ବେସାହାରା, ଅନାଥ ଆଦିବାସୀ ପିଲାଙ୍କୁ ବେସରକାରୀ ଅନୁଷ୍ଠାନ ର ସହାୟତା ପ୍ରଦାନ l

ଯାଜପୁର (କଳିଙ୍ଗନଗର) - ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପାଞ୍ଚଳ ଦାନଗଦି ବ୍ଲକ ଓଲଳ ଗ୍ରାମପଞ୍ଚାୟତର ଆଦିବାସୀ ସାହି ର ଘଟଣା l ଏହି ସାହିର ଲମ୍ବୁଆ ମୁଣ୍ଡା ତାର ସ୍ତ୍ରୀ ଶୁରୁ ମୁଣ୍ଡା ଓ ୬ ଜଣ ପିଲା ଙ୍କୁ ନେଇ ବାସକରନ୍ତି l କିଛିଦିନ ହେଲା ଲମ୍ବୁଆ ଦଣ୍ଡିସ୍, ଟାଇଫଏଡ ଜ୍ୱର ଓ ଟିବି ଏହି ରୋଗରେ ଆକ୍ରାନ୍ତ ହେଉଥିବା ବେଳେ କରୋନା ପାଇଁ ଚିକିତ୍ସା
ହୋଇନପାରି ଗତ ତାରିଖ ୨.୯.୨୦୨୦ ସନ୍ଧ୍ୟା ସମୟରେ ଆରପରିକୁ ଚାଲିଗଲେ l ସ୍ତ୍ରୀ ମାନସିକ ବିକୃତ ଯୋଗୁ ୬ ଜଣ ଛୋଟ ପିଲା ଙ୍କୁ ପାଳିବା ସମ୍ଭବପର ନୁହେଁ l ତାଙ୍କର ନା ଅଛି ଜମିବାଡ଼ି ନା ଅଛି ରହିବା ପାଇଁ ଘର, ଭଙ୍ଗା କୁଡିଆ ରେ ବିତୁଛି ୭ ପ୍ରାଣୀଙ୍କ ଜୀବନ l ରୋଜଗାର ଶୂନ୍ୟ ପରିବାର, ବଡ଼ ପୁଅ ୧୨ ବର୍ଷର ହୋଇଥିବାବଳେ ଦୁଇ ଜଣ ଛୋଟ ପୁଅ ଓ ତିନିଜଣ ଛୋଟ ଝିଅ ଅଛନ୍ତି l ସ୍ଵାମୀ ଆରପରିକୁ ଚାଲିଗଲା ପରେ ପାଗେଳୀ ଶୁରୁ ଛ 'ମାସର ଛୋଟ ପିଲା କୁ ନେଇ ଘର ଛାଡି ଚାଲିଯାଇଛି l ଏହି ପରିସ୍ଥିତିରେ ୫ ଜଣ ଅନାଥ ପିଲା ଭଙ୍ଗା କୁଡିଆ ରେ ରହିଛନ୍ତି l
ସାହି ଲୋକଙ୍କ ହାତଟେକାରେ ଚାଲିଛି ପରିବାର l ଏହି ଗ୍ରାମ ଟି ଦାନଗଦି ବ୍ଲକ ଠାରୁ ମାତ୍ର କେଇ କିମି ଦୁରରେ ଅବସ୍ଥିତ କିନ୍ତୁ ପ୍ରଶାସନ ର ଦୃଷ୍ଟିକୁ ଆସିନାହିଁ l ଆମେ ଗ୍ରାଉଣ୍ଡ ଜିରୋ ରୁ ଯାହା ଅନୁଭବ କଲୁ ଏହି ଗ୍ରାମଟି ଆଦିବାସୀ ଅଧ୍ୟୁଷିତ ହୋଇଥିବାରୁ ଏଠାରେ ସରକାରୀ ସହାୟତା ଅପହଞ୍ଚ l ଶିଳ୍ପ ନଗରୀ ର ନାକ ତଳେ ଥିବା ଲୋକମାନେ ଏହିପରି ଅବସ୍ଥା ରେ ରହିବେ ତାହା ହାସ୍ୟାସ୍ପଦ କଥା l
ତୁରନ୍ତ ଜିଲ୍ଲାପ୍ରଶାସନ ଓ ବ୍ଲକ୍ ପ୍ରଶାସନ ପକ୍ଷରୁ ଏହି ଗରିବୀ ଆଦିବାସୀ ପରିବାରକୁ ସଠିକ୍ ସରକାରୀ ସ୍ତରରେ ଥିବା ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଆମ ଚ୍ୟାନେଲ ମାଧ୍ଯମରେ ଗ୍ରାମବାସୀ ଦାବି କରିଛନ୍ତି l ଏହି ଖବର ପ୍ରଚାରିତ ହେବା ପରେ , ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ବ୍ୟାସନଗର ଶାରୀରିକ ପ୍ରମୁଖ କୃଷ୍ଣଚନ୍ଦ୍ର ନାୟକ, କୋରେଇ ବ୍ଲକ ବ୍ୟବସ୍ଥା ପ୍ରମୁଖ ଧର୍ମେନ୍ଦ୍ର ମଲିକ, ହିନ୍ଦୁ ସୁରକ୍ଷା ସେନା ର ଯାଜପୁର ଜିଲ୍ଲାର ସହ ସଂଯୋଜକ ବସନ୍ତ କୁମାର ପାତ୍ର, ସମାଜସେବୀ ସଂଗ୍ରାମ ବିଶ୍ଵାଳ ଓ RITA VISION NEWS ଟିମ୍ ଙ୍କ ସହାୟତା ରେ ଦୁଇ ବସ୍ତା ଚାଉଳ, ଚୂଡ଼ା, ଗୁଡ଼, ଡ଼ାଲି, ବିସ୍କୁଟ, ପନିପରିବା ସହ ଦୁଇଟି ପଲିଥିନ୍, ପିଲାଙ୍କ ସ୍କୁଲ ବ୍ୟାଗ୍ ସହିତ ପଢ଼ା ଉପକରଣ ଯୋଗାଇ ଦିଆଯାଇଛି l କୌଣସି ସହ ହୃଦୟ, ବରେଣ୍ୟ ବ୍ୟକ୍ତି ସହାୟତା ପ୍ରଦାନ କରିବାକୁ ଚାହୁଁଥିଲେ, ମୋବାଇଲ୍ ସେବା 9438437646 / 6371 702 317 ଯୋଗଯୋଗ କରିପାରିବେ l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !