Posts

ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ ତମ ବାର୍ଷିକ ଉତ୍ସବ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ l

Image
ପୁରୀ (ବ୍ୟୁରୋ ରିପୋର୍ଟ) ୪ଡିସେମ୍ବର ୨୦୨୪:-   "ସର୍ବପ୍ରଥମେ ଏହି ପବିତ୍ର ମାଟିରୁ ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ପାଦପଦ୍ମରେ ପ୍ରଣିପାତ କରୁଛି।" ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ତମ ପ୍ରତିଷ୍ଠା ଦିବସ ସମାରୋହରେ ଦେଶର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, ମାନ୍ୟବର ରାଜ୍ଯପାଳ ଶ୍ରୀ ରଘୁବୀର ଦାସ, ମାନ୍ୟବର କେନ୍ଦ୍ରମନ୍ତ୍ରୀ ଙ୍କୁ ସ୍ୱାଗତ କରୁଛି । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟାପକ, ଛାତ୍ରଛାତ୍ରୀ ଏବଂ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। "ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ତମ ବାର୍ଷିକ ଉତ୍ସବ ଅବସରରେ ଆପଣମାନଙ୍କୁ ମୋର ଆନ୍ତରିକ ଶୁଭେଛା ଓ ଅଭିନନ୍ଦନ ଜଣାଉଛି।"  "ଏହି ଅବସରରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ପ୍ରତିଷ୍ଠାତା ପଣ୍ଡିତ ଲିଙ୍ଗରାଜ ମିଶ୍ରଙ୍କୁ ପ୍ରଣାମ ଜଣାଉଛି।" " ବିଶେଷ କରି, କଲେଜର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏହା ଏକ ଅତ୍ୟନ୍ତ ଆନନ୍ଦ ଓ ଖୁସିର ମୁହୂର୍ତ୍ତ। ଦେଶର ପ୍ରଥମ ନାଗରିକ ମହାମହିମ ରାଷ୍ଟ୍ରପତି ତଥା ଆମ ରାଜ୍ୟର ପ୍ରଥମ ନାଗରିକ ମାନ୍ୟବର ରାଜ୍ୟପାଳଙ୍କ ଉପସ୍ଥିତି ଆପଣମାନଙ୍କ ଏବଂ ଆମ ସମସ୍ତଙ୍କର ଗହଣରେ ଉପସ୍ଥିତ ରହି ଏହି ଉତ୍ସବର ଶୋଭା ଏବଂ ବିଭବତାକୁ ଦ୍ଵି-ଗୁଣିତ କରିଛି। ଯେ କୌଣସି ଶିକ୍ଷାନୁଷ୍ଠାନ ପାଇଁ ଏହା ନିଶ୍ଚିତ ଭାବେ ଏକ ଅପୂର...

ନିଜ ବାସଭବନରେ ଦିବ୍ୟାଙ୍ଗ ମାନଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀଅଭିଯୋଗ ଶୁଣିଲେ, ସମାଧାନର ଆଶ୍ବାସନା ଦେଲେ l

Image
ଭୁବନେଶ୍ବର(ବ୍ୟୁରୋ ରିପୋର୍ଟ) : - ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ପରିଚିତ ମାନ୍ୟବର ଶ୍ରୀ ମୋହନ ଚରଣ ମାଝୀ ଯେଉଁଠି କି ଯାଆନ୍ତୁ ନା କାହିଁକି, ଯେଉଁଠି ବି ଥାଆନ୍ତୁ, ଲୋକଙ୍କ ଅଭିଯୋଗ ଓ ସମସ୍ୟା ଶୁଣିବାକୁ ଓ ତା’ର ପ୍ରତିକାର ପାଇଁ ବ୍ୟବସ୍ଥା କରିବାକୁ ସବୁବେଳେ ପ୍ରାଧାନ୍ୟ ଦେଇଥାନ୍ତି । ଆଜି ସକାଳେ ତାଙ୍କ ବାସଭବନକୁ କିଛି ଲୋକ ସେମାନଙ୍କ ଅଭିଯୋଗ ନେଇ ଆସିଥିଲେ । ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ଅଭିଯୋଗ ଶୁଣିଥିଲେ। ଅଭିଯୋଗକାରୀଙ୍କ ମଧ୍ୟରେ କେତେ ଜଣ ଦିବ୍ୟାଙ୍ଗ ମଧ୍ୟ ଆସିଥିଲେ। ଆଜି ହେଉଛି ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ । ଏହି ଅବସରରେ ଦିବ୍ୟାଙ୍ଗମାନେ ତାଙ୍କ ଘରକୁ ଆସିଥିବାରୁ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଥମେ ସମ୍ବର୍ଦ୍ଧିତ କରିଥିଲେ ଓ ପରେ ସେମାନଙ୍କ ସମସ୍ୟା ଶୁଣିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏଭଳି ସହୃଦୟତାପୂର୍ଣ୍ଣ ବ୍ୟବହାରରେ ଭାବପ୍ରବଣ ହୋଇଯାଇଥିଲେ ସମସ୍ତେ ।  ସେମାନଙ୍କ ମଧ୍ୟରେ ଥିଲେ କଟକ ବାଉଁଶଗଳିର ଦିବ୍ୟାଙ୍ଗ ଶେଖ୍ ରେହେମାନ। ସେ ଭୁବନେଶ୍ବରରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ଏକ ତିନି-ଚକିଆ ସାଇକେଲରେ ଯାତ୍ରା ଆରମ୍ଭ କରୁଛନ୍ତି। ସେ ଆସିଥିଲେ ମୁଖ୍ୟମନ୍ତ୍ରୀଙ୍କ ପାଖରୁ ଶୁଭେଚ୍ଛା ପାଇ ତାଙ୍କର ଯାତ୍ରା ଆରମ୍ଭ କରିବାକୁ। ମୁଖ୍ୟମନ୍ତ୍ରୀ ତାଙ୍କର ଯାତ୍ରା ପାଇଁ ଶୁଭକାମନା ଜଣାଇଥିଲେ ।

ମହାଗିରୀ ପ୍ରେସ୍‌ କ୍ଲବର କର୍ମକର୍ତ୍ତା ଚୟନ l

Image
ଯାଜପୁର (ଦାନଗଦୀ) : - ଦାନଗଦୀ ବ୍ଳକ ଅଧିନସ୍ଥ ୮ ନଂ ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ ଟମକା ମହାଗିରୀ ପ୍ରେସ କ୍ଲବ୍ ର ବାର୍ଷିକ କର୍ମକର୍ତ୍ତା ଚୟନ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଟୋଲକାନୀ ଠାରେ ବରିଷ୍ଠ ଶିକ୍ଷାବିତ୍ ଅକ୍ଷୟ କୁମାର ରାଉତଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ବରିଷ୍ଠ ସାମ୍ବାଦିକ ହରିହର ବାରିକଙ୍କୁ ସଭାପତି ଓ ଯୁବ ସାମ୍ବାଦିକ ମଳୟ କୁମାର ରାଉତଙ୍କୁ ସାଧାରଣ ସମ୍ପାଦକ ଭାବେ ମନୋନିତ କରାଯାଇଛି । ନରୋତ୍ତମ ବେହେରାଙ୍କୁ ଉପ-ସଭାପତି, ଅନିଲ କୁମାର ଦାସଙ୍କୁ ସହ ସମ୍ପାଦକ ଏବଂ ଅବତାର ଅଲ୍ଲୀ ଙ୍କୁ କୋଷାଧ୍ୟକ୍ଷ ଭାବେ ଦାୟିତ୍ଵ ପ୍ରଦାନ କରାଯାଇଛି । ସେହିପରି ଭାବେ ଅକ୍ଷୟ କୁମାର ରାଉତ ଓ ଉମାକାନ୍ତ ମହାପାତ୍ର ଙ୍କୁ ସଂଘର ଉପଦେଷ୍ଟା ଭାବେ ଚୟନ କରାଯାଇଛି । ଖଗେଶ୍ଵର ମହାନ୍ତ, ଅଜୟ କୁମାର ଦେହୁରୀ, ଭରତ ଚନ୍ଦ୍ର ହୋତାଙ୍କୁ କାର୍ଯ୍ୟକାରୀ କମିଟିରେ ସ୍ଥାନ ମିଳିଛି । ଗଠିତ ନୂତନ କମିଟି କୁ ଉପସ୍ଥିତ ଅତିଥି ଉତ୍ତରୀୟ ଓ ଫୁଲ ତୋଡା ଦେଇ ସମ୍ବର୍ଦ୍ଧିତ କରିଥିବା ବେଳେ ଅଞ୍ଚଳରେ ଥିବା ସମସ୍ୟାକୁ ନିରପେକ୍ଷ ଭାବେ ପ୍ରଶାସନ ଓ ସରକାରଙ୍କର ର ଦୃଷ୍ଟି କୁ ଆଣି ଜନତାଙ୍କ ମୌଳିକ ଅଧିକାର ଦିଗରେ ସଂଘ କାର୍ଯ୍ୟ କରିବ ବୋଲି ନବ ମନୋନିତ କର୍ମକର୍ତ୍ତା ମତବ୍ୟକ୍ତ କରିଥିଲେ । ଅଞ୍ଚଳର ଯୁବ ସମାଜସେବୀ ଅନ୍ତର୍ଯ୍ୟାମୀ ପୃଷ୍ଟି ଉପସ୍ଥିତ ହୋଇ ସଂଘର କର୍ମକର୍...