ଯାଜପୁର ଜିଲ୍ଲା ରେ ଖାଉଟି ଙ୍କୁ ଶୋଷଣ I

 




ଯାଜପୁର  (ବ୍ୟୁରୋ ରିପୋର୍ଟ) :- ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ପାଣିକୋଇଲି ଷ୍ଟେଟବ୍ଯାଙ୍କ ଅପ୍ ଇଣ୍ଡିଆ ଏଟିଏମ ପାଖରେ ଥିବା ଏକ ପତଞ୍ଜଳୀ ଆଉଟ୍ ଲେଟ୍ ଦୋକାନ ରେ ଚାଲିଛି କଳାବଜାରୀ I 



ବିଶେଷ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ଦୋକାନ ର ମାଲିକ ଚାନ୍ଦପୁର ଗ୍ରାମର ଦୀପକ କୁମାର ରାଉତ ସୋରିଷ ତେଲ ର ପାଉଚ ଉପରେ ଥିବା ନିର୍ଦ୍ଧିଷ୍ଟ କମ୍ପାନୀ ମୂଲ୍ୟ କୁ ବଦଳାଇ କଳା ମାର୍କର ରେ @୧୫୫ ଟଙ୍କା କୁ @୧୮୫ ଟଙ୍କା ଓ @୧୫୦ ଟଙ୍କା ବଦଳରେ @୧୮୦ ଟଙ୍କା ହାତରେ ଲେଖି ଗ୍ରାହକଙ୍କୁ ଭୁଆଁ ବୁଲେଇ ମୋଟା ଅଙ୍କର ପଇସା ରୋଜଗାର କରୁଥିବା ଅଭିଯୋଗ ହେଉଛି l

 ଜିଲ୍ଲା ଖାଉଟି ବିଭାଗ ପକ୍ଷରୁ ଏହାର ତଦନ୍ତ କରି ଉକ୍ତ ଦୋକାନୀ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି I 


Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !