ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ଟାଟା ଷ୍ଟିଲ କଳିଙ୍ଗନଗର ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ l
ଯାଜପୁର /କଳିଙ୍ଗନଗର, ତା ୦୭/୦୪ :- ଟାଟା ଷ୍ଟିଲ କଳିଙ୍ଗନଗର (ଟିଏସକେ) ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ ଅବସରରେ ସୋମବାର ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଜଏଣ୍ଟ ଡିପାର୍ଟମେଣ୍ଟାଲ କାଉନସିଲ୍ (ଜେଡିସି), ଇସ୍ପାତ ଓ ମିଲ୍ସ, ଟିଏସକେ, ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଯାଜପୁର ରୋଡ଼ ସ୍ଥିତ ବ୍ଲଡ ବ୍ୟାଙ୍କ ଏବଂ କଟକ ସ୍ଥିତ ରେଡକ୍ରସ ବ୍ଲଡ ବ୍ୟାଙ୍କର ମିଳିତ ଆନୁକୂଲ୍ୟରେ ଟାଟା ଷ୍ଟିଲ କଳିଙ୍ଗନଗରସ୍ଥିତ ପ୍ଲଟ-୨ ଅଡିଟୋରିୟମରେ ଆୟୋଜିତ ଶିବିରରେ ୨୩୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯାଜପୁର ଓଡ଼ିଶା ରକ୍ତ କେନ୍ଦ୍ରର ଡାକ୍ତର ସୁଜିତ ମନୋହର ଯୋଗଦେଇଥିଲେ। ଟାଟା ଷ୍ଟିଲ କଳିଙ୍ଗନଗରସ୍ଥିତ ଷ୍ଟିଲ ମେଲଟିଂ ସପର ମୁଖ୍ୟ ଆଶୁତୋଷ କୁମାର, ଟାଟା ଷ୍ଟିଲ କଳିଙ୍ଗନଗରର ହଟ୍ ଷ୍ଟ୍ରିପ୍ ମିଲ୍ ମୁଖ୍ୟ ତୁହିନ ଚାଟାର୍ଜୀ ଓ ଟାଟା ଷ୍ଟିଲ କଳିଙ୍ଗନଗରର ବୃତ୍ତିଗତ ସ୍ୱାସ୍ଥ୍ୟ ସେବାର ବରିଷ୍ଠ ରେଜିଷ୍ଟ୍ରାର ଡ. ପ୍ରଶାନ୍ତ ଦାସଙ୍କ ଉପସ୍ଥିତିରେ ଏହି ରକ୍ତଦାନ ଶିବିରକୁ ଯାଜପୁର ଓଡ଼ିଶା ରକ୍ତ କେନ୍ଦ୍ରର ଡାକ୍ତର ସୁଜିତ ମନୋହର ଓ ଟିଏସକେର କୋଲ୍ଡ ରୋଲିଂ ମିଲ୍ ମୁଖ୍ୟ ପ୍ରବୀଣ ଭି ଥାମ୍ପି ଉଦ୍ଘାଟନ କରିଥିଲେ। ଟାଟା ଷ୍ଟିଲ କର୍ମଚାରୀ, ଠିକା କର୍ମଚାରୀ ଏବଂ ଭେଣ୍ଡର ପାର୍ଟନରଙ୍କ ଅଂଶଗ୍ରହଣ ଅତ୍ୟନ୍ତ ଉତ୍ସାହଜନକ ଥିଲା, ଯାହା ସ୍ଥାନୀୟ ଲୋକଙ୍କ ମଙ୍ଗଳ ପ୍ରତ...