ଚାନ୍ଦା ଆଦାୟ କୁ ନେଇ ବିଜେଡ଼ି ଦଳର ଦୁଇ ଗୋଷ୍ଠୀ ମଧ୍ଯରେ ହାତାହାତି l କିଛି ଲୋକ ଗୁରୁତର..

 ଯାଜପୁର(କଳିଙ୍ଗନଗର) :- କଳିଙ୍ଗନଗର ଶିଳ୍ପାଞ୍ଚଳ ସ୍ଥିତ ଯଖପୁରା ଥାନା ଅନ୍ତର୍ଗତ ଯାଖପୁରା ଜଟିଆଷ୍ଟିଲି ପ୍ଲାଣ୍ଟ ରେ ପ୍ରସନଜିତ ନାୟକଙ୍କ ମମତା ଇନ୍ଟର୍ପ୍ରାଇଜେସ ନାମକ ଏକ ଠିକା ସଂସ୍ଥା କାର୍ଯ୍ୟ ଚାଲିଥିବା ବେଳେ ଯଖପୁରା ବିଜେଡି ସରପଞ୍ଚ ରାଜା ସାମଲ ଜଟିଆ ଷ୍ଟିଲ ପ୍ଲାଣ୍ଟାରେ ରେ ଠିକାଦାର ଙ୍କୁ ୫୦ ଲକ୍ଷ୍ୟ ଚାନ୍ଦା ମାଗିଥିଲେ।

ଠିକାଦାର ଚାନ୍ଦା ନ ଦେବାରୁ ବିଜେଡ଼ି ଠିକାଦାର ପ୍ରସନଜିତ ନାୟକ ଙ୍କୁ ଗୋଡେଗୋଡେଇ ମାଡ ମାରି ଥିବା ଅଭିଯୋଗ ହୋଇଛି l ତାଙ୍କ ଉପରକୁ ପେଟ୍ରୋଲ ବମ୍ ପକାଇବା ସହିତ ତାଙ୍କ ଗାଡ଼ିକୁ ନିଆଁ ଲଗାଇବା ପାଇଁ ଚେଷ୍ଟା କରିଥିଲେ ଦୁର୍ବୁତ୍ତ ଓ ତାଙ୍କ ହାତ ଭାଙ୍ଗି ଦେଇଥିଲେ। ଠିକାଦାର ଙ୍କ କ୍ରର୍ମଚାରୀ ସସ୍ମୃତିରଞନ ବ୍ରହ୍ମ ଙ୍କ ମୁଣ୍ଡକୁ ମାଡ଼ ମାରି ରକ୍ତାକ୍ତ କରିବା ସହିତ ଠିକାଦାର ଭାଇ ଆଶିଷ ଅମିତାଭ ନାୟକ ଙ୍କୁ ମାଡ ମାରି ହାତ ଭାଙ୍ଗି ଦେଇଥିଲେ l ଏହି ମରଣାତ୍ମାକ ଆକ୍ରମଣ ଫଳରେ ଠିକାଦାର ଦୁଇ ଭାଇ ଙ୍କ ହାତ ଭାଙ୍ଗି ଯାଇଛି l ଘଟଣା ସ୍ଥଳରେ ସ୍ଥାନୀୟ ଲୋକମାନେ ପହଞ୍ଚି ଆହାତ ମାନଙ୍କୁ ଉଧାର କରି ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ନମସ୍ତେ ଭିର୍ତ୍ତି କରାଇଥିଲେ । ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆହାତ ମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରଣ କରିଥିଲେ। ଜଟିଆ ଷ୍ଟିଲ ପ୍ଲାଣ୍ଟ ରେ ବିଜେଡ଼ି ସରପଞ୍ଚ ତାଙ୍କ ସହଯୋଗୀ ଆଲୋକ କୁମାର ସିଅ ଓ ଲାଲା ସାମଲ ଠିକାଦାର ଙ୍କୁ ଭୂଜାଲି ଓ ଠେଙ୍ଗା ନେଇ ଜୀବନରେ ମାରିଦେବା ପାଇଁ ଚେଷ୍ଠା କରିଥିଲେ l ସେମାନଙ୍କୁ ଗିରଫ ଦାବିରେ ମମତା ଇନ୍ଟର୍ପ୍ରାଇଜେସ କର୍ମଚାରୀ ଓ ଠିକାଦାର ଓ ତାଙ୍କ ଭାଇ, ଆହାତ ହୋଇଥିବା ପରିବାର ଲୋକେ ଯଖପୁରା ଥାନା ଆଗରେ ବିକ୍ଷୋଭ ଓ ଗଣଧାରଣା ଦେଇଥିଲେ। ଯେପର୍ଯ୍ୟନ୍ତ ଆକ୍ରମଣକାରୀ ଦୁର୍ବୁତ୍ତ ମାନଙ୍କୁ ଗିରଫ କରା ନ ଯାଇଛି ସେ ପର୍ଯ୍ୟନ୍ତ ଥାନା ଆଗରୁ ହଟିବୁ ନାହିଁ ବୋଲି ଅଡି ବସିଥିବା ଦେଖିବାକୁ ମିଳିଛି l
 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !