କର୍ପୋରେଟ୍‌ ଢାଞ୍ଚାରେ ନିର୍ମାଣ ହେବ ବିଜୁ ଜନତା ଦଳ ର ମୁଖ୍ୟ କାର୍ଯ୍ୟାଳୟ l

ଭୁବନେଶ୍ବର(ବ୍ୟୁରୋ ରିପୋର୍ଟ) : - ନବକଳେବର ହେବ ବିଜୁ ଜନତା ଦଳର ମୁଖ୍ୟାଳୟ। କର୍ପୋରେଟ୍‌ ଢାଞ୍ଚାରେ ନିର୍ମାଣ ହେବ ନୂଆ କୋଠା। ଏଥିପାଇଁ ପବିତ୍ର ରଥଯାତ୍ରା ଅବସରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନୂଆ ରାଜ୍ୟ ମୁଖ୍ୟାଳୟ ଭୂମି ପୂଜନ ଉତ୍ସବରେ ଯୋଗ ଦେଇଛନ୍ତି। କୋଭିଡ ପ୍ରଟୋକଲରେ ସମସ୍ତ କାର୍ଯ୍ୟ ହୋଇଥିବା ବେଳେ ବିଜେଡିର ବରିଷ୍ଠ ଓ କିଛି ଟାଣୁଆ ନେତା ଭୂମି ପୂଜନ ସମାରୋହରେ ଉପସ୍ଥିତ ଥିବାର ଦେଖିବାକୁ ମିଳିଛି।
 ମିଳିଥିବା ସୂଚନା ମୁତାବିକ, ଆଇଆର୍-୩ କ୍ବାର୍ଟର୍ସ ବିଜେଡିର ରାଜ୍ୟ କାର୍ଯ୍ୟାଳୟ ପାଇଁ ଆବଣ୍ଟନ ହୋଇଥିବା ବେଳେ ବିଜେଡି ତାର ମୁଖ୍ୟାଳୟ ସମ୍ପ୍ରସାରଣ ଓ ନୂଆ କାର୍ଯ୍ୟାଳୟ ପାଇଁ ୟୁନିଟ-୬ରେ କ୍ୟାପିଟାଲ ହସ୍ପିଟାଲ ଡାକ୍ତରଙ୍କୁ ଆବଣ୍ଟନ ହେଉଥିବା କ୍ବାର୍ଟର୍ସ ଭି ୨/୧ ଏବଂ ଭି ୨/୨କୁ ନେଇଛି। ଏହି ଦୁଇଟି କ୍ବାର୍ଟର୍ସର ଜମି ବିଜେଡିକୁ ଲିଜ୍ ଆକାରରେ ଦିଆଯିବା ପରେ ବିଜେଡି ଏହାକୁ ଫ୍ରି ହୋଲ୍ଡ କରି ନେଇଥିବା ସୂଚନା ରହିଛି।
 ଅର୍ଥାତ୍ ଏହି କ୍ବାର୍ଟର୍ସ ଯେଉଁ ଜମିରେ ନିର୍ମାଣ ହୋଇଛି ତାହାକୁ ବିଜେଡି ସରକାରୀ ବେଞ୍ଚମାର୍କ ମୂଲ୍ୟ ଅନୁସାରେ ଟଙ୍କା ଜମା କରି କିଣି ନେଇଛି। ଏବେ ଏଠାରେ ନୂ୍ଆ କୋଠା ନିର୍ମାଣ ହେବ। ଏଥିପାଇଁ ଡିଜାଇନ୍ ପ୍ରସ୍ତୁତ ହୋଇସାରିଛି।
The Biju Janata Dal's headquarters will be set up in a corporate structure. 

Bhubaneswar(Beuro Report) :- The Biju Janata Dal will be the headquarters of the reshuffle. The new building will be built in a corporate structure. To this end, BJD supremo Naveen Patnaik has joined the groundbreaking ceremony for the new state headquarters on the occasion of the holy rath yatra. While all the work has been done on the Kovid protocol, senior BJD and some tough leaders have been found to be present at the ground-breaking ceremony.
 According to the information received, the IR-3 quarters have been allotted for the BJD state office while the BJD has taken the quarters V2 / 1 and V2 / 2 allotted to the Capital Hospital doctors in Unit-4 for its headquarters expansion and new office. It is learned that the land was leased to the BJD after the land of the two quarters was leased to the BJP.
 In other words, the land on which the quarters were built was bought by the BJP by depositing money at the benchmark price. Now a new building will be built here. The design is ready for this.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !