ଦୃଷ୍ଟିବାଧିତ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଯୁକ୍ତିବିଦ୍ୟା ସହାୟକ ଉପକରଣ ଉପରେ ତାଲିମ ଶିବିର l

ହିଞ୍ଜିଳିକାଟୁ (ବ୍ୟୁରୋ ରିପୋର୍ଟ) :- ସମସ୍ତ ଶୁଶୁର ସ୍ୱତନ୍ତ୍ରତା କୁ ଅନୁସରଣ କରି ସାଇଟ ସେବର୍ ଗଞ୍ଜାମ ପକ୍ଷରୁ ୫ଦିନିଆ ତାଲିମ ଶିବିର ଉଦଯାପିତ ହୋଇଯାଇଛି l ଦୃଷ୍ଟି ବାଧିତ ଛାତ୍ରଛାତ୍ରୀ ମାନଙ୍କ ପାଇଁ କାର୍ଯ୍ୟ କରୁଥିବା ଅଗ୍ରଣୀ ଅନୁଷ୍ଠାନ ସାଇଟି ସେବର, ବ୍ରହ୍ମ ପୁର ଠାରେ ଥିବା ଶଙ୍କର ଚକ୍ଷୁ ଚିକିତ୍ସାଳୟ ରେ ୫୦ଜଣ ଦୃଷ୍ଟି ବାଧିତ ଛାତ୍ରଛାତ୍ରୀ ମାନଙ୍କୁ ନେଇ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ଉପରେ ତାଲିମ ପ୍ରଦାନ କରାଯାଇଥିଲା l 
ଆୟୋଜିତ ଏହି ତାଲିମ ଶିବିର ରେ ଶଙ୍କର ହସ୍ପିଟାଲର ସିଇଓ ଜେ.ବାବୁ, ଡାକ୍ତର ବିର ପ୍ରସାଦ ସାମଲ ଯୋଗ ଦେଇ ଥିବା ବେଳେ ସାଧନ କର୍ମୀ ଭାବରେ ସାଇଟ ସେଭର୍ ତରଫରୁ ବିରଞ୍ଚି ନାରାୟଣ ସାହୁ, ସଞ୍ଜୟ ସିଂ, ସୁପ୍ରିୟା ସାହୁ, ସଞ୍ଜୟ କୁମାର ପ୍ରମୁଖ ପ୍ରଯୁକ୍ତି ବିଜ୍ଞାନ କୁ ବ୍ୟବହାର କରି କିଭଳି ସ୍ମାଟ ଫୋନ, ଲ୍ୟାପଟପ୍, ଡିଜି ପ୍ଲେୟାର ଆଦି ମାଧ୍ୟମ ରେ ନିଜର ଶିକ୍ଷା ଆହରଣ କରିପାରିବେ ସେ ନେଇ ତାଲିମ ପ୍ରଦାନ କରିଥିଲେ l 
ଅନ୍ୟ ପଟେ କାର୍ଯ୍ୟ କ୍ରମ ଶେଷ ରେ ୫ଜଣଙ୍କୁ ଲ୍ୟାପଟପ୍ ବଣ୍ଟନ କରାଯାଇ ଥିବା ବେଳେ ୨୦ଜଣଙ୍କୁ ସ୍ମାଟ୍ ଫୋନ୍ ଓ ୨୫ଜଣଙ୍କୁ ଡିଜି ପ୍ଲେୟାର ପ୍ରଦାନ କରାଯାଇ ଥିଲା I ଏହି କର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଅତିଥି ଏସ.ଗିରିଧାରୀ (ବ୍ଲକ୍ ଶିକ୍ଷା ଅଧିକାରୀ ହିଞ୍ଜିଳିକାଟୁ), ଶ୍ରୀ ସାନ୍ତୋଶ କୁମାର ବେହେରା ଜିଲ୍ଲା ପ୍ରକଳ୍ପ ସଂଯୋଜକ ସାଇଟସେଭର୍ସ ପରିଚାଳନା କରିଥିଲେ ଓ ପରିଶେଷରେ ଶ୍ରୀ ବିରଞ୍ଚି ନାରାୟଣ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ତେବେ ଏହି ୫ଦିନିଆ ତାଲିମ ଶିବିର ରେ ସାଇଟ ଶେଭର ର ସମସ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ରହିଶିବିରକୁ ସୁପରିଚାଳନା କରିଥିଲେ l 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !