ରାଜ୍ୟରେ କରୋନା ସ୍ଥିତିକୁ ନେଇ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ l ମାକ୍ସ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ I

ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) : - ରାଜ୍ୟରେ କରୋନା ସ୍ଥିତି ନେଇ ରାଜ୍ୟବାସୀଙ୍କୁ ସମ୍ବୋଧନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ କରୋନା ଯୁଦ୍ଧ ଏଯାଏଁ ସରିନାହିଁ । ଅନ୍ୟ ରାଜ୍ୟମାନଙ୍କରେ ଏବେ ବି କରୋନା ସଂକ୍ରମଣ ବଢୁଛି । ତେଣୁ ଆମକୁ ସତର୍କ ରହିବାକୁ ପଡିବ । ଯଦି କରୋନା ନିୟମ ରାଜ୍ୟରେ ଠିକ ଭାବେ ପାଳନ ନହୁଏ ତେବେ ଆମେ ପୁଣି ଲକଡାଉନ କରିବାକୁ ବାଧ୍ୟ ହେବୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଭୁବନେଶ୍ୱରରେ କୋଭିଡ ସ୍ଥିତି ସ୍ଥିର ରହିଛି । ଲକଡାଉନ ଯୋଗୁଁ ବହୁତ ଲୋକଙ୍କ ଜୀବିକା ପ୍ରଭାବିତ ହୋଇଛି । ଜୀବନ ଓ ଜୀବିକା ଉଭୟ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । କରୋନା ଭାଇରସ ଏବେ ବି ଆମ ଆଖ ପାଖରେ ଲୁଚି ରହିଛି । ତେଣୁ ଆମକୁ ସତର୍କ ରହିବାକୁ ପଡିବ । ନିହାତି ଦରକାର ନହେଲେ ଦୋକାନ ବଜାର ଯାଆନ୍ତୁନି । ଭିଡ କରନ୍ତୁ ନାହିଁ । ବାହାରକୁ ଗଲେ ମାସ୍କ ପିନ୍ଧନ୍ତୁ ଓ ସାମାଜିକ ଦୂରତା ରକ୍ଷା କରନ୍ତୁ ।
Chief Minister congratulates the people of the state on the corona status in the state l Wear Mask , keep social distance I
Bhubaneswar(Beuro Report) :- Chief Minister Naveen Patnaik addressed the people of the state on the state of corona in the state. The corona war in the state is not over yet. Corona infections are still on the rise in other states. So we have to be careful. "If the rules are not followed properly in the state, we will be forced to lock down again," said Chief Minister Naveen Patnaik.

 "The situation in Bhubaneswar is stable," he said. The livelihoods of many people have been affected by the lockdown. Both life and livelihood are important to us. The corona virus is still hidden in our eyes. So we have to be careful. Don't go for less that your full potential. Don't crowd. Wear masks when you go out and protect your social distancing. 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !