ହାତୀ ମାନଙ୍କ ଜୀବନ ଯାଉଛି କଣ ପାଇଁ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ... l

ଢେଙ୍କାନାଳ ( ବ୍ୟୁରୋ ) - ଗଜରାଜ ଙ୍କ ପାଇଁ ଚଳିତ ବର୍ଷ ଏକ ଗୁରୁତ୍ୱପୂର୍ଣ୍ଣ ଘାତକ ବର୍ଷ ବୋଲି ଗଣନା କରାଯାଏ l କାହିଁକି ନା ଆମେ ଦେଖୁଛନ୍ତି ପ୍ରାୟ ପ୍ରତ୍ୟେକ ଦିନ କିଛି ନା କିଛି ଅଘଟଣ, ଦୁର୍ଘଟଣାରେ ହାତୀ ମାନଙ୍କ ଜୀବନ ଯାଉଛି ନଚେତ୍ ହାତୀଙ୍କ ଦ୍ଵାରା ସାଧାରଣ ଲୋକଙ୍କ ଜୀବନ ଯାଉଛି l ଏହିଭଳି ଏକ ଦୁର୍ଘଟଣା ଘଟି ଯାଇଛି ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଏ ନ୍ଏଚ୍-୫୫ର ସଦର ରେଞ୍ଜ୍ ଜୀବନଖୋଲ ନିକଟରେ ଟ୍ରକ୍ ଧକ୍କାରେ ହାତୀ ମୃତ; ଦୁର୍ଘଟଣା ପରେ ଡ୍ରାଇଭର ଚମ୍ପଟ୍, ଦୁର୍ଘଟଣା ଘଟାଇଥିବା ଟ୍ରକ୍ ତଳେ ମୃତ ହାତୀଟି ଚାପି ହୋଇ ରହିଛି, ହାତୀର ଦାନ୍ତଟି ଭାଙ୍ଗି ଖଣ୍ଡେ ଦୂରରେ ପଡ଼ିଛି, ଆଉ ଗୋଟିଏ ହାତୀ ଆହତ ହୋଇ ଜଙ୍ଗଲକୁ ପଳାଇଥିବା ସୂଚନା ମିଳିଛି l ଏହିଭଳି ଜଙ୍ଗଲୀ ଜନ୍ତୁ ମାନଙ୍କର ଗାଁ ଓ ସହର ମୁହାଁ ହେବାର ଗୋଟାଏ କାରଣ ହେଉଛି ବୃକ୍ଷଛେଦନ ଓ ପରିବେଶ କୁ ଦୂଷିତ କରି ଆଧୁନିକତା ର ମାୟା ସଭ୍ୟତାର ବିକାଶ ନିମନ୍ତେ ବିଭିନ୍ନ ବୈଷୟିକ ଜ୍ଞାନକୌଶଳ ଆର୍ଥିକ ଅଭିବୃଦ୍ଧି ଆଡ଼କୁ ମୁହାଁଉଥିବା ଦେଖାଯାଇଛି l କଳକାରଖାନା ପ୍ରତିଷ୍ଠା ହେବା ଦ୍ଵାରା ଜଳସ୍ତର ହ୍ରାସ ପାଇଛି, ତେଣୁ ଝରଣା, ପୋଖରୀ ସବୁ ଶୁଖି ଯାଉଛି l ବନ୍ୟ ପ୍ରାଣୀଙ୍କ ଖାଦ୍ୟ ଓ ପାନୀୟର ଅଭାବରୁ ସେମାନେ ନିଜର କର୍ମମୟ ଜୀବନକୁ ସଂଚାଳନ କରିବାକୁ ଗାଁ ଓ ସହର ଆଡ଼କୁ ଆସିବାକୁ ବାଧ୍ଯ ହେଉଛନ୍ତି l ଆମେ ମଣିଷ ଏହାର ସମାଧାନର ପନ୍ଥା ଗ୍ରହଣ କଲେ ଏହିଭଳି ଦୁର୍ଘଟଣା ମାନ ଘଟି ନ ପାରେ ଏହା ଆମର ଆଶା ଓ ବିଶ୍ବାସ l RITA vision News 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !