍ତି ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !