Posts

ବିଂଝାରପୁର ପ୍ରଖଣ୍ଡ ରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l

Image
  ଯାଜପୁର :- ଜିଲ୍ଲା ର ବିଂଝାରପୁର ଠାରେ ବଜରଙ୍ଗ ଦଳ,ସମ୍ବାଦ ଆମ ଓଡିଶା ଓ ବିଂଝାରପୁର ରକ୍ତ ଦାତା ପରିବାର ମିଳିତ ସହଯୋଗରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ରକ୍ତ ଦାତା ପରିବାର ସଭାପତି ଶ୍ରୀକାନ୍ତ ପ୍ରଧାନ ସଭାପତିତ୍ୱ କ୍ରମେ ସମ୍ପାଦକ ବିଶ୍ୱଜିତ ସେଠି ଓ ବିଂଝାରପୁର ପ୍ରଖଣ୍ଡ ବଜରଙ୍ଗ ଦଳ ସଂଯୋଜକ ସୁବୋଧ ଧଳ ଏଥିରେ ସାମିଲ ହୋଇଥିଲେ l ମୁଖ୍ୟ ଅଥିତି ଭାବେ ସଚ୍ଚିଦାନନ୍ଦ ଦାସ ମହାରାଜ ଉଦ୍ଘାଟନ କରିଥିଲେ l ସମ୍ମାନୀତ ଅତିଥି ଭାବେ ବିଡିଓ ହିମାଂଶୁ ସାମଲ, ବଜରଙ୍ଗ ଦଳ ଜିଲ୍ଲା ସଂଯୋଜକ ବସନ୍ତ କୁମାର ପାତ୍ର, ଜିଲ୍ଲା ସୁରକ୍ଷା ପ୍ରମୁଖ ସନ୍ତୋଷ ପତି, ଜିଲ୍ଲା ସହ ସୁରକ୍ଷା ପ୍ରମୁଖ ଅସିତ ଦାସ, ଡାକ୍ତର କ୍ଷିତୀଶ ନାୟକ, ୱାରେଣ୍ଟ ଅଧିକାରୀ ବିଜୟୀ କୁମାର ଧଳ, ବିଞ୍ଜାରପୁର ସମ୍ବାଦ ସାହିତ୍ୟ ଘର ସମ୍ପାଦକ ଜିତେନ୍ଦ୍ର କୁମାର ବେହେରା, ପୂର୍ବତନ ସରପଞ୍ଚ ମାଧବୀ ଲତା ଦାସ, ବଜରଙ୍ଗ ଦଳ ପ୍ରଖଣ୍ଡ ଗୋରକ୍ଷା ପ୍ରମୁଖ କିରଣ ଜେନା, ଶାଖା ପ୍ରମୁଖ ଶଙ୍କର ମିଶ୍ର, ସହ ସମ୍ପାଦକ ମୁରଲୀ ମୋହନ ଦାସ, ବୋଧକ ପଂଚାୟତ ସରପଞ୍ଚ ଦେବୀପ୍ରସାଦ ମିଶ୍ର, ଫ୍ୟାକ୍ସ ସଭାପତି ଅଶୋକ ସାହୁ, ସମାଜ ସେବି ଧିରେନ ଦାସ, ଅବସର ପ୍ରାପ୍ତ ସେନା ଅଧିକାରୀ ସଞ୍ଜୟ ପତି,ଘନଶ୍ୟାମ ନାୟକ,ବିଶ୍ୱଜିତ ସାମଲ, ସଭାପତି ପୁଣ୍ଟୁ ମଲିକ, ସୋମ୍ୟ ବିନ୍ଧାଣି, ଜାକିର ହୁସେନ ମାନଙ୍କ ସହଯୋଗରେ ୧୦୧ ୟୁନିଟ ରକ୍ତ ସଂଗ୍ର...

ଓଡ଼ିଶାରେ ଶିଳ୍ପ ବିକାଶର ଅପାର ସୁଯୋଗ ଓ ସମ୍ଭାବନା ରହିଛି। ତାକୁ ଶିଳ୍ପସଂସ୍ଥା ବିନିଯୋଗ କରନ୍ତୁ - ପ୍ରଧାନମନ୍ତ୍ରୀ

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ଦୁଇ ଦଶନ୍ଧିର ଶିଳ୍ପ ମରୁଡି ପରେ ଏବେ ଓଡ଼ିଶାରେ ବହିବ ଶିଳ୍ପ ଗଙ୍ଗା । ଉତ୍କର୍ଷ ହେବ ଓଡିଶା । ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରିବା ପାଇଁ ବିଶେଷ ଧ୍ୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l ଓଡ଼ିଶାରେ ଶିଳ୍ପ ବିକାଶ ପାଇଁ ଅନେକ ସୁଯୋଗ ରହିଛି। ଏଠାରେ ଅପର୍ଯ୍ୟାପ୍ତ ପ୍ରାକୃତିକ ସମ୍ପଦ ରହିଛି। ରାଜ୍ୟରେ ୫୦୦ କିଲୋମିଟର ବେଳାଭୂମି ଓ ପୂରା ଅଞ୍ଚଳର ୩୩ ପ୍ରତିଶତ ଜଙ୍ଗଲ ରହିଛି। ଯାହାକୁ ବିନିଯୋଗ କରି ଶିଳ୍ପ ସଂସ୍ଥାମାନ ଗଢି ଉଠି ପାରିବ। ସେହିଭଳି ଗୋପାଳପୁର ଓ ପାରାଦୀପରେ ପୁଞ୍ଜି ନିବେଶର ଅପାର ସମ୍ଭାବନା ରହିଛି। ଓଡ଼ିଶା ହେଉଛି ବିକାଶ ଓ ବିରାସତର ଅପୂର୍ବ ମଡେଲ। ତେଣୁ ବଡବଡ ଶିଳ୍ପ ସଂସ୍ଥା ଓଡ଼ିଶାରେ ପୁଞ୍ଜିନିବେଶ ପୂର୍ବକ ଶିଳ୍ପ ସଂସ୍ଥା ପ୍ରତିଷ୍ଠା କଲେ ଓଡ଼ିଶା ବିକଶିତ ହୋଇପାରିବ। ଏଠାକାର ପ୍ରାକୃତିକ ସମ୍ପଦର ଉପଯୁକ୍ତ ବିଯିଯୋଗ ହେବା ସହ ଯୁବଗୋଷ୍ଠୀ ନିଯୁକ୍ତି ପାଇ ପାରିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ଅବସରରେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଓଡ଼ିଶାକୁ ସମୃଦ୍ଧ କରିବାକୁ କେନ୍ଦ୍ର ସରକାର ସଂକଳ୍ପବଦ୍ଧ। ଓଡ଼ିଶା ଖୁବଶିଘ୍ର ଶିଖର ଛୁଇଁବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଏହି ଅବସରରେ ବାଲିଯାତ୍ରାର ସୁଖ୍ୟାତି ସମ୍ପର୍କରେ ବାଖାଣିଛ...

"ଉଦୟବଟ" ପ୍ରାଙ୍ଗଣରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ l

Image
ଯାଜପୁର (ବ୍ୟାସନଗର) ୨୬/୧:- ସ୍ଥାନୀୟ ବ୍ୟାସନଗର ପୈାର ପରିଷଦର ଫେରୋକ୍ରୋମ କଲୋନି ଗେଟ୍ ସ୍ଥିତ ‘ଉଦୟବଟ’ କାର୍ଯ୍ୟାଳୟରେ ୭୬ତମ ସାଧାରଣତନ୍ତ୍ର ଦିବସ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଆଜି ରବିବାର ସକାଳେ ପାଳିତ ହୋଇଯାଇଛି । ବ୍ୟାସନଗର ପୈାର ପରିଷଦର ପୂର୍ବତନ ନଗରପାଳ ତଥା ଯାଜପୁର ଜିଲ୍ଲା ଆଥ୍‌ଲେଟିକ୍ ଆସୋସିଏସନର କାର୍ଯ୍ୟକାରୀ ସଭାପତି ରସାନନ୍ଦ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏଠାରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ ଏଥିରେ ମୁଖ୍ୟବକ୍ତା ଭାବେ, ସମାଜସେବୀ ରାମଚନ୍ଦ୍ର ବାରିକ ଓ ଫେରୋକ୍ରୋମ କାରଖାନାର ଅବସରପ୍ରାପ୍ତ ଅଧିକାରୀ ନିରାକାର ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସାଧାରଣତନ୍ତ୍ର ଦିବସର ତାତ୍ପର୍ଯ୍ୟତା ଉପରେ ଆଲୋକପାତ କରିଥିଲେ । ଦେଶର ଅଖଣ୍ଡତା ପାଇଁ ସମସ୍ତଙ୍କ ହୃଦୟରେ ସଦା ଦେଶପ୍ରେମର ଭାବ ଉଦ୍ରେକ ହେବା ସଂଗେ ସଂଗେ ଦେଶ ତଥା ରାଜ୍ୟର ଉନ୍ନତି ପାଇଁ ସମସ୍ତେ ସମ୍ବିଧାନକୁ ସମ୍ମାନର ସହ ମାନିବା ସହିତ ସାଧୁ ଉପାୟରେ ପରିଶ୍ରମ କରି ନିଜର ଜୀବିକା ଅର୍ଜ୍ଜନ କରିବା ଉପରେ ‘ଉଦୟବଟ’ର ସଂପାଦକ ଶ୍ରୀ ରାଉତ ଗୁରୁତ୍ୱାରୋପ କରିଥିଲେ । ଏଥିରେ ସାମ୍ବାଦିକ ଉମାକାନ୍ତ ମହାପାତ୍ର, ଶ୍ରମିକ ନେତା ଅରୁଣ ଦାସ, ସାନ୍ତନ୍ୟୁ ମଲ୍ଲିକ, ଜଗନ୍ନାଥ ମହାପାତ୍ର, ବିନାୟକ ଜ...

ଉତ୍ତର-ପୂର୍ବାଞ୍ଚଳ ୭ଟି ରାଜ୍ୟର ଛାତ୍ର ପ୍ରତିନିଧି ରାଜ୍ୟପାଳଙ୍କୁ ସାକ୍ଷାତ କଲେ।

Image
ଭୁବନେଶ୍ୱର, ତା ୨୭/୦୧(ବ୍ୟୁରୋ ରିପୋର୍ଟ) :- ଉତ୍ତର-ପୂର୍ବାଞ୍ଚଳ ୭ଟି ରାଜ୍ୟର ଛାତ୍ର ପ୍ରତିନିଧି  ରାଜଭବନରେ ରାଜ୍ୟପାଳ ଡ.ହରି ବାବୁ କମ୍ପୋଟିଙ୍କୁ ସାକ୍ଷାତ କରିଛନ୍ତି। ଅନ୍ତଃରାଜ୍ୟ ଛାତ୍ର  ଜୀବନ ଦର୍ଶନ କାର୍ଯ୍ୟକ୍ରମରେ ଆସାମ, ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ମେଘାଳୟ, ମିଜୋରାମ, ମଣିପୁର ଓ ତ୍ରିପୁରାର ଛାତ୍ରଛାତ୍ରୀମାନେ ଓଡ଼ିଶା ପରିଭ୍ରମଣରେ ଆସିବା  ପରିପ୍ରେକ୍ଷୀରେ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ। ଅଭିଷେକ ହଲ୍‌ଠାରେ ରାଜ୍ୟପାଳଙ୍କ ସହ ବାର୍ତ୍ତାଳାପ ବେଳେ ଓଡିଶା କେମିତି ଲାଗୁଛି ବୋଲି ଛାତ୍ର ପ୍ରତିନିଧିମାନଙ୍କୁ ରାଜ୍ୟପାଳ ପଚାରିଥିଲେ। ଉପରୋକ୍ତ ୭ଟି ରାଜ୍ୟର ଛାତ୍ର ପ୍ରତିନିଧିମାନେ ନିଜ ନିଜ ରାଜ୍ୟର କଳା,ସଂସ୍କୃତି, ଐତିହ୍ୟ, ପରମ୍ପରା ଓ ବୈଶିଷ୍ଟ୍ୟ ସଂପର୍କରେ ଅବତାରଣା କରିବା ସହ ଓଡିଶାର ସାଂସ୍କୃତିକ ପରମ୍ପରା , ଭାସ୍କର୍ଯ୍ୟ, ଆତିଥେୟତା, ମହିମା ମଣ୍ଡିତ ଦେବଦେବୀ ପୀଠ, ସୌନ୍ଦର୍ଯ୍ୟ  ଓ ମହାନତାର ପ୍ରଶଂସା କରିଥିଲେ। ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନ୍‌ବିଏସ୍ ରାଜପୁତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ପରେ ପରେ ରାଜ୍ୟପାଳଙ୍କ ସୌଜନ୍ୟରେ ଆୟୋଜିତ  ନୈଶ୍ୟ ଭୋଜିରେ ଅତିଥୁ ଛାତ୍ର ପ୍ରତିନିଧି ଯୋଗ ଦେଇଥିଲେ। ସୂଚନାଯୋଗ୍ୟ ଯେ ଜାତୀୟ ଏକତାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଉତ୍ତର-ପୂର୍ବାଞ୍ଚଳ ଛା...

ମହାଗୀରି ପ୍ରେସ୍ କ୍ଲବ୍ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ l

Image
ଯାଜପୁର (ଦାନଗଦୀ) :- ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ଦାନଗଦୀ ବ୍ଲକ ରେ ଗଢିଉଠିଥିବା ଅଗ୍ରଣୀ ସାମ୍ବାଦିକ ସଂଘ " ମହାଗୀରି ପ୍ରେସ୍ କ୍ଲବ୍" ଆନୁକୂଲ୍ୟରେ ଜିଲ୍ଲା ସାମ୍ବାଦିକ ସଂଘର ପରାମର୍ଶ କ୍ରମେ ବନ୍ଧୁମିଳନ ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଅର୍ଗସ ନ୍ୟୁଜ୍ ଓଡ଼ିଶାର ମୁଖ୍ୟ ସମ୍ପାଦକ ଶ୍ରୀଯୁକ୍ତ ସଞ୍ଜୟ କୁମାର ଜେନା, ମୁଖ୍ୟ ବକ୍ତା ଭାବରେ ଏସ୍ ୟୁ ଜେ, ଓଡିଶା ର ରାଜ୍ଯ ସଭାପତି ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ନାୟକ, ସମ୍ମାନିତ ଅତିଥି ଭାବେ ଆଇ ଆଇ ଟି ପ୍ରୋଫେସର. ଭୁବନେଶ୍ଵର .ଦୁଃଖବନ୍ଧୁ ସାହୁ, ଶ୍ରୀଯୁକ୍ତ ଜୟନ୍ତ କୁମାର ତ୍ରିପାଠୀ. ୟୁନିଟ୍ ହେଡ୍ ଟାଟା ଷ୍ଟିଲ ଫାଉଣ୍ଡେସନ, ବ୍ରାହ୍ମଣୀପାଳ, ଶ୍ରୀଯୁକ୍ତ ପ୍ରଦୀପ କୁମାର ସେଠୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦାନଗଦୀ, ଶ୍ରୀଯୁକ୍ତ ଚିନ୍ତାମଣି ପାଢୀ ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି ସଦସ୍ୟ, ଜାତୀୟ ସାମ୍ବାଦିକ ୟୁନିଅନ, ନୂଆ ଦିଲ୍ଲୀ, ଶ୍ରୀଯୁକ୍ତ ଅବିନେଶ୍ଵର ଶତପଥୀ, ସାଧାରଣ ସମ୍ପାଦକ ଜିଲ୍ଲା ସାମ୍ବାଦିକ ସଂଘ, ଯାଜପୁର, ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ଧଳ, ସଭାପତି ଜିଲ୍ଲା ସାମ୍ବାଦିକ ସଂଘ ସଭାପତି, ଯାଜପୁର ଏବଂ ଟମକା ଥାନା ଅଧିକାରୀଣି ଶ୍ରୀମତୀ ପ୍ରମୋଦିନୀ ସାହୁ ଯୋଗଦେଇଥିଲେ l ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଅତିଥିମାନେ ଉଦଘାଟନ କରିଥିଲେ l ...