କେଶରୀୟା ହିନ୍ଦୁ ବାହିନୀ ପକ୍ଷରୁ ବିବେକାନନ୍ଦ ଜୟନ୍ତୀ ଓ ଯୁବ ଦିବସ ପାଳିତ l

 ଯାଜପୁର(ବ୍ୟୁରୋ ରିପୋର୍ଟ) : -ସମଗ୍ର ଭାରତ ବର୍ଷରେ ପାଳନ କରାଯାଇଛି( ଯୁବ ଦିବସ) ସ୍ଵାମୀ ବିବେକାନନ୍ଦଙ୍କ ଜୟନ୍ତୀ l ଏହି ଉପଲକ୍ଷେ କେଶରୀୟା ହିନ୍ଦୁ ବାହିନୀ ଯାଜପୁର ଜିଲ୍ଲା ଶାଖା ପକ୍ଷରୁ ୧୨ ତାରିଖରେ ଯାଜପୁରଠାରେ ଏକ ବୈଠକ ଆୟୋଜିତ ହୋଇଥିଲା l ପ୍ରଦେଶ ଅଧ୍ୟକ୍ଷ ଜ୍ଞାନ ରଞ୍ଜନ ଜେନା, ପ୍ରଦେଶ ମହାମନ୍ତ୍ରୀ ସନ୍ତୋଷ କୁମାର ଭୋଳ, ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ଦିଲୀପ କୁମାର ଦାସ, କୋର କମିଟି ସଦସ୍ୟ ବସନ୍ତ କୁମାର ପଢ଼ିଆରୀ,
 ରାଷ୍ଟ୍ରୀୟ ପ୍ରଭାରୀ ସଞ୍ଜିବ ମିଶ୍ର, କୋର କମିଟି ସଦସ୍ୟା ସିପ୍ରା ବାଜପୟୀ , ରାଜ୍ୟ ବରିଷ୍ଠ ଉପାଧ୍ୟକ୍ଷ ରୁଦ୍ର ନାରାୟଣ ଜିତ ବାବୁ,ରାଷ୍ଟ୍ରୀୟ ମହିଳା ବାହିନୀ ସଂଗଠନ ମନ୍ତ୍ରୀ ଦେବାଶିଖା ମିଶ୍ର ପ୍ରମୁଖ ଏଥିରେ ଯୋଗଦେଇ ବିବେକାନନ୍ଦଙ୍କ ଜୀବନlଦର୍ଶ ଓ ସନାତନ ହିନ୍ଦୁ ଧର୍ମ ରକ୍ଷାରେ ତାଙ୍କର ଭୂମିକା ଏବଂ ଯୁବକମାନଙ୍କର ଅଖଣ୍ଡ ହିନ୍ଦୁରାଷ୍ଟ୍ର ଗଠନରେ ସହଭାଗିତା ସମ୍ପର୍କରେ ଆଲୋକପାତକରିଥିଲେ l ଜିଲ୍ଲା ସଭାପତି ଅଭିମନ୍ୟୁ ଶତପଥିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ପ୍ରଦେଶ ମାର୍ଗଦର୍ଶକ ରବୀନ୍ଦ୍ର କୁମାର ଶତପଥି ଅତିଥିମାନଙ୍କର ପରିଚୟ ପ୍ରଦାନ କରିବା ସହ ସଭା ପରିଚାଳନା କରଥିଲେ l ଏହି ଅବସରରେ ଯାଜପୁର ଜିିଲ୍ଲା ର ବର୍ଷୀୟାନ ବରିଷ୍ଠ ସାମ୍ବାଦିକ ତଥା କେଶରୀୟା ହିନ୍ଦୁ ବାହିନୀ ସୁକିନ୍ଦା ବ୍ଲକ ମହାସଚିବ ଜୟ ନାରାୟଣ ମହାପାତ୍ରଙ୍କୁ ସାମ୍ବାଦିକତା କ୍ଷେତ୍ରରେ କୃତିତ୍ବ ପାଇଁ ଜିଲା ଅଧ୍ୟକ୍ଷ ଶ୍ରୀ ଶତପଥିଙ୍କ ଉପସ୍ଥିତିରେ ପ୍ରଦେଶ ଅଧ୍ୟକ୍ଷ ଶ୍ରୀ ଜେନା ଉତ୍ତରୀ ଓ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ l ତତ୍ ସହିତ ଏହି ଅବସରରେ ପ୍ରଦେଶ ଅଧ୍ୟକ୍ଷ ଜ୍ଞାନ ରଞ୍ଜନ ଜେନା ଓ ପ୍ରଦେଶ ମହାମନ୍ତ୍ରୀ ସନ୍ତୋଷ କୁମାର ଭୋଳଙ୍କ ସମେତ ଆଗନ୍ତୁକ ଅତିଥିମାନଙ୍କୁ ଜିିଲ୍ଲା ଅଧ୍ୟକ୍ଷ ଅଭିମନ୍ୟୁ ଶତପଥି ଉତ୍ତରୀୟ ଓ ଫୁଲତୋଡ଼ାଦେଇ ସମ୍ବର୍ଦ୍ଧିତ କରିଥିଲେ lଏଥିରେ ଜିିଲ୍ଲା ଅନ୍ତର୍ଗତ ବିଭିନ୍ନ ବ୍ଲକର କାର୍ଯ୍ୟକର୍ତ୍ତାମାନେ ଯୋଗଦେଇଥିଲେ l
Vivekananda Jayanti and Youth Day are celebrated by the Keshariya Hindu Bahini. 
Jajpur (Bureau Report): - All India Year Celebrated (Youth Day) Swami Vivekananda's jubilee l On this occasion, a meeting was organized by the Jajpur District Branch of the Keshariya Hindu Bahini Jajpur in Jajpur on the 12th. Union Minister Dilip Kumar Das, Core Committee Member Basant Kumar Padhiari, National in-charge Sanjib Mishra, Core Committee Member Sipra Bajpayee, 
State Senior Vice-Chairman Rudra Narayan Jit Babu, National Women’s Bahini Organization Minister Debashikha Mishra were present on the occasion. The role, and the participation of the youth in the formation of an integrated Hindu state, was presided over by District President Abhimanyu Shatapathi. 
District for achievements in the field State President Shri Jena Uttari and Fultoda were felicitated in the presence of the President Shri Shatapathi. Also on the occasion, District President Gyan Ranjan Jena and Provincial Chief Minister Santosh Kumar Bhol were felicitated on the occasion by District President Abhimanyu Shatapathi.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !