ସାତ ଫୁଟ୍ ର ଅଜଗର ଉଦ୍ଧାର, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ.. l

ଗଞ୍ଜାମ (ବ୍ୟୁରୋ) ୭ ଫୁଟର ଅଜଗରକୁ ଉଦ୍ଧାର କଲା ସ୍ନେକ ହେଲ୍ପଲାଇନ
ଗଞ୍ଜାମ ଜିଲ୍ଲା ଛତ୍ରପୁର ନିକଟସ୍ଥ ଆଇଆରଇ ଷ୍ଟାଫ କ୍ୱାଟର ମଧ୍ୟରୁ ଏକ ୭ ଫୁଟର ଅଜଗରକୁ ଉଦ୍ଧାର କରିଛି ସ୍ନେକ ହେଲ୍ପଲାଇନ। ଗତକାଲି ସନ୍ଧ୍ୟା ସମୟରେ ଏକ ଅଜଗର ସାପ କ୍ୱାଟର ମଧ୍ୟରେ ଥିବା ଗାର୍ଡ ରୁମ ନିକଟରେ ଥିବା କର୍ମଚାରୀମାନେ ଦେଖିଥିଲେ।ଏହାପରେ ସେମାନେ ଵ୍ରହ୍ମପୁର ରେଞ୍ଜରଙ୍କୁ ସାପଟି ବିଷୟରେ ଜଣାଇଥିଲେ ଏବଂ ରେଞ୍ଜରଙ୍କ ତତ୍ୱବାଧାନ କ୍ରମେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସ୍ୱାଧୀନ କୁମାର ସାହୁ ଓ ଶ୍ରୀକାନ୍ତ ନାହାକ ଉକ୍ତ ସ୍ଥାନରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ। ସାପଟି ସାତ ଫୁଟ ଲମ୍ବର ହୋଇଥିବା ବେଳେ ରାତ୍ର ସମୟ ହୋଇଥିବାରୁ ବନ୍ୟାଞ୍ଚଳ କାର୍ଯ୍ୟାଳୟକୁ ହସ୍ତାନ୍ତର କରାଯାଇଛି। ସକାଳ ସମୟରେ ସାପଟିକୁ ଘଞ୍ଚ ଜଙ୍ଗଲ ଭିତରେ ନେଇ ଛଡା ଯିବ ବୋଲି କହିଛନ୍ତି ରେଞ୍ଜର ରାଜା ରାଓ ସୁବୁଦ୍ଧି।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !