ଦରମା ବୃଦ୍ଧି ପ୍ରତିବାଦରେ ବଲାଙ୍ଗିର ଜିଲ୍ଲାର କନିଷ୍ଠ ଚୁକ୍ତି ଭିତ୍ତିକ ଶିକ୍ଷକଶିକ୍ଷୟିତ୍ରୀ ଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ l

ବଲାଙ୍ଗିର (ବ୍ୟୁରୋ) - ରାଜ୍ଯ ସରକାର ଉନ୍ନତ ମାନର ବିଦ୍ୟାଳୟ ଶିକ୍ଷାରେ ବିକାଶ ପାଇଁ ଜୋରସୋରରେ ପ୍ରଚାର ଓ ପ୍ରସାର କରୁଛନ୍ତି, କିନ୍ତୁ ବିଡ଼ମ୍ବନା ର ବିଷୟ ହେଉଛି ରାଜ୍ୟର ଅଧିକାଂଶ ବିଦ୍ୟାଳୟ ରେ ଦୁଇଗୋଟି ଶ୍ରେଣୀରେ ପାଇଁ ଗୋଟିଏ ଶିକ୍ଷକ ରହିଥିବା ନଜିର ରହିଛି l ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇ ଚୁକ୍ତି ଭିତ୍ତିକ ଶିକ୍ଷକଶିକ୍ଷୟିତ୍ରୀ ଙ୍କୁ ନିଯୁକ୍ତି ଦିଆଯାଇଥିଲା l କିନ୍ତୁ ସେମାନଙ୍କ ଅଭିଯୋଗ ସେମାନେ ଆଜିକାଲି ଖାଦ୍ୟସାମଗ୍ରୀ ଓ ଅନ୍ୟାନ୍ୟ ମହଙ୍ଗା, ତେଣୁ ସେମାନଙ୍କୁ ପରିବାର ପ୍ରତିପୋଷଣ କରିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି l ସରକାର ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି, ତେଣୁ ୭୪୦୦-୯୨୦୦ ଟଂକା ସମୂଦ୍ରକୁ ସଙ୍ଖେ ସଦୃଶ l ସରକାର ସେମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି ଏହାଦ୍ୱାରା ଶିକ୍ଷାର ବିକାଶ ନୂହେଁ ବିନାଶ ଆଡ଼କୁ ଗତି କରୁଛି l ଏହାର ପ୍ରତିବାଦରେ ଆଜି ବଲାଙ୍ଗିର ଜିଲ୍ଲାର କନିଷ୍ଠ ଚୁକ୍ତି ଭିତ୍ତିକ ଶିକ୍ଷକଶିକ୍ଷୟିତ୍ରୀ ସଂଘ ପକ୍ଷରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !