କଳିଙ୍ଗନଗର ପୋଲିସ କୁ ବଡ଼ ସଫଳତା ଠାବ ହେଲା ନକଲି ସିମେଣ୍ଟ କାରଖାନା l



 ଯାଜପୁର (କଳିଙ୍ଗନଗର) ୨୬/୬:- ଗତକାଲି ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅନ୍ତର୍ଗତ ଗୋଲାଗାଁ ନିକଟରେ ଏକ ନକଲି ସିମେଣ୍ଟ କାରଖାନା ଠାବ କରି ଅତର୍କିତ ଚଢ଼ାଉ କରିଛି କଳିଙ୍ଗନଗର ପୋଲିସ l ଘଟଣା ସ୍ଥଳରୁ କାଲି ୭ଜଣ ଙ୍କୁ ଗିରଫ କରାଯାଇ ଥିବା ବେଳେ ବିଭିନ୍ନ ସାମଗ୍ରୀ ଜବତ ହୋଇଥିଲା l ଆଜି ତାଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ l 
ଅଭିଯୁକ୍ତ ବ୍ୟକ୍ତି ମାନେ ହେଲେ କାର୍ତିକ ଚନ୍ଦ୍ର ବେହେରା (ଶିଖର ପୁର), ଆର୍ତ୍ତ ବନ୍ଧୁ ଖଟୁଆ, (ଗୋଲା ଗାଁ )ଭଜମନ ନାୟକ (ଆନନ୍ଦ ପୁର ), ମନୋଜ କୁମାର ଶତପଥି (ଦଳା ), ଅମରେଶ ପଣ୍ଡା (ଧର୍ମ ଶାଳା ), ସୁଶାନ୍ତ କୁମାର ସାହୁ ଚୋରଦା, ଉଦୟନାଥ ସାହୁ (ଢେଙ୍କାନାଳ ଟାଉନ )
ସୂଚନା ଅନୁଯାୟୀ ଗତ କାଲି ରାତିରେ ବିଶେଷ ସୂତ୍ରରୁ ଖବର ପାଇ କଳିଙ୍ଗନଗର ପୋଲିସ ଅଚାନକ ଚଢ଼ାଉ କରିଥିଲା l ଘଟଣା ସ୍ଥଳରୁ ରୁ ୪୨୦ (ଅଲ୍ଟ୍ରାଟେକ, ଆମ୍ବୁଜା )ନକଲି ସିମେଣ୍ଟ ଓ ୨୦୦ ବସ୍ତା ଖରାପ ସିମେଣ୍ଟ ସହ ନକଲି ସିମେଣ୍ଟ ପ୍ରସ୍ତୁତି ପାଇଁ ବ୍ୟବହାର ହେଉଥିବା ବହୁ ସାମଗ୍ରୀ ମଧ୍ୟ ଜବତ କରିଛି ପୋଲିସ l ତେବେ ସମ୍ପୃକ୍ତ ବ୍ୟକ୍ତି ଙ୍କୁ ଗିରଫ କରି କେଶ ନଂ୧୩୮/୨୨ରେ ମାମଲା ରୁଜୁ କରି ୭ଜଣକୁ କୋର୍ଟ ଚାଲାଣ କରାଯାଇଥିବାର ସୂଚନା ଦେଇଛନ୍ତି ଥାନ ର ଭାରପ୍ରାପ୍ତ ଅଧିକାରୀ ପ୍ରିୟବ୍ରତ ରାଉତ l
ତେବେ ଏଠି ପ୍ରଶ୍ନବାଚୀ ସୃଷ୍ଟି ହେଉଛି ଏ ଭଳି ଅଵ୍ୟଧ୍ୟ କାର୍ଯ୍ୟ କୁ କିଏ ପ୍ରଶୟ ଦେଉଥିଲା ? ପ୍ରଭାବଶାଳୀ ବ୍ୟକ୍ତି ଙ୍କ ଲମ୍ବା ହାତ ରହିଥାଏ ବୋଲି ସର୍ବସାଧାରଣ ରେ ପ୍ରଶ୍ନ ଉଠୁଛି l

କଳିଙ୍ଗନଗର ରୁ ଉମାକାନ୍ତ ମହାପାତ୍ର , ଯାଜପୁର l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !