Posts

ଆଗାମୀ ଦିନରେ ଫାୟାର ମ୍ୟାନ ପଦବୀରେ ମହିଳାଙ୍କ ନିଯୁକ୍ତି ବିଷୟକୁ ବିଚାରକୁ ନିଆଯିବ- ମୁଖ୍ୟମନ୍ତ୍ରୀ

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) ୨୭/୧୧:-   ଆଗାମୀ ଦିନରେ ଫାୟାର ମ୍ୟାନ ପଦବୀରେ ମହିଳାଙ୍କ ନିଯୁକ୍ତି ବିଷୟକୁ ବିଚାରକୁ ନିଆଯିବ। ଏଥିପାଇଁ ଆବଶ୍ୟକୀୟ ସଂଶୋଧନ ଜରିଆରେ ପଦବୀକୁ ଫାୟାର ଫାଇଟର ବା ଅଗ୍ନିଯୋଦ୍ଧା ଭାବେ ନାମିତ କରାଯିବ। ଏହାଫଳରେ ମହିଳାମାନେ ମଧ୍ୟ ଏଥିରେ ନିଯୁକ୍ତିର ସୁଯୋଗ ପାଇ ପାରିବେ ବୋଲି ଆଜି ରାଜ୍ୟ ସ୍ତରୀୟ ଅଗ୍ନିଯୋଦ୍ଧା ନିଯୁକ୍ତି ସମାରୋହରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଏହି ଅବସରରେ ଭୁବନେଶ୍ୱର ଓୟୁଏଟି ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଅଗ୍ନିଯୋଦ୍ଧା ମାନଙ୍କୁ ନୂତନ ଦାୟିତ୍ୱ ନେଇଥିବାରୁ ଶୁଭେଚ୍ଛା ଜଣାଇ କହିଥିଲେ ଯେ, ଜନସାଧାରଣଙ୍କ ସେବା କରିବା ପାଇଁ ଓ ସେମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଆପଣମାନଙ୍କୁ ଆଜି ସୁଯୋଗ ମିଳିଛି। ମଣିଷ ଜୀବନ ବଞ୍ଚାଇବା ଏକ ମହାପୂଣ୍ୟ। ଦରମା ତ ପ୍ରତ୍ୟେକ କର୍ମଚାରୀ ପାଉଛନ୍ତି, କିନ୍ତୁ ଜୀବନ ରକ୍ଷାକରି ପୂଣ୍ୟ ଅର୍ଜନ କରିବାର ସୁଯୋଗ ସମସ୍ତଙ୍କୁ ମିଳେ ନାହିଁ । ସମାଜର ପ୍ରଶଂସା ଓ ସମ୍ମାନ ଆପଣଙ୍କ ଜୀବନର ସବୁଠାରୁ ବଡ ସଫଳତା ହେବ। ଆପଣମାନଙ୍କର କାର୍ଯ୍ୟ କ୍ଷେତ୍ରରେ ସୁନାମ ରାଜ୍ୟକୁ ସୁରକ୍ଷିତ କରି ରଖିବ। ସେ ପୁଣି କହିଥିଲେ ଯେ, ରାଜ୍ୟରେ ମୋଟ ୩୮୩୨ଟି ଆଗ୍ନିକ ଓ ୩୮୭ଟି ପଦବୀ ରହିଛି। ଆଜି ଖାଲି ଥିବା ୮୨୬ଟି ଆଗ୍ନିକ ଓ ୧୧୫ଟି ଆଗ୍ନିକ ଗାଡିଚ...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଆନ୍ତଃ-ମନ୍ତ୍ରାଳୟ କେନ୍ଦ୍ରୀୟ ଟିମ୍ l

Image
ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ) ୨୬/୧୧  : -    ବାତ୍ୟା ‘ଦାନା’ର କ୍ଷୟକ୍ଷତି ଆକଳନ କରିବା ପାଇଁ ଆସିଥିବା ଆନ୍ତଃ-ମନ୍ତ୍ରାଳୟ କେନ୍ଦ୍ରୀୟ ଟିମ୍ ଆଜି ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଆଲୋଚନା କରିଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟର ଯୁଗ୍ମ ସଚିବ ଶ୍ରୀ ପିକେ ରାଏଙ୍କ ନେତୃତ୍ବରେ ଏକ ସାତ ଜଣିଆ ଟିମ୍ ୨୪ ତାରିଖରେ ଆସି ସବୁଠୁ ଅଧିକ କ୍ଷତିଗ୍ରସ୍ତ ଭଦ୍ରକ, କେନ୍ଦ୍ରାପଡା ଓ ବାଲେଶ୍ବର ଜିଲ୍ଲା ଗସ୍ତ କରି କ୍ଷୟକ୍ଷତି ଆକଳନ କରିଛନ୍ତି। ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କ୍ଷୟକ୍ଷତିର ଭରଣା ପାଇଁ ସହାୟତା ସହିତ ବିପର୍ଯ୍ୟୟ ମୁକାବିଲା ପାଇଁ ସ୍ଥାୟୀ ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ବାରୋପ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ପ୍ରତି ବର୍ଷ ବାତ୍ୟା, ବନ୍ୟା ପରି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିଆସୁଛି। ଲୋକଙ୍କ ଜୀବନ ବଞ୍ଚାଇବାରେ ସରକାର ସଫଳ ହେଉଥିବା ବେଳେ ବିଭିନ୍ନ ଭିତ୍ତିଭୂମିର ବ୍ୟାପକ କ୍ଷୟକ୍ଷତି ହେଉଛି ଏବଂ ଏହାର ପୁନଃ ନିର୍ମାଣ ପାଇଁ ବ୍ୟାପକ ଅର୍ଥ ବିନିଯୋଗ କରିବାକୁ ପଡୁଛି। ତେଣୁ, ବିପର୍ଯ୍ୟୟ ପ୍ରତିରୋଧୀ ସ୍ଥାୟୀ ଭିତ୍ତିଭୂମିର ବିକାଶ କରାଯିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ଉପକୂଳବର୍ତ୍ତୀ ଜିଲ୍ଲାରେ ଭୂତଳ ବିଦ୍ୟୁତ କେବୁଲ ସ୍ଥାପନ, ଉପକୂଳରେ ବନ୍ଧ ନିର୍...

ଝାଡ଼େଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଜାତୀୟ ସମ୍ବିଧାନ ଦିବସ ପାଳନ l

Image
ଯାଜପୁର :- ଦାନଗଦୀ ବ୍ଲକ ଟୋଲକାନୀ ସ୍ଥିତ ଝାଡ଼େଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଜାତୀୟ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅଧକ୍ଷ ଡ଼ ଅକ୍ଷୟ କୁମାର ପଣ୍ଡା ଙ୍କ ଅଧକ୍ଷତା ରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ଜାତୀୟ ସେବା ସଂସ୍ଥା ର ପ୍ରୋଗ୍ରାମ ଅଫିସର ଅଧ୍ୟାପକ ରଞ୍ଜନ କୁମାର ସାହୁ, ଯୁବ ରେଡ଼କ୍ରସ ର କାଉନସେଲର ଅଧ୍ୟାପକ ଗୋବର୍ଦ୍ଧନ ସାହୁ, ଅଧ୍ୟାପକ ଡ଼ କ୍ଷୀରୋଦ ଚନ୍ଦ୍ର ବେହେରା, ଅଧ୍ୟାପକ ଖଗେଶ କୁମାର ଜେନା, ବାଇଧର ସାହୁ, ଅଧ୍ୟାପିକା ମୀରାମ୍ବିକା ସାହୁ, ପାରିଜାତ ମହାନ୍ତି ପ୍ରମୁଖ ଯୋଗ ଦେଇ ସମ୍ବିଧାନ ତିଆରିର ଇତିହାସ, ସମ୍ବିଧାନ ର ପ୍ରସ୍ତାବନା, ଏହାର ମୌଳିକ ବୈଶିଷ୍ଟ୍ୟ ଓ ସମ୍ବିଧାନ ର ଗୁରୁତ୍ୱ ସମ୍ପର୍କ ରେ ଆଲୋକପାତ କରିଥିଲେ। ଶେଷରେ ଅଧକ୍ଷ ଡ଼ ପଣ୍ଡା ଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ମିଳିତ ହୋଇ ଦେଶର ଏକତା, ସାର୍ବଭୌମତ୍ବ, ଅଖଣ୍ଡତା କୁ ଅକ୍ଷୁର୍ଣ୍ଣ ରଖିବାପାଇଁ ଶପଥପାଠ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଅଧ୍ୟାପକ ରଞ୍ଜନ କୁମାର ଖଣ୍ଡା, ଶ୍ରୀମନ୍ତ ନାୟକ, ପାର୍ଥ ସାରଥୀ ବଳ, ଅଧ୍ୟାପିକା ଇତିଶ୍ରୀ ମଲ୍ଲିକ, ସିଲନପ୍ରଭା ନାୟକ ପ୍ରମୁଖ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ ଓ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଶେଷ ରେ ଅଧ୍ୟାପିକା ମୀରାମ୍ବିକା ସାହୁ ଧନ୍ୟବାଦ ଅର୍ପଣ କର...

ମା’ ବିରଜାଙ୍କ ପୀଠର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଠିକ୍ ସମୟରେ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ l

Image
ଭୁବନେଶ୍ୱର ୨୫/୧୧(ବ୍ୟୁରୋ ରିପୋର୍ଟ) : - ଯାଜପୁରର ବିରଜା କ୍ଷେତ୍ର କେବଳ ଓଡିଶାର ନୁହେଁ, ସାରା ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ଶକ୍ତି ପୀଠ। ଓଡିଶାର ଜନସାଧାରଣଙ୍କ ଧାର୍ମିକ ଓ ଆଧ୍ୟାତ୍ମିକ ଚେତନାରେ ଏହା ଏକ ପ୍ରମୁଖ ତୀର୍ଥ କ୍ଷେତ୍ର । ମହାଭାରତ, ଆଦି ଶଙ୍କରାଚାର୍ଯ୍ୟଙ୍କ ଶକ୍ତି ପୀଠ ସ୍ତବ ଏବଂ ବାମନ ପୁରାଣରେ ମଧ୍ୟ ମା’ ବିରଜାଙ୍କ ସମ୍ପର୍କରେ ବର୍ଣ୍ଣନା ରହିଛି। ନାଭି ଗୟା ଭାବରେ ବିରଜା ପୀଠର ପ୍ରସିଦ୍ଧି ରହିଛି। ମା’ ବିରଜାଙ୍କ ପ୍ରତି ସାରା ଓଡିଶାର ଜନସାଧାରଣଙ୍କ ପ୍ରଗାଢ ଭକ୍ତି ଓ ନିଷ୍ଠା ରହିଛି। ଏହି ପ୍ରାଚୀନ ପ୍ରସିଦ୍ଧ ଶକ୍ତି ପୀଠର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ। ଏଥିପାଇଁ ମଞ୍ଜୁର କରାଯାଇଥିବା ପ୍ରକଳ୍ପ ଗୁଡିକ ଜାରି ରହିଛି। ଏହା ସହିତ ମନ୍ଦିରର ସର୍ବାଙ୍ଗୀନ ବିକାଶ ପାଇଁ ଆବଶ୍ୟକ ପଡିଲେ ନୂତନ ପ୍ରକଳ୍ପ ମଧ୍ୟ କାର୍ଯ୍ୟକାରୀ କରାଯିବ।  ବିରଜା ମନ୍ଦିର ଓ ପାରିପାର୍ଶ୍ୱିକ ଉନ୍ନୟନ ପାଇଁ ଯେଉଁ ସବୁ ପ୍ରକଳ୍ପ ହାତକୁ ନିଆ ଯାଇଛି, ସେ ସବୁ ପ୍ରକଳ୍ପ ଠିକ୍ ସମୟରେ ସମ୍ପୂର୍ଣ୍ଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ନୀଳାଚଳ ଇସ୍ପାତ ସମ୍ପ୍ରସାରଣ, ଜଳ ସଂରକ୍ଷଣ ପାଇଁ ବ୍ୟବହାର ହେବ ୱାଟର-ସ୍ମାର୍ଟ ଟେକ୍ନୋଲୋଜି l

Image
ଯାଜପୁର (କଳିଙ୍ଗନଗର) :- ଜଳର ପୁନଃବ୍ୟବହାର ପାଇଁ ବର୍ଷା ଜଳ ସଂରକ୍ଷଣ ଏବଂ ଉନ୍ନତ ସ୍ୱେରେଜ୍ ବିଶୋଧନକୁ ଅନ୍ତର୍ଭୁକ୍ତ କରି ଜିରୋ ଲିକ୍ୱିଡ୍ ଡିସ୍ଚାର୍ଜ (ଜେଡ୍‌ଏଲ୍‌ଡି) ବ୍ୟବସ୍ଥା କାର୍ଯ୍ୟକାରୀ ହେବ - ବର୍ତ୍ତମାନର ଭିତ୍ତିଭୂମିକୁ ବ୍ୟବହାର କରି ପରିବେଶ ପ୍ରଭାବକୁ ହ୍ରାସ ଏବଂ ଭୂତଳ ଜଳ ନିଷ୍କାସନକୁ ଏଡ଼ାଇବା ସହିତ ବର୍ଷା ଜଳର ବ୍ୟାପକ ଉପଯୋଗକୁ ଗୁରୁତ୍ୱ - ଜଳ ବ୍ୟବହାରକୁ ହ୍ରାସ କରିବା ଲାଗି ପ୍ରସ୍ତାବିତ ବ୍ଲାଷ୍ଟ ଫର୍ଣ୍ଣେସ୍ ଓ ଷ୍ଟିଲ୍ ମେକିଂ ୟୁନିଟ୍‌ରେ ଉନ୍ନତ ଜଳ ସଂରକ୍ଷଣ ପ୍ରଯୁକ୍ତି ଓ ଡ୍ରାଏ ଗ୍ୟାସ୍ ସଫେଇ ବ୍ୟବସ୍ଥା କଳିଙ୍ଗନଗର, ନଭେମ୍ବର ୨୪, ୨୦୨୪: ଯାଜପୁରର ଶିଳ୍ପ କ୍ଷେତ୍ରରେ ଉନ୍ନତି ଆଣିବା ଏବଂ ଜାତୀୟ ଲଙ୍ଗ ପ୍ରୋଡକ୍ଟ ଇସ୍ପାତ ଉତ୍ପାଦ ବଜାରରେ ଜିଲ୍ଲକୁ ଏକ ପ୍ରମୁଖ ସ୍ଥାନ ଭାବରେ ଗଢିତୋଳିବା ପାଇଁ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ (ଏନ୍‌ଆଇଏନ୍‌ଏଲ୍‌) ଏହାର କ୍ଷମତାକୁ ବାର୍ଷିକ ୧ ନିୟୁତ ଟନରୁ ବାର୍ଷିକ ୯.୫ ନିୟୁତ ଟନକୁ ବୃଦ୍ଧି କରିବାକୁ ଯୋଜନା କରିଛି। ଉତ୍ପାଦନ ପ୍ରକ୍ରିୟାକୁ ଅଧିକ ଦୀର୍ଘସ୍ଥାୟୀ ଏବଂ ପରିବେଶ ଅନୁକୂଳ କରିବା ପାଇଁ ଅନେକ ଅତ୍ୟାଧୁନିକ ଜ୍ଞାନକୌଶଳ ଏହି ସମ୍ପ୍ରସାରଣ ଯୋଜନାରେ ସାମିଲ କରାଯାଇଛି। ଯାଜପୁର ଜିଲ୍ଲାର ଡୁବୁରିଠାରେ ଥିବା ଏହି ଇସ୍ପାତ କାରଖାନାର ସମ୍ପ୍ରସାରଣ ଯୋଜନା ଇସ୍ପାତ ଶିଳ୍ପ କ୍ଷେତ୍ରରେ ଜଳ ବ୍ୟବହାର ପାଇଁ ଏକ ନୂତନ ବେଞ୍ଚମ...

ବଜରଙ୍ଗ ଦଳ ବିଞ୍ଝାରପୁର ପ୍ରଖଣ୍ଡ ର ନୂତନ କାର୍ଯ୍ୟକର୍ତ୍ତା ଚୟନ l

Image
ଯାଜପୁର (ବ୍ୟୁରୋ ରିପୋର୍ଟ) : - ୨୩/୧୧, ବିଂଝାରପୁର ପ୍ରଖଣ୍ଡ ବଜରଙ୍ଗ ଦଳର ଏକ ନୂତନ ଟୋଲୀ ଘୋଷଣା କାର୍ଯ୍ୟକ୍ରମ ବରୁଣେଶ୍ୱର ପୀଠ ସ୍ଥିତ ରାମ ମନ୍ଦିର ପ୍ରାଙ୍ଗଣ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ଯାଜପୁର ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ଗୋରକ୍ଷା ପ୍ରମୁଖ ମଦନ ମୋହନ ବିନ୍ଧାଣି,ଜିଲ୍ଲା ବଜରଙ୍ଗ ଦଳ ସଂଯୋଜକ ବସନ୍ତ କୁମାର ପାତ୍ର, ଜିଲ୍ଲା ସହ ସଂଯୋଜକ ସାରଦା ପ୍ରସନ୍ନ ବଳ,ଜିଲ୍ଲା ସୁରକ୍ଷା ପ୍ରମୁଖ ସନ୍ତୋଷ ପତି ଯୋଗଦେଇ ସଂଗଠନ କିଭଳି ସଶକ୍ତ ହୋଇପାରିବ, ଯୁବକ ମାନେ ଦେଶରକ୍ଷା ଧର୍ମ ରକ୍ଷା ପାଇଁ କିଭଳି ଆଗେଇଆସିବେ ଏହି ସମସ୍ତ ବିଷୟ ଉପରେ ମାଗଦର୍ଶନ କରିଥିଲେ l ଏହି ଅବସରରେ ନୂତନ ଦାଇତ୍ୱ ଭାର ବହନ କରିବ ପାଇଁ  ବିଂଝାରପୁର ପୁର ପ୍ରଖଣ୍ଡ ବଜରଙ୍ଗ ଦଳ ସଂଯୋଜକ ସୁବୋଧ ଧଳ, ପ୍ରଖଣ୍ଡ ସହ ସଂଯୋଜକ ବିଶ୍ୱଜିତ ସାମଲ, ଦାସ ମୁରଲୀ ମୋହନ, ସୋମ୍ୟରଞ୍ଜନ ସାମଲ, ସୁଜିତ ମଲ୍ଲିକ ଓ ପ୍ରଖଣ୍ଡ ଗୋରକ୍ଷା ପ୍ରମୁଖ କିରଣ କୁମାର ଜେନା, ବଳ ଉପାସନା ପ୍ରମୁଖ ପ୍ରଭାତ ପରିଡା, ମହାବିଦ୍ୟାଳୟ ପ୍ରମୁଖ ପିଣ୍ଟୁ ମଲ୍ଲିକ, ସୁରକ୍ଷା ପ୍ରମୁଖ ସୋମ୍ୟ ରଞ୍ଜନ ବିନ୍ଧାଣି,ସୂଚନା ପ୍ରମୁଖ ନିତ୍ୟାନନ୍ଦ ଦାସ, ସାପ୍ତାହିକ ମିଳନ ପ୍ରମୁଖ ବିଜୟୀ କୁମାର ନାଥ ଙ୍କୁ ଘୋଷଣା କରାଯାଇଥିଲା ଏହି କାର୍ଯ୍ୟକ୍ରମ ରେ ୭୭ ଜଣ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l ଶେଷରେ ଶାନ୍ତିପାଠ ଓ ଜୟ ଘୋଷ କରି ବୈଠକ ସାଙ୍ଗ କରାଯା...

ଓ.ଏ.ସ ହବ୍ ର ୭୦ ଜଣ ସଫଳ କୃତିତ୍ୱ ପରୀକ୍ଷାର୍ଥୀଙ୍କୁ ସମ୍ବର୍ଦ୍ଧନା l

Image
ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ) : - ଆଚାର୍ଯ୍ୟବିହାରସ୍ଥିତ ରାଜ୍ୟର ଅନ୍ୟତମ ପ୍ରତିଷ୍ଠିତ ଅନୁଷ୍ଠାନ ଓ. ଏ. ଏସ. ହବ୍ ର ମୋଟ ୭୦ ଜଣ ଶିକ୍ଷାର୍ଥୀ ଓଡ଼ିଶା ପ୍ରଶାସନିକ ସେବା ୨୦୨୪ ପରୀକ୍ଷାରେ ସଫଳ କୃତକାର୍ଯ୍ୟ ହୋଇ ଅନୁଷ୍ଠାନ ପାଇଁ ଗର୍ବ ଆଣିଛନ୍ତି l ସମୁଦାୟ ଏକଶହ କୋଡିଏ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୭୦ଜଣ ଅନ୍ୟ ଙ୍କ କୃତକାର୍ଯ୍ୟ ପାଇଁ ଅନୁଷ୍ଠାନ ଆଜି ଗର୍ବିତ l ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଦୁଇ ଗୁଣ ଅଧିକ ସଫଳତା ପାଇଛନ୍ତି l ସେମାନଙ୍କର ପ୍ରତିଯୋଗିତା ମୂଳକ ପରୀକ୍ଷାରେ ବିଚକ୍ଷଣ ସଫଳତା ଯୋଗୁଁ ସେହି ୭୦ ଜଣ କୃତିତ୍ୱ ଅର୍ଜନ କରିଥିବା ପରୀକ୍ଷାର୍ଥୀଙ୍କୁ ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ସମ୍ବର୍ଦ୍ଧିତ କରାଯାଇଛି l ସମ୍ବର୍ଦ୍ଧନା ଉତ୍ସବରେ ଭୁବନେଶ୍ୱରର ମେୟର ଶ୍ରୀମତୀ ସୁଲୋଚନା ଦାସ, ଓୟୁଏଟି ର ପୂର୍ବତନ ଦିନ୍ ଶ୍ରୀଯୁକ୍ତ ହୃଷିକେଶ ସେନାପତି, ବର୍ତ୍ତମାନର ଡେପୁଟି ସେକ୍ରେଟାରୀ ଶ୍ରୀଯୁକ୍ତ ସନ୍ୟାସୀ ବେହେରା, ଶ୍ରୀଯୁକ୍ତ ଲିଙ୍ଗରାଜ ପାତ୍ର ଏବଂ ବରିଷ୍ଠ ଶିକ୍ଷାବିତ ଶ୍ରୀଯୁକ୍ତ ଗିରିଶ ପ୍ରସାଦ ସ୍ୱାଇଁ ଉପସ୍ଥିତ ରହି ସମ୍ବର୍ଦ୍ଧିତ କରିବା ସହ ତାଙ୍କୁ କୃତଜ୍ଞତା ଜଣାଇଥିଲେ ଏବଂ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ l  କାର୍ଯ୍ୟକ୍ରମରେ ଅନୁଷ୍ଠାନର ଲଳିତ ମୋହନ ଦାସ ଅଧିକାରୀ, ଶିବାଶ କୁମାର ହାଜରା, ପ୍ରମୋଦିନୀ ମିଶ୍ର ଏବଂ ଅନୁଷ୍ଠାନର ସଭ୍ୟବୃନ୍ଦ...