ଟାଟା ଷ୍ଟିଲ୍ କଳିଙ୍ଗନଗର ଲୋକାର୍ପିତ ୪ର୍ଥ ବର୍ଷ ପାଳିତ ହୋଇଯାଇଛି l

ଯାଜପୁର /କଳିଙ୍ଗନଗର - ଯାଜପୁର ଜିଲ୍ଲାର କଳିଙ୍ଗନଗର ପ୍ରକଳ୍ପ ର ଟାଟା ଷ୍ଟିଲ କାରଖାନାରେ ର ୪ର୍ଥ ଜନ୍ମବାଷିର୍କୀ ଉତ୍ସବ ପାଳିତ ହୋଇଯାଇଛି l ନଭେମ୍ବର ୧୮ ତାରିଖରେ ୨୦୧୫ ମସିହା ରେ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଟାଟା ଷ୍ଟିଲ୍ କୁ ଓଡିଶା ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ l ଏହି ଦିନକୁ ଟାଟାଷ୍ଟିଲ ପାଳନ କରୁଛି, ତେଣୁ ଏହି ଅବସରରେ ଟାଟା ଷ୍ଟିଲ କାରଖାନା ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଥିଲା l ଟେକ ଏକ୍ସ୍ # ୪.୦ ପ୍ରଦର୍ଶନୀ ଓ ଏକ୍ସ୍ ୪.୦ ବକ୍ତୃତା ପ୍ରତିଯୋଗୀତା ଆୟୋଜନ କରାଯାଇଥିଲା l ଏକ ଡିଜିଟାଲ ଆସନ୍ତା କାଲିର ନିର୍ମାଣ ଶୀର୍ଷକ ପ୍ରଦର୍ଶନୀ କୁ ଟାଟା ଷ୍ଟିଲ କଳିଙ୍ଗନଗର କାରଖାନାର ଅପରେସନ ମହାପ୍ରବନ୍ଧକ ଶ୍ରୀ କର୍ମବୀର ସିଂ, କର୍ପୋରେଟ ସେବା ମହାପ୍ରବନ୍ଧକ ଶ୍ରୀ ଆର୍. ଆର୍. ସତପଥୀ ଓ ପ୍ରକଲ୍ପ ମହାପ୍ରବନ୍ଧକ ଶ୍ରୀ ଅଜିତ ଡି କୋଠlରୀ ଉଦଘାଟନ କରିଥିଲେ l ଟାଟା ଷ୍ଟିଲ ଡିଜିଟାଲ ଯାତ୍ରା କୁ ପ୍ରଦର୍ଶିତ କରାଯାଇଥିଲା ଏଥିରେ ଟାଟା ଷ୍ଟିଲ ମେକିନ୍ସ ଓ ଏନଗେଜମେଣ୍ଟ ର ପ୍ରବନ୍ଧକ ଶ୍ରୀ ପ୍ରତୀକ ଗୋଏଲ୍, ଆସାନସୋଲ ଟ୍ରାଟେଜି ର ସିନିୟର ପ୍ରିନ୍ସିପାଲ ଶ୍ରୀ ଶାହାଲୀନ୍ ଚାଭଦା ଏବଂ ଇନଫ୍ରା ଓ ଡିଜିଟାଲ ସାଇବର ସିକ୍ୟୁରିଟି ତଥା କ୍ଲାଉଡ ବିଭାଗର ମୁଖ୍ୟ ଶ୍ରୀ ମୃଣାଳକାନ୍ତି ପାଲ ଟାଟା ଷ୍ଟିଲ ଉତ୍ପାଦନ କ୍ଷେତ୍ରରେ କିପରି ନୂତନ ଡିଜିଟାଲ ନେଇ କାର୍ଯ୍ୟ କରାଯିବ ସେ ବିଷୟରେ ଅଧିକ ସୂଚନା ଦେଇଥିଲେ l ୨୦୧୯ ବର୍ଷ ଟାଟା ଷ୍ଟିଲ କଳିଙ୍ଗନଗର କାରଖାନାର ଇତିହାସ ରେ ଏକ ମାଇଲ୍ ଖୁଣ୍ଟ କାରଣ ଏହି ବର୍ଷ କମ୍ପାନୀକୁ ମିଳିଥିଲା ଏହାର ପ୍ରକ୍ରିୟାକରଣ ଓ ଆଧୁନିକ ଡିଜିଟାଲ ପ୍ରଯୁକ୍ତି ର ପ୍ରୟୋଗ ଓ ୨୬  ବତୀଘର ବିଶ୍ଵ ନେଟୱାର୍କ ରେ ସାମିଲ୍ ହେବାପାଇଁ ଭାରତ ରେ ପ୍ରଥମ ତଥା ଏକମାତ୍ର ଉତ୍ପାଦନ ବୃଦ୍ଧି କ୍ଷମ ଭବେ ବିଶ୍ଵ ଅର୍ଥନୀତି ମଞ୍ଚ ପକ୍ଷରୁ " ନିର୍ମାଣ କାରୀ ବତୀଘର" (Manufacturing Light House) ଭାବେ ମାନ୍ୟତା ପ୍ରଦାନ କରାଯାଇଛି l ଏହି ଅବସରରେ ଟାଟା ଷ୍ଟିଲ କଳିଙ୍ଗନଗର କାରଖାନାର ସମସ୍ତ କର୍ମଚାରୀ ଓ ଅଧିକାରୀମାନଙ୍କ ଉପସ୍ଥିତ ଥିଲା l Rita vision News 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !