Posts

Showing posts from May, 2022

ଗରିବୀ ର ତାଡ଼ନା ରେ କଳାକାର, ସରକାରୀ ସହାୟତା ପାଇଁ ନିବେଦନ l

Image
ବ୍ୟୁରୋ ରିପୋର୍ଟ - କଥା ରେ ଅଛି ଵଣ ମଲ୍ଲି ବଣେ ଝଡି ପଡେ ହେଲେ.. ଏହି ଉକ୍ତି ଟି ପରି ଙ୍କ ଠାରେ ଭୁଲ ପ୍ରମାଣିତ ହୋଇଛି।ଯାଜପୁର ଜ଼ିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ରମ୍ପାସ ଗ୍ରାମ ରେ ବାସ କରନ୍ତି ପରି ନାୟକ,ପିତା ଭରତ ନାୟକ ଜଣେ ଦିନ ମଜୁରିଆ ହୋଇଥିବା ବେଳେ ପରିବାର ର ଆର୍ଥିକ ପରିସ୍ଥିତି ଅତ୍ୟନ୍ତ ଦୁର୍ବଳ।ପରି ପରିବାର ର ଏକ ମାତ୍ର ଝିଅ ହୋଇଥିବା ବେଳେ ପିତା ଏବେ ଶାରୀରିକ ଭାବେ ଅସୁସ୍ଥ।ପିଲାଟି ଦିନରୁ ପରି ଙ୍କ ଗୀତ ଶୁଣିବା ଆଉ ବୋଲିବା ପ୍ରତି ବହୁତ ଦୁର୍ବଳତା ଥିଲା, ହେଲେ ତାଙ୍କ ଭିତରେ ବି ଗୀତ ଲେଖିବା କଳା ଅଛି ସେ କଥା ସେ ନିଜେ ବି ଜାଣି ନଥିଲେ। ୨୦୨୦ ମସିହା ରେ ସେ ପ୍ରଥମକରି ଗୀତ ଲେଖିବା ଆରମ୍ଭ କଲେ,ତାଙ୍କ ପ୍ରଥମ ଗୀତ ଥିଲା "ଭଙ୍ଗା ହୃଦୟ" ଯାହା ଜି.ଏଲ ମିଉଜିକ ରେ ମୁକ୍ତିଲାଭ କରିଥିଲା।ସେବେଠୁ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି ଆର୍ଥିକ ପରିସ୍ଥିତି ଖରାପ ଭିତରେ ବି ସେ ମନ ବଳ ଦୃଢ ରଖି ଲେଖା ଜାରି ରଖିଛନ୍ତି। ମ୍ୟୁଜିକ ଡାରେକ୍ଟର ପ୍ରଦ୍ୟୁମ୍ନ ନାୟକ ପରି ଙ୍କୁ ସବୁବେଳେ ସହଯୋଗ କରି ଆସିଛନ୍ତି।ପରି ଙ୍କ ଏବେ ଚାରୋଟି ନୂଆ ଗୀତ ମୁକ୍ତି ଲାଭ ଅପେକ୍ଷା ରେ।ପରି ଙ୍କ ପରି ପ୍ରତିଭା ଆର୍ଥିକ ଅନାଟନ ଭିତରେ ଚାପି ହୋଇ ତାଙ୍କ କଲମ ମୁନ ଭାଙ୍ଗିଯିବା ଆଗରୁ ଯଦି ସରକାର ଙ୍କ ତରଫ ରୁ ତାଙ୍କୁ କିଛି ଆର୍ଥିକ ସାହାଯ୍ୟ ମିଳି ପାରନ୍ତା ସେ ଆହୁରି ଅଗ

ଗୋରୁ ବେପାରୀଙ୍କୁ ଗୁଳିକରି ହତ୍ୟା, ୨୦ ଲକ୍ଷ ଲୁଟ୍‌ l

Image
ରାଇରଙ୍ଗପୁର (ବ୍ୟୁରୋ ରିପୋର୍ଟ ) : - ରାଇରଙ୍ଗପୁର ସାପ୍ତାହିକ ଗୋରୁ ହାଟରେ ଗୁଳିକାଣ୍ଡ । ଗୋରୁ ବେପାରୀ ମୃତ । ୪ ଜଣ ଦୁର୍ବୁତ୍ତ ବେପାରୀଙ୍କ ଉପରକୁ ଗୁଳି ମାଡକରି ୨୦ ଲକ୍ଷ ଟଙ୍କା ଲୁଟ କରି ଫେରାର ହୋଇଯାଇଛନ୍ତି । ମୃତକ ବେପାରୀ ପଶ୍ଚିମବଙ୍ଗ ଜମ୍ବାଲି ଥାନାର ଜାମସୁ ଅଲ୍ଲୀ ବୋଲି ଜଣାପଡିଛି । ଖବର ଅନୁଯାୟୀ, ବୁଧବାର ଦିନ ସକାଳ ସମୟରେ ସାପ୍ତାହିକ ଗୋରୁ ହାଟ ଚାଲୁଥିବା ବେଳେ ୪ଜଣ ଦୁର୍ବୁତ୍ତ ଆସି ହଠାତ ଜଣେ ଗୋରୁ ବେପାରୀଙ୍କ ଉପରେ ଚାରି ରାଉଣ୍ଡ ଗୁଳି ଚଳାଇଥିଲେ । ଏହାପରେ ତାଙ୍କ ଠାରୁ ୨୦ଲକ୍ଷ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ । ଦୁର୍ବୃତ୍ତ ମାରିଥିବା ଗୁଳି ତାଙ୍କ ଛାତିରେ ଲାଗିବାରୁ ବେପାରୀ ଜଣକ ସେହି ଠାରେ ଟଳି ପଡ଼ିଥିଲେ । ସେଠାରୁ ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ମୃତକ ବେପାରୀ ଜଣକ ହେଲେ ପଶ୍ଚିମବଙ୍ଗ ଜମ୍ବାଲି ଥାନାର ଜାମସୁ ଅଲ୍ଲୀ । ଦୁର୍ବୁତ୍ତମାନେ ଫେରାର ହୋଇଯାଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ମୁଖ୍ୟ ରାସ୍ତାର ଡ୍ରେନ୍ ରୁ ଗଳିତ ଶବ ଉଦ୍ଧାର କରିଛି ପୋଲିସ୍ l

Image
ଯାଜପୁର - (ବ୍ୟୁରୋ ରିପୋର୍ଟ) :- ଜିଲ୍ଲା ର ସୁକିନ୍ଦା ଥାନା ଅନ୍ତର୍ଗତ ସୁକିନ୍ଦା - ମଙ୍ଗଳପୁର ଜାତୀୟ ରାଜପଥ କଡ଼ ଡ୍ରେନ୍ ରୁ ଏକ ଅଚି଼ହ୍ନା ଗଳିତ ଶବ ଉଦ୍ଧାର କରିଛି ପୋଲିସ୍ l ମିଳିଥିବା ସୂଚନା ଅନୁସାରେ ଗତ ଦୁଇଦିନ ତଳେ ଉକ୍ତ ଜାଗାର ଅନତୀ ଦୂରରୁ ଏକ କଟା ଗୋଡ଼ ମିଳିଥିଲା l ତେବେ ମିଳିଥିବା କଟା ଗୋଡ଼ ଉଦ୍ଧାର ହୋଇଥିବା ମୃତ ଦେହର ର କି ନାହିଁ ତାହା ଯାଞ୍ଚ କରୁଛନ୍ତି ଉଭୟ ପୋଲିସ୍ ଓ ସାଇଣ୍ଟିଫିକ୍ ଟିମ୍ l ମିଳିଥିବା ମୃତ ଦେହର ବି କୌଣସି ପରିଚୟ ମିଳି ପାରିନାହିଁ l ପୋଲିସ୍ ମୃତ ଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ କରିବାକୁ ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇ ତଦନ୍ତ ଆରମ୍ଭ କରୁଛି I 

ପ୍ରସିଦ୍ଧ ଶକ୍ତିପୀଠ ମା'ତାରାତାରିଣୀଙ୍କ ଭବ୍ଯ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ l

Image
ଗଞ୍ଜାମ (ବ୍ୟୁରୋ ରିପୋର୍ଟ) :- ମା' ତାରାତାରିଣୀଙ୍କ ନୂତନ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ  ଯୋଗଦେଇ ଗଞ୍ଜାମବାସୀଙ୍କ ସମେତ ପ୍ରତିଟି ଓଡ଼ିଆଙ୍କ ମଙ୍ଗଳ କାମନା କରିଛନ୍ତି। ଆଜିର ଦିନଟିକୁ ପବିତ୍ର ଦିନ ଭାବେ ବର୍ଣ୍ଣନା କରି ଏହି କାର୍ଯ୍ୟରେ ସହଯୋଗ ପାଇଁ ସ୍ଥାନୀୟ ବାସିନ୍ଦା ଓ ସେବାୟତଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି। ମା'ଙ୍କ ମନ୍ଦିରର ନୂଆ ରୂପକୁ ଓଡ଼ିଶାର କଳା ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ଅନୁପମ ନିଦର୍ଶନ ଭାବେ ଦର୍ଶାଇ ଏହାକୁ ସଫଳ କରିଥିବା ଶିଳ୍ପୀ ଓ କାରିଗରମାନଙ୍କୁ ମୁଖ୍ୟମନ୍ତ୍ରୀ ବିଶେଷ ଅଭିନନ୍ଦନ ଜଣାଇଛନ୍ତି। ମନ୍ଦିରର ଏହି ନୂଆ ରୂପ ଓ ବିକଶିତ ପରିବେଶ ଅଧିକ ଭକ୍ତ ତଥା ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି। ଏହି ଅବସରରେ ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ବିକଶିତ ବିଭିନ୍ନ ସୁବିଧା ସୁଯୋଗକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିବା ସହ ଋଷିକୂଲ୍ୟା ନଦୀ ତଟ ଉନ୍ନତିକରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଶାନ୍ତି ଓ ସହଯୋଗ ଭିତ୍ତିରେ ଗଞ୍ଜାମର ବିକାଶ ପାଇଁ ସମସ୍ତେ ମିଳିମିଶି କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଜଣାଇଛନ୍ତି।

କୁଏତ ରେ ପ୍ରବାସୀ ଭାରତୀୟ ସଂଘ ପକ୍ଷରୁ ସଂଗୀତ ସମାରୋହ କାର୍ଯ୍ୟକ୍ରମ - ବିପିପି,

Image
.    ପ୍ରବାସୀ ଭାରତୀୟ ଙ୍କ ଦ୍ଵାରା ସଙ୍ଗୀତ         ସମାରୋହ  କୁଏତ(ବ୍ୟୁରୋ ରିପୋର୍ଟ) :- ଗତକାଲି କୁଏତ ରେ ସଂଗୀତ ସମାରୋହ କାର୍ଯ୍ୟକ୍ରମ ଭାରତୀୟ ପ୍ରବାସୀ ପରିଷଦ ସଙ୍ଗ ଦ୍ୱାରା ପରିଚାଳିତ ହୋଇଯାଇଛି | ପ୍ରବାସୀ ଭାରତୀୟର ବିଭିନ୍ନ ବର୍ଗର ଗାୟକମାନେ ଦର୍ଶକଙ୍କୁ ମନମୁଗ୍ଧ କରିଥିଲା | ମାଷ୍ଟର ରୋହିତ ଶ୍ୟାମଙ୍କ ସମେତ ୨୦ ଜଣ ଗାୟକ ବଲିଉଡ ସଂଗୀତ ଗାଥାର ଭିନ୍ନ ଭିନ୍ନ ଗୀତ ଗାଇଥିଲେ।  ଅନ୍ୟ ଗାୟକମାନଙ୍କ ମଧ୍ୟରେ ବିନୋଦ ପାଣ୍ଡିର, ବିନୋୟ ସେବାଷ୍ଟିଆନ, ଅକ୍ଷୟ ପଟେଲ, ଅସ୍ୱାତୀ ଶ୍ରୀନାଥ, ଉପସାନା ସିହ୍ନା, ମିତାଲି ଜାନା, ସନ୍ତୋଷ ରାଣା, ଯୋଗେଶ ପାଣ୍ଡ୍ୟା, ହେମାଗିନି ପାଣ୍ଡ୍ୟା, କ୍ଲିଫୋର୍ଡ ମିରାଣ୍ଡା, ସଙ୍ଗୀତାବେନ ବ୍ୟାସ, ସାଗର ବିସୱା, ମୃଣାଲ ସରମା, ତିର୍ଥ ପାଣ୍ଡ୍ୟା, ବିମଳ ବର୍ମନ, ମୁକେଶ ସେଠୀ ଏବଂ ସଞ୍ଜୟ ରାମି। ଗାୟକମାନେ ଦେଶଭକ୍ତି ଗୀତ ଗାଇ 'ଦେଶଭକ୍ତି' କବିତା ପାଠ କରୁଥିବାବେଳେ, ଦେଶଭକ୍ତି ଭାବନାରେ ଆନନ୍ଦ ରେ ଉତ୍ସାହିତ ସହିତ ଚମତ୍କାର ନୃତ୍ୟ ଉପଭୋଗ କରିଥିଲେ | ଏହି କାର୍ଯ୍ୟକ୍ରମ ରେ, ରାମାୟା ଧନେଶଙ୍କୁ ବିଦାୟ ସମର୍ଦ୍ଧନା ଜ୍ଞାପନ କରାଯାଇଥିଲା, ବିପିପିର ସଭାପତି ବିନୋଇ ସେବାଷ୍ଟିଆନ୍ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ବିପିପି ର ସାଧାରଣ ସମ୍ପାଦକ ସୁଧୀର ଭି ମେନନ୍ ସମେତ ସମସ୍ତ କେନ୍ଦ୍ରୀୟ କାର୍ଯ୍ୟ କମିଟି ର ସଭ୍ୟ

କେନ୍ଦ୍ର ଅତିରିକ୍ତ ସଚିବଙ୍କ ଇମ୍ଫା ଭୁତଳ ଖଣି ପରିଦର୍ଶନ l

Image
 ଯାଜପୁର (ସୁକିନ୍ଦା)/ବ୍ୟୁରୋ :- କେନ୍ଦ୍ର ସରକାରଙ୍କ ଶ୍ରମ ଓ ନିଯୁକ୍ତି ମନ୍ତ୍ରାଳୟର ଅତିରିକ୍ତ ସଚିବ ଡ. ଶଶାଙ୍କ ଗୋଏଲ ଗତ  ୭ତାରିଖରେ ଭୁବନେଶ୍ୱର ରିଜିୟନ ଖଣି ସୁରକ୍ଷା ନିର୍ଦ୍ଦେଶକ କ୍ରିଷ୍ନେନ୍ଦୁ ମଣ୍ଡଳ ଓ ଉପ ନିର୍ଦ୍ଦେଶକ ଆଇ. ସତ୍ୟନାରାୟଣାଙ୍କ ସହ ସୁକିନ୍ଦା କ୍ରୋମ ଉପତ୍ୟାକାସ୍ଥ ଇମ୍ଫାର ମହାଗିରି ଭୁତଳ ଖଣି ପରିଦର୍ଶନ କରିଥିଲେ l  ଇମ୍ଫାର ଉପ ସଭାପତି ସୁଧାଂଶୁ ପlଟନୀ ଓ ବରିଷ୍ଠ ଖଣି ସାଧାରଣ ପରିଚାଳକ ଲଲାଟେନ୍ଦୁ ମହାପାତ୍ର ସେମାନଙ୍କୁ ଏହି ଭୁତଳ ଖଣିର କାର୍ଯ୍ୟ ଶୈଳୀ ସମ୍ପର୍କରେ ବିସ୍ତୃତଭାବେ ଅବଗତ କରାଇଥିଲେ l  ଡ. ଗୋୟେଲ ଖଣିର ବୈଷୟିକ କାର୍ଯ୍ୟାବଳୀ ଓ ସୁରକ୍ଷାର ଉଚ୍ଚ ପ୍ରଶଂସା କରିଥିଲେ l ଶରୀର ପାଇଁ ଯୋଗର ଆବଶ୍ୟକତା ସମ୍ପର୍କରେ ସେ ଖଣି କର୍ମଚାରୀମାନଙ୍କୁ ଅବଗତ କରାଇ ଆସନ୍ତା ଜୁନ ମାସରେ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସରେ ଉପସ୍ଥିତ ରହି ଯୋଗାଭ୍ୟାସ କରିବାପାଇଁ ପରାମର୍ଶ ଦେଇଥିଲେ l  (ସୁକିନ୍ଦାରୁ ଜୟ ନାରାୟଣ ମହାପାତ୍ରଙ୍କ ରିପୋର୍ଟ )

ଟାଟା ଷ୍ଟିଲ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ଲୋକେ ଆତଙ୍କୀତ--

Image
(ବ୍ୟୁରୋ ରିପୋର୍ଟ) ୦୭।୦୫ : - ଝାଡଖଣ୍ଡର ଜାମସେଦପୁର ସ୍ଥିତ ଟାଟା ଷ୍ଟିଲ ପ୍ଲାଣ୍ଟ ଭିତରେ ଜୋରଦାର ବିସ୍ଫୋରଣ ଘଟିଛି। ପ୍ଲାଣ୍ଟରେ ପ୍ରଥମେ ବିସ୍ଫୋରଣ ଘଟିଥିଲା, ପରେ ଚାରିଆଡେ ନିଆଁ ବ୍ୟାପି ଯାଇଥିଲା। ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ୬ଟି ଦମକଳ ଗାଡ଼ି ମୁତୟନ କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ପ୍ଲାଣ୍ଟରେ ଗ୍ୟାସ କଟିଂ ଏବଂ ୱେଲଡିଂ କରିବା ସମୟରେ ଗ୍ୟାସ ଲିକ୍ ଯୋଗୁଁ ଦୁର୍ଘଟଣା ଘଟିଥିଲା। ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଟ୍ୱିଟ୍ କରି ଚିନ୍ତା ପ୍ରକଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଟ୍ୱିଟ୍ କହିଛନ୍ତି, ଜାମସେଦପୁର ଟାଟା ଷ୍ଟିଲ ପ୍ଲାଣ୍ଟ ବିସ୍ଫୋରଣ ନେଇ ଖବର ମିଳିଛି। ଜିଲ୍ଲା ପ୍ରଶାସନର ଅଧିକାରୀ ଟାଟା ଷ୍ଟିଲର ଅଧିକାରୀଙକ ସହ ସମନ୍ୱୟ ରଖି ଆହତଙ୍କୁ ତ୍ୱରିତ ଚିକିତ୍ସା ଯୋଗାଇବାକୁ ବ୍ୟବସ୍ଥା କରାଯାଉଛି। ସୂଚନା ଅନୁସାରେ, ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ତାର ଶବ୍ଦ ଅନେକ କିଲୋମିଟର ଯାଏଁ ଶୁଣାଯାଇଥିଲା। ବିସ୍ଫୋରଣ ଶବ୍ଦ ଶୁଣି ଲୋକେ ଭୟଭୀତ ହୋଇଥିଲେ। ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ରୂପେ ଆହତ ହୋଇଥିବା ସୂଚନା ମିଳିଛି। ପ୍ଲାଣ୍ଟର ବ୍ୟାଟ୍ରି ନମ୍ୱର ପାଞ୍ଚ, ଛଅ ଏବଂ ସାତ ମଧ୍ୟମରେ ଏବି ବିସ୍ଫୋରଣ ହୋଇଛି।

ପ୍ରଶାସନ ର ଅଜାଣତରେ ବେଆଇନ ଟିକସ ଆଦାୟ ଅଭିଯୋଗ l

Image
                   ( ନକଲି ରସିଦ୍)  ନୂଆପଡ଼ା(ବ୍ୟୁରୋ ରିପୋର୍ଟ) : - ନୂଆପଡ଼ା ଜିଲ୍ଲାର ଓଡ଼ିଶା- ଛତିଶଗଡ଼ ସୀମାନ୍ତରେ ବିଭିନ୍ନ ବେଆଇନ କାମ ଚାଲିଥିବାର ଅଭିଯୋଗ ହୋଇଛି। ଏହାପରେ ମଧ୍ୟ ଉଭୟ ରାଜ୍ୟ ସୀମାନ୍ତରେ ଦିନକୁ ଦିନ ବେଆଇନ କାମ ଚାଲୁଥିଲେ ମଧ୍ୟ ପୁଲିସ ଜାଣିପାରୁ ନାହିଁ। ପୁଣି ଓଡ଼ିଶା- ଛତିଶଗଡ଼ ସୀମାନ୍ତରେ ବେଆଇନ ଭାବେ ଚେକଗେଟ୍ କରି ଓଡ଼ିଶାରୁ ଛତିଶଗଡ଼ ଯାଇଥିବା ଲୋକଙ୍କଠାରୁ ବେଆଇନ ଭାବେ ଟଙ୍କା ଆଦାୟ କରାଯାଉଥିବାର ଦେଖିବାକୁ ମିଳିଛି। ପ୍ରଶାସନ ଯେ ନୂଆପଡ଼ା ଜିଲ୍ଲା ସଦର ବ୍ଳକ ଭାଲେଶ୍ବର ପଞ୍ଚାୟତ ଆମୋଦି ଗ୍ରାମର ଦେଇ ଜୋଙ୍କ ନଦୀ ହୋଇ ଛତିଶଗଡ଼ ‌ଚରୋଦା ଯିବାକୁ ରାସ୍ତା ରହିଛି। ହେଲେ ଏହି ରାସ୍ତାରେ ଆମୋଦି ଗ୍ରାମର ଜଣେ ଲୋକ ବେଆଇନ ଭାବେ ନଦୀ ଆରମ୍ଭରେ କାଠ ସାହାଯ୍ୟରେ ଚେକଗେଟ୍ ନିର୍ମାଣ କରିଥିବା ବେଳେ ଏକ ଘର କରି ସେଠାରେ ଜଣେ ବ୍ୟକ୍ତିକୁ ରଖି ଓଡ଼ିଶାରୁ ଛତିଶଗଡ଼, ଛତିଶଗଡ଼ରୁ ଓଡ଼ିଶାକୁ ବାଇକରେ ଆସିଥିବା ବ୍ୟକ୍ତିଙ୍କୁ ୧୦ ଟଙ୍କା ଓ କାରରେ ଯାଇଥିବା ବ୍ୟକ୍ତିଙ୍କୁ ୭୦ ଟଙ୍କା ଆଦାୟ କରାଯାଉଛି। ଏହା ବଦଳରେ ବ୍ୟକ୍ତିମାନଙ୍କୁ ଗ୍ରାମ ପଞ୍ଚାୟତ ଭାଲେଶ୍ବର ବୋଲି ଏକ ରୋଡ଼ ଟାକ୍ସ ଜାଲିଆତି ରସିଦ ଦିଆଯାଇଛି ବୋଲି କିଛି ଲୋକ ଅଭିଯୋଗ କରିଛନ୍ତି। ଯେଉଁ ରସିଦରେ ପଞ୍ଚାୟତର କୌଣସି ସିଲ ନାହିଁ। ଏହପରି ପ୍ରତିଦିନ ଏହି ବେଆଇନ ଚେକଗେଟରେ ୫ଶହରୁ ଏକ ହଜାର ଟଙ୍କା ପର୍ଯ୍ୟନ୍ତ ଆଦାୟ