ଭଇଁଷା ଗ୍ରାମରୁ ୧ ଲକ୍ଷ ୩୭ ହଜାର ୫୦୦ ଟଙ୍କିଆ ନକଲି ନୋଟ୍‌ ଜବତ : ଦୁଇ ଅଭିଯୁକ୍ତ ଗିରଫ l



ବଲାଙ୍ଗିର (ବ୍ୟୁରୋ ରିପୋର୍ଟ) :-ଜିଲ୍ଲା ର ପାଟଣାଗଡ଼ ଥାନା ଭଇଁଷା ଗ୍ରାମରେ ଲକ୍ଷାଧିକ ନକଲି ନୋଟ୍‌ ଜବତ ହୋଇଥିବା ବେଳେ ଦୁଇଜଣ ଅଭିଯୁକ୍ତଙ୍କୁ ପାଟଣାଗଡ଼ ପୋଲିସ ଗିରଫ କରିଥିବା ଜଣାପଡିଛି । ସୂଚନାନୁଯାୟୀ ଗତ ୨୨ ତାରିଖରେ ଗ୍ରାମରେ ଭଗବାନଙ୍କ ନାମ ସଙ୍କୀର୍ତ୍ତନ ଚାଲିଥିବା ବେଳେ ୫୦୦ ଟଙ୍କିଆ ନକଲି ନୋଟ ଗୋଟିଏ ଦୋକାନରେ ଚଳପ୍ରଚଳ କରୁଥିବା ସମୟରେ ସ୍ଥାନୀୟ ସରପଞ୍ଚ ନୋଟକୁ ଦେଖି ନକଲି ନୋଟ ହୋଇଥିବା ସନ୍ଦେହ କରି ପାଟଣାଗଡ଼ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ଭାଇଁଷା ଗ୍ରାମର ବରୁଣ ପାନୁଆନ ଘରେ ଚଢାଉ କରି ୨୭୪ଟି ନକଲି ୫୦୦ ଟଙ୍କିଆ ନୋଟ, କମ୍ପ୍ୟୁଟର, ପ୍ରିଣ୍ଟର, ନକଲି ନୋଟ ପାଇଁ ବ୍ୟବହାର କରୁଥିବା ପେପର ଓ ବ୍ୟବହୃତ ସାହି ଜବତ କରି ପାଟଣାଗଡ଼ ଥାନାକୁ ଆଣିଥିଲେ । ଘଟଣାର ଅଧିକ ତଦନ୍ତ କରିବା ପରେ ଦେଓଗାଁ ଥାନା ବୁଢାବାହଲ ଗ୍ରାମର ରୋହିତ ବସ୍ତିଆ ନକଲି ନୋଟ ରେକେଟରେ ସମ୍ପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଥିଲା । ଏନେଇ ଉକ୍ତ ଘଟଣାରେ ଦୁଇଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ଘଟଣାରେ କେଉଁ କେଉଁ ଲୋକ ସମ୍ପୃକ୍ତ ଅଛନ୍ତି ଆହୁରି ତଦନ୍ତ କରୁଥିବା ପାଟଣାଗଡ଼ ଏସ୍‌ଡ଼ିପିଓ ସଦାନନ୍ଦ ପୁଝାରୀ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି l 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !