ବିଜେଡି ସରକାର ବିରୋଧରେ ରଣହୁଙ୍କାର ଦେଲା ଆଦିବାସୀ ସଙ୍ଘ l

 


ବଲାଙ୍ଗୀର :- ଜିଲ୍ଲା ର ପାଟଣାଗଡବ୍ଲକ ରେ ଆଦିବାସୀ ମାନେ ରାଜରାସ୍ତା କୁ ଓହ୍ଲାଇଛନ୍ତି l ନିଜ ନିଜ ଅସ୍ତ୍ର ଶସ୍ତ୍ର ଧରି ଆଦିବାସୀ ଭବନ ରୁ ନିଜ ହକ ପାଇଁ ବ୍ଲକ ସମ୍ମୁଖରେ ଧାରଣା ଦେଇ ଥିଲେ l ଏକ ଦାବି ପ୍ରତ୍ର ମୁଖମନ୍ତ୍ରୀ ଙ୍କ ଉଦ୍ଦେଶ୍ଯ ରେ ବ୍ଲକ ବିଡିଓ ଙ୍କୁ ପ୍ରଦାନ କଲେ l ବ୍ଳକ ସମ୍ମୁଖରେ ମୁଖ୍ୟ ମନ୍ତ୍ରୀ ଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା l ସରକାର ଙ୍କ ଆଦିବାସୀ ବିରୋଧ ନୀତି ଭାରତୀୟ ସମ୍ଭିଧାନ ର ପରିପନ୍ଥୀ ଆଦିବାସୀ କୋଟା କାଟିବା ସମ୍ପୂର୍ଣ ବେଆଇନ, ଆଦିବାସୀ ଙ୍କ ପ୍ରତି ଅସହାୟ ମନଭାବ ରଖି ବାଆଦିବାସୀ ଙ୍କୁ ଉପେକ୍ଷା ଅବହେଳା କରିବା ଏକ ଗ୍ରହିତ ଅପରାଧ ଆଦିବାସୀ କୋଟା ଉଛେଦ କରିବା ଆଦିବାସୀ ମାନଙ୍କ ପ୍ରତି ବିଜେଡି ଦଳ ଏବଂ ରାଜ୍ୟ ସରକାର ଅଟ୍ରୋ ସିଟି ଏହା ଆଦିବାସୀ ସମାଜ କୁ କୁଠାରଘାତ ସଦୃଶ l

 ଆଦିବାସୀ ଲୋକଙ୍କୁ ନିର୍ଯାତନା, ଅପମାନ, ଘୃଣା, ପାତର ଅନ୍ତର ବୈମାତୃକ ମନଭାବ କାର୍ଯ୍ୟ କରୁଥିବା ଯୋଗୁଁ, ତୁରନ୍ତ ଓଡ଼ଶା ସରକାର ଏହି ଆଦିବାସୀ ବିରୋଧ ଅସାମ୍ଭିଧାନିକ କାର୍ଯ୍ୟ ରୁ କ୍ଷାନ୍ତ ରହନ୍ତୁ ବୋଲି ଚେତାବନୀ ଦେଇଛି ଆଦିବାସୀ ମହାସଂଘ l ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ୨୦୨୨ ରେ ସରପଞ୍ଚ ଏବଂ ବ୍ଲକ ଅଧକ୍ଷ ପଦବୀରେ ପୂର୍ବ ପରି ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରନ୍ତୁ ସରକାର, ନଚେତ ଆଦିବାସୀ ମାନେ ବିଜେଡି ଦଳକୁ ରାଜନୀତି ବାସନ କରିବୁ l 


ବିଜେଡି କୁ ଭୋଟ ଦେବୁନାହିଁ ବିଜେଡି ର ସଭା ସମିତି କୁ ବର୍ଜନ କରିବୁ ବିଜେଡି ଦଳ ର ପଦବୀରୁ ଇସ୍ତାପା ଦେବୁ, ନେତା କର୍ମୀ କୁ ବିରୋଧ କରିବୁ, ଓଡିଶା ସରକାର ପଂଚାୟତ ନିର୍ବାଚନ ରେ ଆଦିବାସୀ ମାନଙ୍କ ର କୋଟା କଟିଛି ତେଣୁ ଆଦିବାସୀ ସମାଜ ବି ତାର ଅଧିକାର ହାସଲ ପାଇଁ ବିଜେଡି ର ଭୋଟ କାଟିବୁ I ଯେହେତୁ ଆଦିବାସୀ ସରପଞ୍ଚ ପଦବୀ ରୁ ମୂଳ ପଛ କରିଛି ତେଣୁ କୁ ସରକାର ମୂଲୋପାଟନ କରିବାକୁ ବାଧ୍ୟ୍ୟ ହେବୁ ବୋଲି ଶ୍ରୀମତି ବନାଲାତା ମାଝୀ, ଆଦିବାସୀ ସଂଘ ର କାର୍ଯ୍ୟ କାରୀ ସଭାପତି,, ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଙ୍ଘ ର ମହାସଚିବ ଶ୍ରୀଯୁକ୍ତ ନିରଞ୍ଜନ ବିଶି, ପାଟଣାଗଡ ବ୍ଲକ ସଭାପତି ଅଷ୍ଟ ରତନ ବରିହା, ବେଲପଡା ବ୍ଲକ ର ସଭାପତି ବସନ୍ତ ମାଝୀ, ଖପ୍ରାଖୋଲ ର ସଭାପତି ବିପ୍ର ବିଶି ଆଦିବାସୀ ନେତା ପୁରୁଷୋତ୍ତମଧରୁଆ, ରଘୁନାଥ ବରିହା, ସନ୍ତୋସିନି ବିଶି, ଗିରି ରାଜ ଭୋଇ, ଘନ ଭୋଇ, ମନବୋଦ ବରିହା, ଚନ୍ଦ୍ରଶେଖର ବରିହା, ଲଳିତ ମଳିକ, ମେଘ ବର୍ଗେ ଆଦି ଆଦିବାସୀ ନେତା ଆହ୍ୱାନ କରିଛନ୍ତି I (ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ) 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !