ଓଡିଆ ମାନଙ୍କର ବର୍ଷର ଶେଷ ପର୍ବ ପ୍ରଥମାଷ୍ଟମୀ ଧୁମ୍ ଧାମରେ ପାଳନ l

ବ୍ୟୁରୋ - ଓଡ଼ିଶାର ଜନତା ଙ୍କ ବାର ମାସରେ ତେର ପର୍ବର ପ୍ରଚଳିତ କଥା ସମ୍ପ୍ରତି ଲୋପ ପାଇବାରେ ଲାଗିଛି l କିନ୍ତୁ ଏବେବି ଗାଁ ର ଲୋକମାନେ ଏହି ପାରମ୍ପରିକ ରୀତି ନୀତି, ଓଷା ପାଳନ କରିଥାନ୍ତି l ଏମିତି ଏକ ପର୍ବ ପ୍ରଥମାଷ୍ଟମୀ ଓଡିଶା ର ଘରେ ଘରେ ପାଳନ କରିବା ର ନଜିର ରହିଛି l ଏହି ଅବସରରେ ପରିବାର ର ପ୍ରଥମ ଜନ୍ମିତ ସନ୍ତାନ ମାନଙ୍କୁ (ପରୁଆ) ମାନଙ୍କୁ ନୂତନ ବସ୍ତ୍ର ପରିଧାନ କରାଅ ମା ବୃନ୍ଦାବତୀ ଙ୍କ ପାଖରେ ପୂଜା କରାଯାଏ l ଏବଂ ଏହି ପର୍ବରେ ଏକ ନିଆରା ପିଠା ପ୍ରସ୍ତୁତ କରାଯାଏ ଯାହାକି କଞ୍ଚା ହଳଦୀ ପତ୍ର ଉପରେ ଏହି ପିଠା ପ୍ରସ୍ତୁତ ହୋଇଥାଏ l ବର୍ଷରେ ଥରେ ଏହି ହଳଦୀ ପତ୍ର ର ପିଠା ଖାଇଲେ ଶରୀର ର ବହୁ କିଛି ରୋଗ ଭଲ ହୋଇଥାଏ ବୋଲି ଶୁଣାକଥା ରହିଛି l କାହିଁ କେତେ କାଳରୁ ଏହି ପରମ୍ପରା କୁ ଅନୁସରଣ କରୁଛନ୍ତି ଏବେକାର ପଢ଼ି ମାନେ l ନୂତନ ବସ୍ତ୍ର ସାଙ୍ଗକୁ ଏଣ୍ଡୁରି ପିଠା ଏବଂ ବିଭିନ୍ନ ପ୍ରକାର ତିଅଣ କରି ସହ ପରିବାର ସୁଖୀ ରେ ପାଳନ କରନ୍ତି ଏହି ପର୍ବ l ପୁଣି ଆସନ୍ତା ବର୍ଷ କୁ ଅପେକ୍ଷା l Rita vision News 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !