ମହଙ୍ଗା ପଡ଼ିଲା ମହିଳା ପ୍ରୋଫେସର ଙ୍କୁ ନିର୍ଯାତନା, ସମ୍ବଲପୁର ବିଶ୍ବବିଦ୍ୟାଳୟ ର ରାଜନୀତି ବିଜ୍ଞାନ ଆସିଷ୍ଟାଣ୍ଟ ପ୍ରଫେସର ନିଲମ୍ବିତ ହେଲେ l

ସମ୍ବଲପୁର(ବ୍ୟୁରୋ ରିପୋର୍ଟ ) :  -ସମ୍ବଲପୁର ବିଶ୍ବବିଦ୍ୟାଳୟ ର ମହିଳା ପ୍ରଫେସରଙ୍କୁ ନିର୍ଯାତନା ଅଭିଯୋଗ ଘଟଣାର କାର୍ଯ୍ୟାନୁଷ୍ଠାନ । ନିଲମ୍ବିତ ହେଲେ ରାଜନୀତି ବିଜ୍ଞାନର ଆସିଷ୍ଟାଣ୍ଟ ପ୍ରଫେସର ରଜତ କୁଜୁର । ବିଶ୍ବବିଦ୍ୟାଳୟ କୁଳସଚିବ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ନିଲମ୍ବନ କରିଛନ୍ତି।
ଆସିଷ୍ଟାଣ୍ଟ ପ୍ରଫେସର ରଜତ କୁଜୁର ମହିଳା ପ୍ରଫେସରଙ୍କୁ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା । ଏନେଇ ଭିସିଙ୍କୁ ଲିଖିତ ଅଭିଯୋଗ କରିଥିଲେ ମହିଳା ପ୍ରଫେସର । ଘଟଣାକୁ ଗୁରୁତର ସହ ନେଇଛନ୍ତି କୁଳପତି । ଘଟଣାର ତଦନ୍ତ ପାଇଁ ୫ ଜଣିଆ ଟିମ୍ ଗଠନ ହୋଇଛି। ପୂର୍ବରୁ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ୨ମାସ ତଳେ ରଜତ କୁଜୁର ନିଲମ୍ବିତ ହୋଇଥିଲେ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !