ଟାଟା ଷ୍ଟିଲ ମାଇନିଂର ସୁକିନ୍ଦା କ୍ରୋମାଇଟ୍ ଖଣିରେ ଦୃଷ୍ଟିବାଧିତଙ୍କ ପାଇଁ ଆନ୍ତଃ - ରାଜ୍ୟ କ୍ରିକେଟ୍‌ ମ୍ୟାଚ୍ ଆୟୋଜିତ l


(ଟାଟା ଷ୍ଟିଲ ଫାଉଣ୍ଡେସନ୍ ସହଭାଗିତାରେ ସବଳ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ପଦକ୍ଷେପ ଗ୍ରହଣ ଏକ ରୋମାଞ୍ଚକ ମ୍ୟାଚ୍‌ରେ ଓଡ଼ିଶା ଏକାଦଶଠାରୁ ଝାଡ଼ଖଣ୍ଡ ଏକାଦଶ ୧୫୭ ରନ୍‌ରେ ପରାସ୍ତ) 
ଯାଜପୁର ( ସୁକିନ୍ଦା ) ୧୮/୧/ ୨୦୨୩ : - ଟାଟା ଷ୍ଟିଲ ମାଇନିଂ ଲିମିଟେଡ଼ ( ଟିଏସ୍ଏମ୍ଏଲ୍ ) ପକ୍ଷରୁ ଟାଟା ଷ୍ଟିଲ ଫାଉଣ୍ଡେସନ୍ ( ଟିଏସ୍ଏଫ୍ ) ସହଭାଗିତାରେ ବୁଧବାର ଦିନ ଓଡ଼ିଶା ଏକାଦଶ ଓ ଝାଡ଼ଖଣ୍ଡ ଏକାଦଶ ମଧ୍ୟରେ ଦୃଷ୍ଟିବାଧିତଙ୍କ ନିମନ୍ତେ ସବଳ ଆନ୍ତଃ ରାଜ୍ୟ କ୍ରିକେଟ୍ କପ୍ ଆୟୋଜିତ ହୋଇଯାଇଛି । 
ଓଡ଼ିଶାର ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍‌ରେ ଅବସ୍ଥିତ ଟିଏସ୍ଏସ୍ଏଲ୍‌ର ସୁକିନ୍ଦା କ୍ରୋମାଇଟ୍‌ ଖଣି କ୍ୟାମ୍ପସ୍ ମଧ୍ୟରେ ଥିବା ଷ୍ଟିୱାର୍ଟ ସ୍କୁଲ ପଡ଼ିଆରେ ଏକ ୨୦ ଓଭର ବିଶିଷ୍ଟ କ୍ରିକେଟ୍‌ ମ୍ୟାନ୍‌ର ଆୟୋଜନ କରାଯାଇଥିଲା । 
ଓଡ଼ିଶାର ଦୃଷ୍ଟିବାଧିତଙ୍କ କ୍ରିକେଟ ଆସୋସିଏସନ୍ ଏବଂ ଝାଡ଼ଖଣ୍ଡର ଦୃଷ୍ଟିବାଧିତ କ୍ରିକେଟ ଆସୋସିଏସନ୍‌ର ଖେଳାଳିମାନେ ନିଜର ଅପୂର୍ବ ଦକ୍ଷତା ଓ ଅତୁଳନୀୟ ପ୍ରତିଭା ସହିତ ନିଜର ଉଚ୍ଚକୋଟୀର କ୍ରୀଡ଼ାନୈପୁଣତାର ପ୍ରଦର୍ଶନ ମାଧ୍ୟମରେ ବହୁସଂଖ୍ୟାରେ ଉପସ୍ଥିତ ଦର୍ଶକମାନଙ୍କୁ ରୋମାଞ୍ଚିତ କରିପାରିଥିଲେ । 
ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କ ସଶକ୍ତିକରଣ ବିଭାଗର ଅଣର ସେକ୍ରେଟେରୀ ସନ୍ନ୍ୟାସୀ ବେହେରା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜର ଖୁସି ବ୍ୟକ୍ତି କରିବା ସହିତ ଟିଏସ୍ଏମ୍ଏଲ୍ ଓ ଟିଏସ୍ଏଫ୍ ଏହି ପଦକ୍ଷେପକୁ ପ୍ରସଂଶା କରିଥିଲେ । 
ଟାଟା ଷ୍ଟିଲ ମାଇନିଂ ଲିମିଟେଡ଼ର ଅଧ୍ୟକ୍ଷ ଡି ବି ସୁନ୍ଦରା ରାମମ୍ ବିଜୟୀ ଟିମ୍ ଓଡ଼ିଶା ଏକାଦଶକୁ ଟ୍ରଫି ପ୍ରଦାନ କରିଥିଲେ । ଏହି ଅବସରରେ ସେ କହିଥିଲେ ଯେ , “ ଆମେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସଠିକ୍ ଦକ୍ଷତାରେ ସଶକ୍ତ କରିବା ସହିତ ସେମାନଙ୍କୁ ନିଜ ପ୍ରତିଭାର ପ୍ରଦର୍ଶନ ପାଇଁ ସୁଯୋଗ ପ୍ରଦାନ କରିବାକୁ ମିଳିତ ଭାବେ ପ୍ରୟାସ କରିବା ଉଚିତ । ଏହାସହିତ ଟାଟା ଷ୍ଟିଲ ମାଇନିଂ ଓ ଟାଟା ଷ୍ଟିଲ ଫାଉଣ୍ଡେସନ୍‌ର ଏହି ପଦକ୍ଷେପ ଦିବ୍ୟାଙ୍ଗମାନଙ୍କୁ ପ୍ରମୁଖ କ୍ରୀଡ଼ାଗୁଡ଼ିକରେ ଅଂଶଗ୍ରହଣ କରିବାକୁ ପ୍ରୋତ୍ସାହିତ କରିବ ବୋଲି ସେ ଆଶା ପ୍ରକାଶ କରିଥିଲେ । 
ଏହି ଅବସରରେ ଉଦ୍‌ବୋଧନ ଦେଇ ଟାଟା ଷ୍ଟିଲ ମାଇନିଂ ଲିମିଟେଡ଼ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପଙ୍କଜ ସତିକା କହିଥିଲେ ଯେ , “ ଏକ ଦାୟିତ୍ବବାନ ଖଣି କମ୍ପାନୀ ଭାବେ ଟାଟା ଷ୍ଟିଲ ମାଇନିଂ କ୍ରୀଡ଼ା ପ୍ରତିଭା ଚିହ୍ନଟ , ସେମାନଙ୍କ ଦକ୍ଷତାର ବିକାଶ ଓ ସ୍ୱପ୍ନକୁ ସାକାର ପାଇଁ ନିଜର ଉଦ୍ୟମ ଜାରି ରଖୁଛି । ଦିବ୍ୟାଙ୍ଗ ବ୍ୟକ୍ତି ଆମ ସମାଜର ଏକ ଅବିଚ୍ଛିନ୍ନ ଅଂଗ ଏବଂ ଏଭଳି ପଦକ୍ଷେପ ଅନ୍ତର୍ଭୁକ୍ତିକରଣ ପ୍ରତି ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ” 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !