ଥାର୍ଡ଼ ରିଜର୍ଭ ବାଟାଲିୟନ ପକ୍ଷରୁ ରକ୍ତଦାନ ଶିବିର l

ଯାଜପୁର (ସୁକିନ୍ଦା): - ଓଡିଶା ମୋ ପରିବାର ଆନୁକୂଲ୍ୟରେ ରଙ୍ଗିଟାଙ୍ଗରସ୍ଥିତ ଥାର୍ଡ଼ ଇଣ୍ଡିଆ ରିଜର୍ଭ ବାଟାଲିୟନ, କଳିଙ୍ଗନଗର ପକ୍ଷରୁ ଏକ ସ୍ବେଛାକୃତ ରକ୍ତଦାନ ଶିବିର ବୁଧବାର ଅନୁଷ୍ଠିତ ହୋଇଥିଲା l ବାଟାଲିୟନ କମାଣ୍ଡାଣ୍ଟ କାହୁ ଚରଣ ହାଁସଦା ଏହାକୁ ଉଦଘାଟନ କରି ରକ୍ତଦାନ ଏକ ମହତ କାର୍ଯ୍ୟ ବୋଲି କହିଥିଲେ l ଜୀଵନ ବିନ୍ଦୁ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ବିମଳ ଦାସ ଏଥିରେ ଉପସ୍ଥିତ ଥିଲେ l ବାଟାଲିୟନର ଅଧିକାରୀ ଓ ଯବାନମାନେ ୬୦ ୟୁନିଟ ରକ୍ତ ଦାନ କରିଥିଲେ l ଡେପୁଟି କମାଣ୍ଡାଣ୍ଟ ବସନ୍ତ କୁମାର ରାୟ ଓ ମନୋଜ କୁମାର ଦାସ, ସହକାରୀ କମାଣ୍ଡାଣ୍ଟ ବିଭୁତି ଭୂଷଣ ପରିଡା ଓ ଜନ ଏକ୍କା, ସୁବେଦାର ଜ୍ଞାନ ରଞ୍ଜନ ରାଉତ ଓ ନବର କେରକେଟା ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ l (ସୁକିନ୍ଦାରୁ ଜୟ ନାରାୟଣ ମହାପାତ୍ରଙ୍କ ରିପୋର୍ଟ )
Blood donation camp on behalf of the Third Reserve Battalion.
Jajpur (Sukinda): A voluntary blood donation camp was organized on Wednesday on behalf of the Third India Reserve Battalion, Kalinganagar in Rangitang in favor of Odisha My Family. Battalion Commandant Kanhu Charan Hasda,District Coordinator Bimal Das was present. Battalion officers and Javanese donated 60 units of blood l Deputy Commandants Basant Kumar Ray and Manoj Kumar Das, Assistant Commandants Bibhuti Bhushan Parida and Jan Ekka, Subedar Gyan Ranjan Raut and Nabar Kerketa assisted in the management of the camp. (Jai Narayan Mohapatra from Sukinda)

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !