ଟାଟା ଷ୍ଟିଲ୍‌ କଳିଙ୍ଗନଗର ପକ୍ଷରୁ ସାର୍ ଦ୍ବାରା ଟାଟାଙ୍କ ୧୬୪ତମ ଜନ୍ମବାର୍ଷିକୀ ପାଳିତ l

ଯାଜପୁର (କଳିଙ୍ଗନଗର) : - ଯାଜପୁର ଜିଲ୍ଲାର ଡୁବୁରୀଠାରେ ଅବସ୍ଥିତ ଟାଟା ଷ୍ଟିଲ୍‌ କଳିଙ୍ଗନଗର କାରଖାନା ପକ୍ଷରୁ ଉତ୍ସାହ ଉଦ୍ଦୀପନାର ସହିତ ସାର୍ ଦୋରାଜୀ ଟାଟାଙ୍କ ୧୬୪ତମ ଜନ୍ମବାର୍ଷିକୀ ରବିବାର ଦିନ ପାଳିତ ହୋଇଯାଇଛି ।
ଏହି ଦିବସ ପାଳନ ଅବସରରେ କାରଖାନା ପରିସରରେ ଟାଟା ଷ୍ଟିଲ୍‌ କଳିଙ୍ଗନଗରର ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀ ମାନେ ପୁଷ୍ପଗୁଚ୍ଛ
ଦେଇ ସାର୍ ଦୋରାବଜୀ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ରାହ୍ମଣୀପାଳ ସ୍ଥିତ ହାଉସିଙ୍ଗ କୋଠାରେ ଟାଟାଷ୍ଟିଲ, ଟାଟା ଷ୍ଟିଲ୍‌ ୟୁଟିଲିଟିଜ୍ ଏଣ୍ଡ ଇନଫ୍ରାଷ୍ଟ୍ରକ୍ଟର ସାର୍ଭିସେସ୍ ଲିମିଟେଡ୍ (ଡିଏସ୍‌ଆଇଏସ୍ଏଲ) ଏବଂ ଜିଞ୍ଜର୍ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଭଲିବଲ୍ ଟୁର୍ଣ୍ଣାମେଣ୍ଟର ଆୟୋଜନ କରଯାଇଥିଲା ।
ସାର୍ ଦୋରାବଜୀ ଟାଟା ପ୍ରଥମ ଅଧ୍ୟକ୍ଷ ଥିଲେ ଯିଏ ସମୟଠାରୁ ଉର୍ଦ୍ଧ୍ବରେ ଯାଇ କମ୍ପାନୀର କର୍ପୋରେଟ୍ ବ୍ୟବସ୍ଥାରେ ବିଭିନ୍ନ ମାନକଗୁଡ଼ିକୁ ଅନ୍ତର୍ଭୁକ୍ତ କରିଥିଲେ । ଆଇନଗତ ବ୍ୟବସ୍ଥା ଭାବେ ଲାଗୁ ହେବାର ବହୁ ପୂର୍ବରୁ ସେ ପ୍ରଥମ ଥର ପାଇଁ ୮ ଘଣ୍ଟିଆ କାର୍ଯ୍ୟ ଦିବସ, ମାତୃତ୍ବ ଅବକାଶ, ଭବିଷ୍ୟନିଧ୍ଵ ପାଣ୍ଠି, ଦୁର୍ଘଟଣାଜନିତ କ୍ଷତିପୂରଣ, ମାଗଣା ଚିକିତ୍ସା ସହାୟତା ଏବଂ ବହୁତ ଗୁଡ଼ିଏ ଜନକଲ୍ୟାଣ ପଦକ୍ଷେପର ଶୁଭାରମ୍ଭ କରିଥିଲେ ।
ନିଜ ପ୍ରାରମ୍ଭିକ ଜୀବନରେ ଏକ ଆଗ୍ରହୀ କ୍ରୀଡ଼ାବିତ୍ ଭାବେ ପରିଚିତ ସାର୍ ଦୋରାବଜୀ ଟାଟା ଭାରତୀୟ ଅଲମ୍ପିକ୍ ଆସୋସିଏସନ୍ ର ପ୍ରଥମ ସଭାପତି ଥିଲେ ଓ ଭାରତକୁ ଅଲମ୍ପିକ୍ସରେ ପ୍ରବେଶ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ଏହି ମହାନ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିତ୍ବ ଭବିଷ୍ୟତରେ ବ୍ୟବସାୟୀ ଏବଂ ଉଦ୍ୟୋଗୀ ପିଢିକୁ ପ୍ରେରଣା ଯୋଗାଇବ । ଟାଟା ଷ୍ଟିଲ୍‌ ଏହି ଅଗ୍ରଦୂତଙ୍କ
ସାହସ ଓ ଦୃଢ ବିଶ୍ୱାସକୁ ସଲାମ କରିବା ସହିତ ଏକ ଶକ୍ତିଶାଳୀ ଏବଂ ଆତ୍ମନିର୍ଭର ଭାରତ ଗଠନ ଦିଗରେ କାର୍ଯ୍ୟ ଜାରି ରଖିବ ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !