ବିଦ୍ୟାଳୟ ରେ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି l

RITA VISION NEWS By Umakanta Mohapatra 

ଯାଜପୁର (କଳିଙ୍ଗନଗର) :- ଯାଜପୁର ଜିଲ୍ଲା ଦାନଗଦୀ ବ୍ଳକ ଧୂଳିଗଡ଼ ଗ୍ରାମପଞ୍ଚାୟତ ର ମାନଗୋବିନ୍ଦ ପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣ ରେ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି l ମାନଗୋବିନ୍ଦ ପୁର ଉଚ୍ଚ ବିଦ୍ୟାଳୟ ର ଖେଳ ଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ କୁମାର ସାହୁ ଙ୍କ ତତ୍ତ୍ଵାବଧାନରେ ପ୍ରଶିକ୍ଷଣ ନେବାକୁ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ଓ ଗ୍ରାମର ଜନସାଧାରଣ ଏହି ଯୋଗ ଶିବିର ରେ ଉପସ୍ଥିତ ଥିଲେ l ଏହି କର୍ଯ୍ୟକ୍ରମ କୁ ଚିଦାନନ୍ଦ ଯୋଗ ସଂସ୍କୃତି ସଂସ୍ଥାନର ନିର୍ଦ୍ଦେଶକ ଶ୍ରୀଯୁକ୍ତ ବନମାଳୀ ରଥ ଏବଂ ସହଯୋଗୀ ସନ୍ତୋଷ କୁମାର ସାହୁ (ଅଧ୍ୟାପକ କାଶୀନାଥ ମହାବିଦ୍ୟାଳୟ,କାଇପଡା) ଓ ମୀନତି ବେହେରା (ଯୋଗ ଶିକ୍ଷୟତ୍ରୀ) ଯୋଗ ଦେଇଥିଲେ l


 
ଯୋଗ ର ମହାତ୍ମା ଓ ମଣିଷ ଶରୀର ପାଇଁ ଏହାର ଉପକାରିତା ସମ୍ପର୍କରେ ସବିଶେଷ ବିବରଣୀ ପ୍ରଦାନ କରିବା ସହିତ ବିଭିନ୍ନ ପ୍ରକାରର ଯୋଗ ବିଧି କରାଇଥିଲେ I ବିବିନ୍ନ ରୋଗ ଯୋଗ ଦ୍ଵାରା ନିରାକରଣ ହୋଇପାରିବ ବୋଲି ସେ ଜନସାଧାରଣ ଙ୍କୁ ଅବଗତ କରାଇଥିଲେ I ମାନଗୋବିନ୍ଦ ପୁର ବିଦ୍ୟାଳୟ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଏହି ଅବସରରେ ଉପସ୍ଥିତ ରହି ସହଯୋଗ କରିଥିଲେ l 



Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !