ସୁକିନ୍ଦା ରେ ବିଜୁଜନତା ଦଳ ର ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି l

RITA VISION NEWS By Umakanta Mohapatra




ଯାଜପୁର (ସୁକିନ୍ଦା) :- ବିଜେଡ଼ି ପ୍ରତିଷ୍ଠା ଦିବସ ସୁକିନ୍ଦା ଗଡ଼ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ପ୍ରତିଷ୍ଠା ଦିବସରେ ସୁକିନ୍ଦା ବିଧାୟକ ଓ ଗ୍ରାମ ଉନ୍ନୟନ ବିକାଶ ମନ୍ତ୍ରୀ ଇଂ. ପ୍ରିତିରଞ୍ଜନ ଘଡାଇ, ବିଜେଡ଼ି ପର୍ଯ୍ୟବେକ୍ଷକ ଅଶୋକ ପଣ୍ଡା, ପୂର୍ବତନ ଅର୍ଥ ଅବକାରୀ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ଘଡେ଼ଇ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରତିଷ୍ଟା ଦିବସ ପାଳନରେ ବହୁ ବିଜୁ ପ୍ରେମୀ ଯୁବକ ଯୋଗ ଦେଇଥିଲେ। ସୁକିନ୍ଦା ବିଧାୟକ ଓ ପର୍ଯ୍ୟବେକ୍ଷକ ଅଶୋକ ପଣ୍ଡା କହିଥିଲେ ଯେ କିପରି ବିଜୁଜନତା ଦଳକୁ ବଞ୍ଚାଇ ରଖିବା ଏବଂ ଦଳକୁ ମଜବୁତ କରିବା ନବିନୀ ବାବୁ ଙ୍କ କଥା ମାନି ବିକାଶ କରିବେ ବୋଲି କହିଥିଲେ।


ବିନା ଅନୁମତିରେ ବିଦ୍ୟାଳୟ ପରିସରରେ ଗାଡ଼ି ପାର୍କିଂ, ପାଠପଢ଼ା ଠପ୍। 

ବିଜେଡ଼ି ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ମଟର ସାଇକେଲ ଓ ଚାରିଚକିଆ ଯାନ ପାଇଁ ସୁକିନ୍ଦା ଗଡ ଜଗନ୍ନାଥ ହାଇସ୍କୁଲ୍ ଭିତରେ ଗାଡ଼ି ପାର୍କିଙ୍ଗି ହୋଇଥିଲା। ଏଥି ପାଇଁ ସ୍କୁଲ ର ପ୍ରଧାନ ଶିକ୍ଷକ ପ୍ରମୋଦ ଜେନା ସ୍କୁଲ କୁ ଦଶଟାରୁ ଚାରିଟା ପାଠପଢ଼ା କୁ ବନ୍ଦ କରିଥିଲେ। ପ୍ରଧାନ ଶିକ୍ଷକ ପାଠପଢା ବନ୍ଦ କରି ସ୍କୁଲ ପରିଶର ଭିତରେ ବିଜେଡି ସଭାକୁ ଆସିଥିବା ଦୁଇ ଚକିଆ ଓ ଚାରି ଚକିଆ ଗାଡିକୁ ପ୍ରାର୍କିଙ୍ଗି ପାଇଁ ଅନୁମତି ଦେଇଥିଲେ।

ପ୍ରଧାନ ଶିକ୍ଷକ କାହା ନିର୍ଦ୍ଦେଶରେ ସ୍କୁଲ ଦଶଟାରୁ ଚାରିଟା ପାଠପଢ଼ା କୁ ବନ୍ଦ କରିଥିଲେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l ଦଶଟା ରୁ ଚାରିଟା ପାଠପଢ଼ା କୁ ବନ୍ଦ ପାଇଁ ସ୍କୁଲ ପିଲାଙ୍କ ଠାରୁ ପଚାରିବାରୁ ସେ କହିଥିଲେ ଯେ ବିଜେଡ଼ି ପ୍ରତିଷ୍ଠା ଦିବସ ପାଳନ ହୋଇଥିବାରୁ ଦଶଟାରୁ ଚାରିଟା ପାଠପଢ଼ା କୁ ବନ୍ଦ କରିଥିଲେ ପ୍ରଧାନ ଶିକ୍ଷକ। ଏବଂ ସ୍କୁଲ ବନ୍ଧ କୂ ନେଇ ପ୍ରଧାନ ଶିକ୍ଷକ ଙ୍କୁ ପଚାରିବାରୁ ସେ କହିଥିଲେ ଯେ ମୁଁ କିଛି କହି ପାରିବି ନାହିଁ । ସ୍କୁଲୁ ବନ୍ଦକୁ ନେଇ ସୁକିନ୍ଦା ମଣ୍ଡଳ ଅତିରିକ୍ତ ଅଧିକାରୀଙ୍କୁ ପଚାରିବାରୁ ସେ କହିଥିଲେ ଯେ ତାଙ୍କ ପାଖରେ କିଛି ଖବର ନାହିଁ। ଏଠାରେ ପ୍ରଶ୍ନ ଉଠେ 
 ସ୍କୁଲ ପ୍ରଧାନ ଶିକ୍ଷକ ଓ ବ୍ଲକ ଶିକ୍ଷାଅଧିକାରୀ କଣ ବିଜେଡି ଦଳର ନେତା ସାଜିଛନ୍ତି ସେଥିପାଇଁ ସ୍କୁଲ କୁ ବନ୍ଦ କରି ମଟର ସାଇକେଲ ଓ ଚାରିଚକିଆ ଯାନ ପାଇଁ ସୁକିନ୍ଦା ଜଗନ୍ନାଥ ହାଇସ୍କୁଲ୍ ପରିସର ଭିତରେ ପାର୍କିଙ୍ଗି କରିଥିଲେ? ସରକାର ଙ୍କ ଗଣଶିକ୍ଷା ମନ୍ତ୍ରୀ କାହିଁକି ଏଭଳି ନିଷ୍ପତ୍ତି ନେଉଛନ୍ତି ଯେ ଦଳୀୟ ପ୍ରତିଷ୍ଠା ଦିବସ ପାଳନ ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ଯଦି ଏହା କରିବାର ଥିଲା ବିଦ୍ୟାଳୟ କୁ ଛୁଟି ଘୋଷଣା କରିଲେନି କାହିଁକି? ଏହିପରି ହେଲେ ଶିକ୍ଷା ଅବସ୍ଥା କୁ ଦିନକୁ ଦିନ ବିଗିଡି ଯିବ, ଏହି ତାର ଜଳନ୍ତା ଉଦାହରଣ । ଜିଲ୍ଲା ଶିକ୍ଷାଧିକାରୀ ଏହା ଉପରେ ତଦନ୍ତ କରି ପଦକ୍ଷେପ ନେବେ ନା ଶାସକ ଦଳର ଚାପରେ ଚୁପ ରହିବେ ତାହା ଦେଖିବାକୁ ବାକି ରହିଲା l


Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !