ସୁକିନ୍ଦା ବିଜଦର ବିଶିଷ୍ଠ ସଦସ୍ୟ ଅମଳେନ୍ଦୁ ବେହୁରା ଭାଜପାରେ ଯୋଗ ଦେଲେ l

 
 ଯାଜପୁର (ସୁକିନ୍ଦା):- ଭୁବନେଶ୍ୱରସ୍ଥ ଭାରତୀୟ ଜନତା ପାର୍ଟି (ଭାଜପା) ମୁଖ୍ୟ କାର୍ଯ୍ୟାଳୟଠାରେ ଆଜି ୪ ତାରିଖରେ ଆୟୋଜିତ ମିଶ୍ରଣ ପର୍ବରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସୁକିନ୍ଦାର ବିଶିଷ୍ଠ ବିଜଦ ନେତା ତଥା ସୁକିନ୍ଦା ସ୍ୱାଭିମାନ ସୁରକ୍ଷା ସଂଘ ସଭାପତି ଅମଳେନ୍ଦୁ (ବାବି)ବେହୁରା ବିଜଦର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ବିଧିବଦ୍ଧ ଭାବେ ଭାଜପାରେ ଯୋଗ ଦେଇଛନ୍ତି lଶ୍ରୀ ପ୍ରଧାନ ତାଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ପ୍ରଦାନ କରି ଦଳରେ ସାମିଲ କରିଥିଲେ l ଏହି ମିଶ୍ରଣ ପର୍ବରେ ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ମହିଳା ମୋର୍ଚ୍ଚା ସଭାପତି ସ୍ମୃତି ପଟ୍ଟନାୟକ, ଦଳୀୟ ମୁଖପାତ୍ର ଗୋଲଖ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରବି ନାରାୟଣ ବେହେରା, ଯାଜପୁର ଜିିଲ୍ଲା ସଭାପତି ଗୌତମ ରାୟ, ଉପ ସଭାପତି ପୁଷ୍ପକ ମହାପାତ୍ର, ସୁକିନ୍ଦା ଭାଜପା ନେତା ତଥା ବିଧାୟକ ପ୍ରାର୍ଥୀ ପ୍ରଦୀପ ବଳ ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ l ଶ୍ରୀ ବେହୁରାଙ୍କ ଭାଜପାରେ ଯୋଗଦାନ ଫଳରେ ସୁକିନ୍ଦାରେ ଭାଜପାର ଶକ୍ତି ବୃଦ୍ଧି ଘଟିବ ବୋଲି ରାଜନୈତିକ ସମୀକ୍ଷକ ମାନେ ଆକଳନ କରିଛନ୍ତି l ଏହି ମିଶ୍ରଣ ପର୍ବରେ ମଧ୍ୟ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଗ୍ରାମର କ୍ଷେତ୍ରବାସୀ ମହାରଣା, ଡମ୍ବରୁଧର ମହାନ୍ତ, ଭାନୁମତି ମହାନ୍ତ, ଅଟଳ ରାଉତ, ସତ୍ୟାନନ୍ଦ ଦେହୁରୀ, ଗୌରୀ ମହାନ୍ତ, ପୂର୍ଣ୍ଣ ଚନ୍ଦ୍ର ବରାଳ, ପିକୁ ମହାନ୍ତ, କ୍ଷେତ୍ରବାସୀ ସାହୁ ପ୍ରମୁଖ ଶତାଧିକ ବ୍ୟକ୍ତି କଂଗ୍ରେସ ଓ ବିଜଦ ତ୍ୟାଗକରି ଭାଜପlରେ ଯୋଗ ଦେଇଥିଲେ l ଦଳ ପକ୍ଷରୁ ସେମାନଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ପ୍ରଦାନ କରାଯାଇ ଦଳରେ ସାମିଲ କରାଯାଇଥିଲା l
 (ସୁକିନ୍ଦାରୁ ଜୟ ନାରାୟଣ ମହାପାତ୍ରଙ୍କ ରିପୋର୍ଟ )

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !