ଲୁଟ ଅଭିଯୋଗରେ ଦୁଇ କୋର୍ଟ ଚାଲାଣ l

ବଲାଙ୍ଗୀର (ବ୍ୟୁରୋ ରିପୋର୍ଟ) :- ଜିଲ୍ଲା ର ଖପ୍ରାଖୋଲ ଧଣ୍ଡାମୁଣ୍ଡା ରାସ୍ତା ହରିଶଙ୍କର ଛକ ନିକଟରେ ହାଇୱା ଟ୍ରକ୍ ଅଟକାଇ ଲୁଟ ଅଭିଯୋଗରେ ଖପ୍ରାଖୋଲ ଥାନା ପୋଲିସ ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଥିବା ଜଣାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଖପ୍ରାଖୋଲ ଥାନା କର୍ଲାମାଲ ଗାଁ ର ରଶ୍ମି ରଞ୍ଜନ ସରାଫ ଓରଫ ଶ୍ରୀତମ (୨୨)ଓ ବେଳପଡ଼ା ଥାନା ବନମାଲ ଗାଁ ର ନବୀନ କୁମାର ସାହୁ (୨୫) ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ ଗତ ୨୭ ତାରିଖ ଶନିବାର ମଧ୍ୟ ରାତ୍ର ପ୍ରାୟ ୧୨ଟା ସମୟ ରେ ଏକ ହାୱାଇ ଟ୍ରକ୍ ନାନ୍ଦୁପଲା ରୁ ଫେରୁଥିବା ବେଳେ ହରିଶଙ୍କର ଛକ ନିକଟରେ ଏକ ମୋଟର ସାଇକେଲ ରେ ଦୁଇ ଜଣ ଯୁବକ ଟ୍ରକ୍ ଅଟକାଇ ଡ୍ରାଇଭର କୁ ମାଡ଼ ମାରି ଏକ ମୋବାଇଲ ଫୋନ, ଗାଡ଼ିର ଜଗରଡ ଆଦି ଲୁଟ କରି ଚାଲିଯାଇଥିଲେ। ଡ୍ରାଇଭର ଖପ୍ରାଖୋଲ ଥାନା ରେ ଲିଖିତ ଅଭିଯୋଗ ପରେ ପୋଲିସ ର ଛାନଭିନ ପରେ ଦୁଇ ଅଭିଯୁକ୍ତ ଙ୍କୁ ଧରିବାରେ ସଫଳ ହୋଇଥିଲେ। ଏନେଇ ଖପ୍ରାଖୋଲ ଥାନା କେସ ନମ୍ବର ୮୫/୨୦୨୪ ରେ ଏକ ମାମଲା ରୁଜୁ କରି ମୋବାଇଲ, ଜଗରଡ଼ ମେସିନ ଓ ଲୁଟ ରେ ବ୍ୟବହୃତ ମୋଟର ସାଇକେଲ ଜବତ କରିବା ସହ ଦୁଇ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଖପ୍ରାଖୋଲ ଥାନା ଅଧିକାରୀ ନରେନ୍ଦ୍ର ଛତର ସୂଚନା ଦେଇଛନ୍ତି। 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !