ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ମିଳିତ ଅଭିଯୋଗ ଶୁଣାଣୀ l

 ଯାଜପୁର (ଦାନଗଦି) ତା୨୨/୭:- ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ନିଖିଲ ପବନ କଲ୍ୟାଣ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ଭିନିତ ଅଗ୍ରୱାଲ ଙ୍କ ଅଧ୍ୟକ୍ଷତାରେ ଦାନଗଦି ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଯାଅଛି।ଉକ୍ତ ଶିବିରରେ ଜିଲ୍ଲାପଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ନିଖିଲ ପବନ କଲ୍ୟାଣ ଯୋଗଦେଇ କହିଲେ ଯେ ରାଜ୍ୟ ସରକାରଙ୍କ ଜନ ଅଭିଯୋଗ ଶୁଣାଣି ପ୍ରକ୍ରିୟା ଏକ ସୁଦୂର ପ୍ରସାରି କାର୍ଯ୍ୟକ୍ରମ ଯେଉଁଥିରେ ଜନସାଧରଣ ବହୁଳ ମାତ୍ରାରେ ସରକାରଙ୍କର ବିଭିନ୍ନ ଯୋଜନ ର ସଫଳ ଫାଇଦା ପାଇପାରୁଛନ୍ତି । ପ୍ରଶାସନ ଲୋକମାନଙ୍କ ନିକଟତର ହୋଇ ସେମାନଙ୍କର ବିଭିନ୍ନ ଆପତ୍ତିଅଭିଯୋଗ ଗୁଡ଼ିକର ଜନଶୁଣାଣୀଶିବିର ମାଧ୍ୟମରେ ସମାଧାନ କରି ସେମାନଙ୍କୁ ତ୍ଵରିତ ସେବା ପ୍ରଦାନ କରିବା ମୂଳ ଲକ୍ଷ୍ୟ ବୋଲି ଜିଲ୍ଲାପାଳ ପ୍ରକଶ କରିବ ସହ ବିଭାଗୀୟ ଅଧିକରୀମାନଙ୍କୁ ପଠାଯାଇଥିବା ଅଭିଯୋଗ ପତ୍ର ଗୁଡିକୁ ସମ୍ପୃକ୍ତ ଅଧିକାରୀମାନେ ବିଳମ୍ବ ନ କରି ଆପତ୍ତି ଅଭିଯୋଗ ଗୁଡିକର ତୁରନ୍ତ ସମାଧାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବାସହ କୌଣସି ଅଧିକାରୀଙ୍କ ନିକଟରେ ଯେପରି ଗୋଟିଏ ଅଭିଯୋଗ ସମଧାନ ରେ ବିଳମ୍ବ ନହୁଏ ସେପ୍ରତି ଯତ୍ନବାନ୍ ହେବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଆଜିର ଏହି ମିଳିତ ଅଭିଯୋଗ ଶୁଣାଣୀ ଶିବିରରେ ଅତିରିକ୍ତ ଜିଲ୍ଲାପାଳ କଳିଙ୍ଗନଗର ଶ୍ରୀ ଲଙ୍କେଶ୍ଵର ଅମାତ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକରୀ ଜିଲ୍ଲା ପରିଷଦ ଯାଜପୁର ଶ୍ରୀ ଅଶୋକ କୁମାର ବେହୁରିଆ,ଉପ ଜିଲ୍ଲାପାଳ ଶ୍ରୀ ଅଂଶୁମାନ ଶତପଥୀ,ବିଡିଓ ଦାନଗଦି ଶ୍ରୀ ସାରଦା ପ୍ରସନ୍ନ ପଣ୍ଡା,ଦାନଗଦି ତହସିଲଦାର ଶ୍ରୀ ଅଶୋକ କୁମାର ତ୍ରିପାଠୀ, ସହକାରୀ ଜିଲ୍ଲାପାଳ ଅଶୋକ କୁମାର ବେହେରା ମଞ୍ଚାସୀନ ଥିଲେ l ଆଜିର ଅଭିଯୋଗ ପ୍ରକୋଷ୍ଠରେ ମୋଟ ୭୫ ଗୋଟି ଅଭିଯୋଗ ଆସିଥିବା ବେଳେ ତନ୍ମଧ୍ୟରୁ ବ୍ୟକ୍ତିଗତ ୩୬ ଗୋଟି ଅଭିଯୋଗ ସମୂହ ୬ ଗୋଟି ଅଭିଯୋଗ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ପ୍ରଦାନ ଜନିତ ୧୯ ଗୋଟି ଅଭିଯୋଗ,ରେଡକ୍ରସ ପାଣ୍ଠି ରୁ ସାହାର୍ଯ୍ୟ ନିମନ୍ତେ ୧୪ ଗୋଟି ଅଭିଯୋଗ ଆସିଥିଲା । ୩୫ ଗୋଟି ବିଭିନ୍ନ ଅଭିଯୋଗରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଉକ୍ତ ଶିବିରରେ ତତକ୍ଷଣାତ୍ ସମାଧାନ କରିଥିଲେ l ସାତଜଣ ଅଭିଯୋଗ କାରୀ ଆଜି ଅଭିଯୋଗ ପ୍ରକୋଷ୍ଠରେ ଅନୁପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଶିବାଶିଷ ମହାରଣା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସବିତା ଚ୍ୟାଉ ପଟ୍ଟନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ନିବେଦିତା ପାଣି, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଶରତ ଚନ୍ଦ୍ର ବେହେରା, ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ମହାନ୍ତି, ଡେପୁଟି ପରିବେଶ ଯନ୍ତ୍ରୀ ଶ୍ରୀଯୁକ୍ତ ମହେଶ୍ଵର ବେହେରା, ଅଧିକ୍ଷଣ ଯନ୍ତ୍ରୀ ଜଳନିଷ୍କାସନ ଦିଲ୍ଲୀପ ନନ୍ଦନ ମହାପାତ୍ର, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଅରୁଣ କୁମାର ବେହେରା, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସଂଗ୍ରାମ କୁମାର ବେହୁରା, ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ ଡା. ସୁଶାନ୍ତ କୁମାର ବେହେରା, ଅବକାରୀ ଅଧୀକ୍ଷକ ଶ୍ରୀ ଅମରେନ୍ଦ୍ର ଜେନା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ନିରଞ୍ଜନ କର ଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ବିଦ୍ୟୁତ ବିଭାଗର ଯାତ୍ରୀମାନେ ଯୋଗଦେଇ ଅଭିଯୋଗ ଶୁଣାଣୀ ପ୍ରକ୍ରିୟାରେ ସହଯୋଗ କରିଥିଲେ l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !