ଯାଜପୁର, ଟାଟା ଷ୍ଟିଲ ପକ୍ଷରୁ ଅରୁଣିମା କର୍ଯ୍ୟକ୍ରମ ଅନୁଷ୍ଠିତ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ... l

ଯାଜପୁର /କଳିଙ୍ଗନଗର - ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ଅରୁଣିମା କର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି l ଏହି ଅବସରରେ ଟାଟା ଷ୍ଟିଲ ଗ୍ରାମୀଣ ବିକାଶ ସଂସ୍ଥା ପକ୍ଷରୁ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ର ବିକାଶ ପାଇଁ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରିବା ସହିତ ଅଞ୍ଚଳରେ ବିକାଶ ପାଇଁ ଓ ସ୍ୱାବଲମ୍ବୀ କରିବା ପାଇଁ ପ୍ରୟାସ ଜାରି ରଖାଯାଇଛି l ଏହି କର୍ଯ୍ୟକ୍ରମ ସୁକିନ୍ଦା ବ୍ଲକ ର ସୁକିନ୍ଦା ଭବନ ଠାରେ ଆୟୋଜିତ ହୋଇଅଛି l ଏହି କର୍ଯ୍ୟକ୍ରମ ତିନି ଦିନ ଧରି ଚାଲିବାକୁ ଥିବା ବେଳେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ମାନେ ଯୋଗଦାନ କରିଥିବା ଦେଖିବାକୁ ମିଳିଛି l ବିଶେଷ କରି ଛାତ୍ରଛାତ୍ରୀମାନେ ବିଭିନ୍ନ ବିଜ୍ଞାନ ପ୍ରଦର୍ଶନୀ ବିଶେଷ ଆକର୍ଷଣ ଥିଲା l ସକାଳ ଘ. ୧୦.୩୦ ମି. ରେ ଅରୁଣିମା ସ୍ଵାଗତ ଭାଷଣ, ଉଦଘାଟନ, ନିର୍ବାଚିତ ପଞ୍ଚାୟତ ସମିତି ସଭ୍ଯ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଓ ସ୍ୱାଗତମ୍ ନୃତ୍ୟ ପରିବେଷଣ ହୋଇଥିଲା l ଏହାପରେ ଡ. ଅମ୍ବିକା ନନ୍ଦ ଙ୍କ ଦ୍ଵାରା ଜ୍ୟୋତି ଫିଲୋସଫି ଯାତ୍ରା ଆରମ୍ଭ ଓ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଜ୍ୟୋତି ଫିଲୋସଫି ସ୍କଲାରସିପ୍ ପ୍ରଦାନ କରିଥିଲେ l 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !