ଓଡି଼ଶା ଦୃଷ୍ଟିହୀନ କ୍ରିକେଟ ଦଳ ଖେଳିବ ବାଙ୍ଗାଲୋର ରେ l

 

 ବ୍ୟୁରୋ ରିପୋର୍ଟ :- ଆନ୍ତର୍ଜାତୀୟ ଖେଳାଳି ମହମଦ ଜଫର ଇକଵାଲଙ୍କ ନେତୃତ୍ୱରେ ଏକ ୨୦ ଜଣିଆ ଓଡିଶା ଦୃଷ୍ଟିହୀନ କ୍ରିକେଟ ଦଳ ଫେବ୍ରୁୟାରୀ ୬ ତାରିଖ ଶନିବାର ଦିନ ଓଡ଼ିଶା ଛାଡିଛନ୍ତି l ଫେବ୍ରୁୟାରୀ ୮ ରୁ ୧୬ ତାରିଖ ବାଙ୍ଗଲୋର ଠାରେ ହେବାକୁ ଥିବା ନାଗେଶ ଟ୍ରଫି ତୃତୀୟ ସଂସ୍କରଣରେ ଭାଗନେବା ପାଇଁ ଓଡିଶା ଛାଡିଲା ଓଡିଶା ଦୃଷ୍ଟିହୀନ କ୍ରିକେଟ ଦଳ|ପ୍ରଥମ ସଂସ୍କରଣରେ ଆନ୍ଧ୍ରଠାରୁ ଜିତି ବିଜୟ ର ସ୍ୱାଦ ଚାଖି ଥିବାବେଳେ ଦ୍ଵିତୀୟ ଥର ପରାଜୟ ସ୍ୱୀକାର କରିଥିଲା| ତେବେ ସେହିପରି ତୃତୀୟ ସଂସ୍କରଣ ରେ ଓଡିଶା ଦୃଷ୍ଟିହୀନ କ୍ରିକେଟ ଦଳ ବିଜୟ ହେବାନେଇ ଦୃଢ ଉକ୍ତି ପ୍ରକାଶ କରିବା ସହ ଯଦି ସରକାର ଉପଯୁକ୍ତ ଭିତ୍ତିଭୂମି ଯୋଗାଇ ଦିଅନ୍ତେ ତେବେ ଅନେକ ଦୃଷ୍ଟି ବାଧିତ ଖେଳାଳି ମାନେ ଉପକୃତ ହୋଇ ପାରିବେ| ସେପଟେ ଓଡିଶା ଦୃଷ୍ଟିହୀନ କ୍ରିକେଟ ସଂଘ ସମାନ କଥା ଦୋହରାଇ କହିଛି ଯେ ଖେଳାଳି ମାନଙ୍କ ପାଇଁ ସ୍ୱତନ୍ତ୍ର ଭିତ୍ତିଭୂମି ଯଥା ଖେଳନୀ ମାନଙ୍କ ପାଇଁ ଖେଳ ପଡିଆ,କାର୍ଯ୍ୟାଳୟ ପାଇଁ ଗୃହ,ଏହି ଦଶ ବର୍ଷର ସଂସ୍ଥା କୁ ସରକାର ନିଜେ ହାତକୁ ନେବା ସହ ବାର୍ଷିକ ସ୍ୱତନ୍ତ୍ର ଅର୍ଥ ମଂଜୁର କରିବା ପାଇଁ ସଙ୍ଘ ଦାବି କରିଛି| କାରଣ ଏବେ ଓଡିଶା ରେ ଛଅ ଜଣ ଅନ୍ତର୍ଜାତୀୟ ଖେଳାନୀ ଥିବା ବେଳେ ସରକାରଙ୍କର ଏହି ସୁବିଧା ଦ୍ୱାରା ଓଡିଶା ରୁ ଅନେକ ଜାତୀୟ ତଥା ଅନ୍ତର୍ଜାତୀୟ ଖେଳଳୀ ସୃଷ୍ଟି ହେବାନେଇ ସଂଘ ର ସମସ୍ତ କର୍ମ,କର୍ତ୍ତା ଏବଂ ସମସ୍ତ ଜିଲ୍ଲା ପ୍ରତିନିଧିମାନେ ଆଶା ପୋଷଣ କରିଛନ୍ତି |
The Odisha Blind Cricket Team will play in Bangalore. 
Beuro reports: - A 20-member Odisha Blind Cricket Team led by international player Mohammad Zafar Iqbal left Odisha on Saturday, February 6. The victory tasted the second time while tasting victory So in the third edition, the Odisha Blind Cricket Team has a strong claim that it will win and that many blind players can benefit if the government provides the right infrastructure. The Odisha Blind Cricket Association, meanwhile, reiterated that special infrastructure for players such as playgrounds for players, houses for offices, the government has taken over the ten-year-old organization and sanctioned annual special funds. Because now that there are six international players in Odisha, all the activities, officials and all the district representatives of the union are hopeful that the government’s facility will create many national and international players from Odisha.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !