କୋଭିଡ୍ ନିୟମାନୁସାରେ ପାଳନ ହେବ ସମ୍ବଲପୁରୀ ଦିନ୍ ଉତ୍ସବ I

ସମ୍ବଲପୁର(ବ୍ୟୁରୋ ରିପୋର୍ଟ) :- କରୋନା କଟକଣା ଯୋଗୁଁ ଏଥର ମଧ୍ୟ ସମ୍ବଲପୁରୀ ଦିନ୍‌ ଉତ୍ସବ ଖୋଲା ମଞ୍ଚରେ ଆୟୋଜନ ହେବ ନାହିଁ । ତେବେ ସାମାଜିକ ଗଣମାଧ୍ୟମରେ ଏନେଇ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ସାମାଜିକ ଗଣମାଧ୍ୟମରେ ଶ୍ରଦ୍ଧାଞ୍ଜଳୀ ସଭା ସହ ପୁସ୍ତକ ଉନ୍ମୋଚନ କରି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି ।
ସମ୍ବଲପୁରୀ ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାର ବ୍ୟାପକ ପ୍ରଚାର ପ୍ରସାର ପାଇଁ ଗୁରୁ ସତ୍ୟନାରାୟଣ ବହିଦାର ଓ ସାଧକ ଶ୍ରୀଧର ପ୍ରଧାନଙ୍କ ପବିତ୍ର ଜନ୍ମ ତିଥି ଅଗଷ୍ଟ ଏକ ତାରିଖକୁ ସମ୍ବଲପୁରୀ ଦିନ୍‌ ଭାବରେ ପାଳନ କରାଯାଉଛି । ୨୦୧୨ ରେ ପ୍ରଥମେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ସମ୍ବଲପୁରୀ ଦିନ୍‌ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ବର୍ତ୍ତମାନ ସମଗ୍ର ବିଶ୍ୱରେ ଏହି ସ୍ୱତନ୍ତ୍ର ଦିବସ ପାଳନ ହେଉଛି । ପୂର୍ବରୁ ସମ୍ବଲପୁର ସହରର ଜେଲ ଛକ ନିକଟରେ ରାଜ୍ୟ ସ୍ତରୀୟ ଉତ୍ସବ ପାଳନ ହେଉଥିଲା । କିନ୍ତୁ, ଗତ ବର୍ଷ ଠାରୁ ମହାମାରୀ କରୋନା କଟକଣା ଯୋଗୁଁ ଲୋକେ ଉତ୍ସବକୁ ନିଜ ଘରେ ରହି ପାଳନ କରୁଛନ୍ତି ।
ଚଳିତ ବର୍ଷ ମଧ୍ୟ ସାମାଜିକ ଗଣମାଧ୍ୟମରେ ଉତ୍ସବ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନର ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି ସୂଚନା ଦେଇଛନ୍ତି । ସେହପରି ଚଳିତ ବର୍ଷ ବରଗଡ଼ ଜିଲ୍ଲା ସାହେଲା ବ୍ଲକ ଅନ୍ତର୍ଗତ ଗର୍ଭଣା ପଞ୍ଚାୟତ ଦୁମ୍ବେରପାଲି ଗ୍ରାମର ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ସାହୁଙ୍କୁ ଗୁରୁ ସତ୍ୟନାରାୟଣ ଜାତୀୟ ସମ୍ବଲପରୀ ସମ୍ମାନରେ ସମ୍ମାନିତ କରାଯାଇଛି ।
Sambalpuri Din Utsav will be celebrated as per Kovid rules. 
Sambalpur(Beuro Report) : - Due to the Karona cut, the Sambalpuri Day Festival will not be held on the open stage again this time. According to the West Ekta Manch, the event will be held on social media. In this regard, the institute has informed that various programs will be held by unveiling the book with a tribute meeting on social media.
 The holy birth anniversary of Guru Satyanarayana Bahidar and Sadhak Sridhar Pradhan is being celebrated on August 1 as Sambalpuri Day to promote the Sambalpuri language, literature, culture and traditions. The first Sambalpuri Day program was launched in 2012 by the Western Ekta Manch. Now this special day is celebrated all over the world. Earlier, a state-level festival was held near the Jail Chowk in Sambalpur. But since last year, people have been celebrating the festival in their homes because of the outbreak.
 The festival will be held on social media this year as well, said Manas Ranjan Buxi, chief coordinator of the institute. This year, Pandit Purnachandra Sahu of Dumbarpalli village in Garbhana panchayat under Sahela block of Bargarh district has been honored with the Guru Satyanarayana National Sambalpari Award.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !