Posts

‘ବିକଶିତ ଗାଁ, ବିକଶିତ ଓଡିଶା’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ l

Image
ଭୁବନେଶ୍ୱର ତା ୦୫/୦୨(ବ୍ୟୁରୋ ରିପୋର୍ଟ) :- ଆଜିଠୁ ଆରମ୍ଭ ହେଲା ‘ବିକଶିତ ଗାଁ, ବିକଶିତ ଓଡିଶା’ । ଭୁବନେଶ୍ୱର ନିକଟବର୍ତ୍ତୀ ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ ଠାରେ ଏହି ଯୋଜନାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ସହର ଓ ଗାଁ ଭିତରେ ବିକାଶରେ ଯେଉଁ ପାର୍ଥକ୍ୟ ଅଛି, ଏହି ଯୋଜନା ତାକୁ ଦୂର କରି ମୌଳିକ ଭିତ୍ତିଭୂମିରେ ସମାନତା ଆଣିବ । ଓଡିଶାର ପ୍ରାୟ ୬୦ ହଜାର ଗାଁରେ ବିକାଶର ଗଙ୍ଗା ପ୍ରବାହିତ ହେବ । ଗାଁ ଗୁଡିକୁ ବିକାଶର ଗ୍ରୋଥ୍ ଇଂଜିନ କରିବ । ଏହି ଯୋଜନା ପ୍ରଧାନମନ୍ତ୍ରୀଙ୍କ “ସବ୍‍କା ସାଥ୍, ସବ୍‍କା ବିକାଶ୍, ସବ୍‍କା ବିଶ୍ୱାସ୍, ସବ୍‍କା ପ୍ରୟାସ୍”ର ଶ୍ରେଷ୍ଠ ନିଦର୍ଶନ ।  ଏହି ଯୋଜନାରେ ଗାଁ ଗୁଡିକରେ ଭିତ୍ତିଭୂମିର ବିକାଶ ପାଇଁ ବର୍ଷକୁ ଏକ ହଜାର କୋଟି ଟଙ୍କା ଲେଖାଏଁ, ପାଞ୍ଚ ବର୍ଷରେ ପାଞ୍ଚ ହଜାର କୋଟି ଟଙ୍କା ବିନିଯୋଗ କରାଯିବ । ଚଳିତ ୨୦୨୪-୨୫ ଆର୍ଥିକ ବର୍ଷରୁ ୨୦୨୮-୨୯ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ । ଆବଶ୍ୟକ ହେଲେ, ଏହି ଯୋଜନାକୁ ଆହୁରି ସମ୍ପ୍ରସାରିତ କରାଯିବ ।  ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗାଁର ଉନ୍ନତି ନହେଲେ ଓଡିଶାର ଉନ୍ନତି ଚିନ୍ତା କରିବା ଅସମ୍ଭବ । ଆମର “ବିକଶିତ ଓଡିଶା, ବିକଶିତ ଗାଁ” କାର୍ଯ୍ୟକ୍ରମ ଆମର ଗାଁ ଗୁଡିକର ବିକାଶ ପାଇଁ ସମ୍ପୂର୍ଣ୍ଣ ଭାବେ ସମର୍ପିତ । ଏକ ଯୋଜନାବଦ୍...

ମାଲକାନଗିରି ଜଳସମ୍ପଦ ବିଭାଗର ପି.ଡ଼ି. ଭିଜିଲାନ୍ସ ପଞ୍ଝାରେ l

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ମାଲକାନଗିରି ଜଳସମ୍ପଦ ବିଭାଗର ପ୍ରକଳ୍ପ ନିର୍ଦେଶକ ଶ୍ରୀ ଶାନ୍ତନୁ ମହାପାତ୍ରଙ୍କ ଆୟବର୍ହିଭୂତସମ୍ପତ୍ତି ଆଧାରରେ ଓଡ଼ିଶା ଭିଜିଲାନ୍ସ ଏକା ସାଙ୍ଗରେ କଟକ, ଭୁବନେଶ୍ବର, ମାଲାକନଗିରି ସମେତ ୭ ଟି ସ୍ଥାନରେ ଖାନତଲାସି ଚାଲିଛି l ବର୍ତ୍ତମାନସୁଦ୍ଧା ଜୟପୁରରେ ୬୦୦୦ ବର୍ଗ ଫୁଟର ବହୁତଳ ପ୍ରାସାଦ, ଭୁବନେଶ୍ୱର ଓ ଜୟପୁରରେ ୪ଟି ଦାମି ପ୍ଲଟ, ନଗଦ ₹୧.୯୭ କୋଟି, ସୁନା ୩୦୦ ଗ୍ରାମ ଇତ୍ୟାଦି ମିଳିଛି । ଏହି ଖାନତଲାସି ରେ ଏସପି, ୪ ଡିଏସପି, ୧୦ ଇନ୍ସପେକ୍ଟର, ୬ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ମାନେ ନିୟୋଜିତ ଅଛନ୍ତି l ଆଗକୁ ଆହୁରି କିଛି ତଥ୍ୟ ସଂଗ୍ରହ ପାଇଁ ପ୍ରୟାସ ଜାରିରହିଛି l