ଝାଡ଼େଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଜାତୀୟ ସମ୍ବିଧାନ ଦିବସ ପାଳନ l
ଯାଜପୁର :- ଦାନଗଦୀ ବ୍ଲକ ଟୋଲକାନୀ ସ୍ଥିତ ଝାଡ଼େଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଜାତୀୟ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅଧକ୍ଷ ଡ଼ ଅକ୍ଷୟ କୁମାର ପଣ୍ଡା ଙ୍କ ଅଧକ୍ଷତା ରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ଜାତୀୟ ସେବା ସଂସ୍ଥା ର ପ୍ରୋଗ୍ରାମ ଅଫିସର ଅଧ୍ୟାପକ ରଞ୍ଜନ କୁମାର ସାହୁ, ଯୁବ ରେଡ଼କ୍ରସ ର କାଉନସେଲର ଅଧ୍ୟାପକ ଗୋବର୍ଦ୍ଧନ ସାହୁ, ଅଧ୍ୟାପକ ଡ଼ କ୍ଷୀରୋଦ ଚନ୍ଦ୍ର ବେହେରା, ଅଧ୍ୟାପକ ଖଗେଶ କୁମାର ଜେନା, ବାଇଧର ସାହୁ, ଅଧ୍ୟାପିକା ମୀରାମ୍ବିକା ସାହୁ, ପାରିଜାତ ମହାନ୍ତି ପ୍ରମୁଖ ଯୋଗ ଦେଇ ସମ୍ବିଧାନ ତିଆରିର ଇତିହାସ, ସମ୍ବିଧାନ ର ପ୍ରସ୍ତାବନା, ଏହାର ମୌଳିକ ବୈଶିଷ୍ଟ୍ୟ ଓ ସମ୍ବିଧାନ ର ଗୁରୁତ୍ୱ ସମ୍ପର୍କ ରେ ଆଲୋକପାତ କରିଥିଲେ। ଶେଷରେ ଅଧକ୍ଷ ଡ଼ ପଣ୍ଡା ଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ମିଳିତ ହୋଇ ଦେଶର ଏକତା, ସାର୍ବଭୌମତ୍ବ, ଅଖଣ୍ଡତା କୁ ଅକ୍ଷୁର୍ଣ୍ଣ ରଖିବାପାଇଁ ଶପଥପାଠ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଅଧ୍ୟାପକ ରଞ୍ଜନ କୁମାର ଖଣ୍ଡା, ଶ୍ରୀମନ୍ତ ନାୟକ, ପାର୍ଥ ସାରଥୀ ବଳ, ଅଧ୍ୟାପିକା ଇତିଶ୍ରୀ ମଲ୍ଲିକ, ସିଲନପ୍ରଭା ନାୟକ ପ୍ରମୁଖ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ ଓ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଶେଷ ରେ ଅଧ୍ୟାପିକା ମୀରାମ୍ବିକା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
Comments
Post a Comment
Thank you watching the News, Visit again. Please Share your thoughts with your family and friends. Thank you.