ଦେଶ ଓ ରାଜ୍ୟରେ ପାଳିତ ହୋଇଯାଇଛି ମହାତ୍ମାଗାନ୍ଧୀ ଙ୍କ ଜନ୍ମ ବାର୍ଷିକୀ l

               ଭାରତ ର ରାଷ୍ଟ୍ରପତି 
ବ୍ୟୁରୋ ରିପୋର୍ଟ : - ଆଜି (୨ ଅକ୍ଟୋବର) ରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ବାର୍ଷିକୀ । ଏହି ଅବସରରେ ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ରାଜଘାଟ ଠାରେ ମହାତ୍ମାଗାନ୍ଧୀ ଙ୍କ ସମାଧି ପୀଠରେ ପୁଷ୍ପମାଲ୍ଯ ଅର୍ପଣ କରିଥିଲେ l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ ଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଆଜି ଅନେକ ଯୋଜନା ଆରମ୍ଭ କରିଛନ୍ତି । ଆଜି ସକାଳ ୧୧ ଟାରେ ପ୍ରଧାନମନ୍ତ୍ରୀ ମୋଦୀ ଗ୍ରାମ ପଞ୍ଚାୟତ ଏବଂ ଜଳ କମିଟି ସହିତ ମଧ୍ୟ ଆଲୋଚନା କରିଛନ୍ତି ।
               ଭାରତର ପ୍ରଧାନମନ୍ତ୍ରୀ 
ମହାତ୍ମା ଗାନ୍ଧୀଙ୍କ ଜନ୍ମ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରି କହିଛନ୍ତି, ‘ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ବାର୍ଷିକୀରେ ବିନମ୍ର ଶ୍ରଦ୍ଧାଞ୍ଜଳି । ପୂଜ୍ୟ ବାପୁଙ୍କ ଜୀବନ ଏବଂ ଆଦର୍ଶ ଦେଶର ପ୍ରତ୍ୟେକ ପିଢୀକୁ କର୍ତ୍ତବ୍ୟ ପଥରେ ଚାଲିବାକୁ ପ୍ରେରଣା ଯୋଗାଇବ ।
.                ରାଜ୍ୟପାଳ ଓଡ଼ିଶା 
ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେ ଟୁଇଟ୍ କରି କହିଛନ୍ତି, ‘ତାଙ୍କ ଜନ୍ମ ବାର୍ଷିକୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ଜୀଙ୍କୁ ନମସ୍କାର । ମୂଲ୍ୟବୋଧ ଏବଂ ନୀତି ଉପରେ ଆଧାରିତ ତାଙ୍କ ଜୀବନ ଦେଶବାସୀଙ୍କ ପାଇଁ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ ।
ତେବେ ଗାନ୍ଧୀ ଜୟନ୍ତୀ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଲକ୍ଷଦ୍ୱୀପ ଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିର ଉଦଘାଟନ କରିଛନ୍ତି, ଅହମ୍ମଦନଗରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ୪ ହଜାର କୋଟିର ରାଜପଥ ପ୍ରକଳ୍ପର ଶୁଭାରମ୍ଭ କରିବେ । ଏହା ବ୍ୟତୀତ ସିଏମ୍ ଯୋଗୀ ମଧ୍ୟ ଅନେକ କାର୍ଯ୍ୟକ୍ରମରେ ଜଡିତ ହେବେ । 
.              ଓଡ଼ିଶା ର ମୁଖ୍ୟମନ୍ତ୍ରୀ 
ସେହିପରି ଓଡ଼ିଶା ରାଜ୍ୟ ରେ ବିଧାନସଭା ପରିସରରେ ମାନ୍ୟବର ରାଜ୍ୟପାଳ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ରାଜ୍ୟସ୍ତରୀୟ ଜନ୍ମବାର୍ଷିକୀ ପାଳନ ଅବସରରେ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନବୀନ ନିବାସ ଠାରେ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି l 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !