ବିଦ୍ୟୁତ ର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ବଲାଙ୍ଗୀର ଜିଲ୍ଲା ବିଦ୍ୟୁତ ବିଭାଗର ମୁଖ୍ୟ କାର୍ଯ୍ୟାଳୟ ଘେରାଉ ଓ ଦାବୀପତ୍ର ପ୍ରଦାନ l

ବଲାଙ୍ଗୀର (ବ୍ୟୁରୋ ରିପୋର୍ଟ) :- ରାଜ୍ୟରେ ମାତ୍ରାଧିକ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ଏବଂ ବଲାଙ୍ଗୀର ସହର ତଥା ଏହାର ଆଖପାଖ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ୍ କାଟ ପ୍ରତିବାଦ ରେ କେଶରୀୟା ହିନ୍ଦୁ ବାହିନୀ ବଲାଙ୍ଗୀର ଜିଲ୍ଲା ତରଫରୁ ଆଜି ତାରିଖ ୨୮/୦୯/୨୦୨୧ ମଙ୍ଗଳବାର ଦିନ ସକାଳ ୧୧ ଟା ସମୟରେ ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପ କୁମାର ତ୍ରିପାଠୀ ଙ୍କ ନେତୃତ୍ୱ ରେ ରାଜ୍ୟ ସଭାପତି ସନ୍ତୋଷ ଭୋଳ ଙ୍କ ଉପସ୍ଥିତି ରେ ପେଳେସ୍ ଲାଇନ୍ ସ୍ଥିତ ବିଦ୍ୟୁତ୍ ବିଭାଗ ମୁଖ୍ୟ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । 
ଓଡ଼ିଶା ସରକାର TPWODL ସହିତ ଚୁକ୍ତିବଦ୍ଧ କଲାପରେ ସାରା ରାଜ୍ୟ ରେ ବିଦ୍ୟୁତ୍ ଶୁଳ୍କ ପ୍ରତ୍ୟେକ ସ୍ଲାବ୍ ରେ ଏବଂ ପ୍ରତ୍ୟେକ ୟୁନିଟ୍ ରେ ୫୦ ପଇସା ବୃଦ୍ଧି କରିଛନ୍ତି ଯେଉଁଥି ପାଇଁ ସାଧାରଣ ଲୋକଙ୍କୁ ବହୁତ ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି। ତତ୍ ସହିତ ରାଜ୍ୟ ର ବିଭିନ୍ନ ଜାଗାରେ ଏବଂ ମୁଖ୍ୟତଃ ବଲାଙ୍ଗୀର ସହର ଓ ଏହାର ପାଖାପାଖି ଅଞ୍ଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟ ଯୋଗୁଁ ଲୋକ ନାହିଁ ନଥିବା ହଇରାଣ ର ସମ୍ମୁଖୀନ ହେଉଛନ୍ତି। ବିଭାଗୀୟ ଅଧିକାରୀମାନଙ୍କୁ ବାରମ୍ବାର ସମ୍ପର୍କ କରି ଜଣାଇଲେ ମଧ୍ୟ ଅସୁବିଧା ର ସମାଧାନ ହୋଇପାରୁନାହିଁ କିମ୍ବା କୌଣସି ଫଳପ୍ରଦ ହୋଇପାରୁନାହିଁ।
 ବରଂ ଅଭିଯୋଗକାରୀ ଙ୍କ ବିରୁଦ୍ଧ ରେ ଆକ୍ରୋଶମୂଳକ ଭାବେ ପଦକ୍ଷେପ ନେଉଛନ୍ତି ଏବଂ ତାଙ୍କ ଘରର ବିଦ୍ୟୁତ୍ କାଟ କରୁଛନ୍ତି। ଏଣୁ ବଲାଙ୍ଗୀର ଜିଲ୍ଲା ର ଜନସାଧାରଣ ସ୍ବାର୍ଥ ଦୃଷ୍ଟିରୁ କେଶରୀୟା ହିନ୍ଦୁ ବାହିନୀ ବଲାଙ୍ଗୀର ଜିଲ୍ଲା ତରଫରୁ ଏହି ଘେରାଉ କାର୍ଯ୍ୟକ୍ରମ କରାଯାଇଥିଲା । ଏବଂ S.E ( superintendent engineer) ବଲାଙ୍ଗୀର ଙ୍କ ମାଧ୍ୟମରେ ଏକ ଦାବିପତ୍ର C.E.O. (TPWODL) ଙ୍କୁ ଦିଆଗଲା ଏବଂ ଏଥିରେ ବିଦ୍ୟୁତ୍ ଶୁଳ୍କ ହ୍ରାସ କରିବା ସହ ଅଘୋଷିତ ବିଦ୍ୟୁତ୍ କାଟ କୁ ରୋକିବା ପାଇଁ ଦାବି ଜଣାଗଲା।ଯଦି ଏହାକୁ ବିଦ୍ୟୁତ୍ ବିଭାଗ TPWODL ଏବଂ ରାଜ୍ୟ ସରକାର ବିଚାର କୁ ନେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବେ ତେବେ କେଶରୀୟା ହିନ୍ଦୁ ବାହିନୀ ତରଫରୁ ଆଗାମୀ ଦିନରେ ବଲାଙ୍ଗୀର ଜିଲ୍ଲା ର ସ୍ବାର୍ଥ ଦୃଷ୍ଟି ରୁ ଜନଆନ୍ଦୋଳନ କରାଯିବ।
 ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ବରିଷ୍ଠ ଉପାଧ୍ୟକ୍ଷ ଶଙ୍କର୍ଷଣ ଆଚାର୍ଯ୍ୟ, ପ୍ରଦେଶ କୋଷାଧ୍ୟକ୍ଷ ସୁଶିଲ ସାହୁ, ଜିଲ୍ଲା ପ୍ରଭାରୀ ଶଙ୍କର ଅଗ୍ରୱାଲ, ଜିଲ୍ଲା ଉପସଭାପତି ପ୍ରଦୀପ ଦାସ, ପ୍ରଦୀପ ସାହୁ, ରମେଶ ବାଗ୍, ବୁଲୁ ପର୍ଡିଆ, ଜିଲ୍ଲା ପ୍ରବକ୍ତା ଦେବାନନ୍ଦ ନାୟକ, ସୈଲେନ୍ଦ୍ର ନାଏକ, ରାଜୁ ନାଏକ, କବି ସାହୁ, ଅଂଶୁମାନ ପୁଟେଲ, ସୁରଜ୍ ବକୁଲ୍, ସୁଶିଲ ମହାକୁର, ନଗର ଉପସଭାପତି ଦେବରାଜ ନାଗ, ଲୋଇସିଂହା ବ୍ଲକ୍ ସଭାପତି ବିରେନ୍ଦ୍ର ବାରିକ୍, ସଇଁତଳା ବ୍ଲକ୍ ସଭାପତି ଚନ୍ଦ୍ରଭାନୁ ପ୍ରଧାନ, ଆଗଲପୁର ବ୍ଲକ୍ ସଭାପତି ଦୀନବନ୍ଧୁ ବିଶ୍ଵାଳ ତଥା ଅନ୍ୟାନ୍ୟ ପ୍ରମୁଖ ବ୍ଲକ୍ ଏବଂ ଜିଲ୍ଲା କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !